ସୂର୍ଯ୍ୟକୁମାରଙ୍କୁ ପ୍ରଶଂସାରେ ପୋତିଲେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା


ସରିଛି ଆଇପିଏଲ। ହେଲେ ଥମିନାହିଁ ଚର୍ଚ୍ଚା। ଆଉ ଜଣେ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ୱେଷ୍ଟଇଣ୍ଡିଜର ମହାନ୍‌ କ୍ରିକେଟର ବ୍ରାଏନ ଲାରା। ସେ ଚଳିତ ଆଇପିଏଲ ସିଜିନର ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରିଛନ୍ତି। ଏଥିସହିତ ସେ ସୂର୍ଯ୍ୟକୁମାରଙ୍କୁ ଜଣେ କ୍ଲାସ୍‌ ପ୍ଲେୟାର ବୋଲି କହିଛନ୍ତି ଲାରା। ଲାରା କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ଜଣେ କ୍ଲାସ୍‌ ଖେଳାଳି। ମୁଁ କେବଳ ଯିଏ ଅଧିକା ରନ୍‌ କରେ ସେହି ଖେଳାଳିଙ୍କୁ ଦେଖି ନଥାଏ। ମୁଁ ବ୍ୟାଟସମ୍ୟାନର ଟେକନିକ୍, ଦକ୍ଷତା ଓ କିଭଳି ଚାପରେ ରହି ଖେଳୁଛି ତାହା ଅନୁମାନ କରିଥାଏ। ମୋ ହିସାବରେ ଏହି ଖେଳାଳି ମୁମ୍ବାଇର ବିଜୟୀ ପଛରେ ବଡ଼ ଭୂମିକା ରହିଛି।

ସେ ଆହୁରି କହିଛନ୍ତି ଯେ, ସର୍ଯ୍ୟକୁମାର ରୋହିତ ଶର୍ମା ଓ କ୍ୱିଣ୍ଟନ ଡିକଙ୍କ ପରେ ବ୍ୟାଟିଙ୍ଗ୍‌ କରିବାକୁ ଆସିଥିଲେ। ସେ ଚାପରେ ରହିବା ସହିତ ୩ନମ୍ବରରେ ବ୍ୟାଟିଂ କରୁଥିଲେ। ସମସ୍ତେ ଜାଣିଥିବେ ଟିମ୍‌ ପକ୍ଷରୁ ଯେଉଁ ଖେଳାଳି ୩ନମ୍ବରରେ ବ୍ୟାଟିଂ କରିଥାନ୍ତି

ସମସ୍ତେ ପ୍ରାୟ ଜାଣନ୍ତି ଓପନରଙ୍କୁ ବାଦ୍‌ ଦେଲେ ଦଳ ପାଇଁ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳି ଟିମର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଏବଂ ଭରଷାଯୋଗ୍ୟ ହୋଇଥାଏ। ମୋ ମତରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେହା ଥିଲା। ଏହି ୩୦ ବର୍ଷୀୟ ଷ୍ଟାର କ୍ରିକେଟର ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ହେବାର ଥିଲା ବୋଲି ଲାରା କହିଛନ୍ତି। ସୂଚନାଥାୁକି, ଯାଦବ ମୁମ୍ବାଇ ଇଣ୍ଡିଆନ୍ସକୁ ୫ମ ଟ୍ରଫି ବିଜୟୀ କରାଇବାରେ ପ୍ରମୁଖ ଭୂମିକା ମଧ୍ୟ ନେଇଥିଲେ। ସେ ଚଳିତ ଆଇପିଏଲ ସିଜିନରେ ୪୮୦ ରନ୍‌ ସଂଗ୍ରହ କରିଥିଲେ। ଜବରଦସ୍ତ ଫର୍ମରେ ଥିବା ସତ୍ତ୍ବେ ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ହୋଇଥିବା ଦଳରେ ସେ ସ୍ଥାନ ପାଇନଥିଲେ।


Share It

Comments are closed.