ଆଠଗଡ ହେବ ଏଥର ରାଜାଗଡ


ଦିନକୁ ଦିନ ସମୟ ଯେତେ ବିତି ବିତି ଯାଉଛି, ସେହିଭଳ ରାଜ୍ୟ ହେଉ ଅବା ଜିଲ୍ଲା ସବୁ ଠାରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏତଦବାଦ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନୀ ବିଗୁଲ ବାଜି ଯାଇଥିବାବେଳେ ଆଗାମୀ ୨୦୧୯ ନିର୍ବାଚନ ପାଇଁ ଅଣ୍ଟାଭିଡିଥିବା ଆଶାୟୀ ପ୍ରାର୍ଥୀଙ୍କ ମନ ଆନ୍ଦୋଳିତ ହେବାରେ ଲାଗିଛି । ଉଭୟ ଦଳର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଆଶାୟୀ ପ୍ରାର୍ଥୀ ଟିକେଟ ହାତେଇବା ପାଇଁ କସରତ ଜୋରସେ ଆରମ୍ଭ କଲେଣି । ତେବେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ଜିତିବାର ସମ୍ଭାବନାକୁ ଗୁରୁତ୍ୱ ଦେଇ ପ୍ରାର୍ଥୀ ଚୟନ କରିବେ । ବିଶେଷ କରି ବିଜେଡି, କଂଗ୍ରେସ ଏବଂ ବିଜେପି ଭଳି ରାଜନୈତିକି ଦଳ ଗୁଡିଏ ଏହି ଆଧାରରେ ଟିକେଟ ପ୍ରଦାନ କରିବେ ।
ଏହି ପରିପ୍ରେକ୍ଷୀରେ ଯଦି ଆମେ ଆଠଗଡ ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇବା ତେବେ ଟାଣ ଖରା ସାଙ୍ଗକୁ ଏହି ନିର୍ବାଚନ ମଣ୍ଡଳୀର ଉଷ୍ମ ବାତାବରଣ ଜିଲ୍ଲା ରାଜନୀତିରେ ହେଇଚଇ ଖେଳାଇ ଦେଇଛି । କଟକ ହେଉ ଅବ ରାଜ୍ୟ ଦୀର୍ଘ, ୨୦ ବର୍ଷ ହେବ ଏହା ବିଜେଡି ଗଡ ରୂପେ ଆଖ୍ୟା ପାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ବିରୋଧୀଙ୍କ ଦୂବ ପତ୍ର ମଧ୍ୟ କଅଁଳି ପାରି ନାହିଁ । ଏହି ନିର୍ବାଚନୀ ମଣ୍ଡଳୀର ଇତିହାସ ଉପରେ ଯଦି ଆମେ ନଜର ପକାଇବା ପୂର୍ବରୁ ଏହା କଂଗ୍ରେସ ଗଡ ଥିବାବେଳେ ବର୍ତ୍ତମାନର ବିଧାୟକ ରାଜା ସ୍ୱାଇଁଙ୍କ ପରଠାରୁ ଏଠାରେ ବିରୋଧୀଙ୍କ ଚିହ୍ନବର୍ଣ୍ଣ ହଜିଯାଇଛି ।

ଗତ ୨୦୧୪ ସାଧାରଣ ନିର୍ବାଚନ ଉପରେ ଯଦି ଆମେ ନଜର ପକାଇବା ସାରା ଦେଶରେ ମୋଦି ହାୱା ଥିବାବେଳେ ଏଠାରେ ବିଜେଡି ପ୍ରାର୍ଥୀ ରାଜା ସ୍ୱାଇଁ ବେଶ ଆଶାତିତ ସଫଳତା ହାସଲ କରିଥିଲେ । ବିଜେଡି ଏଠାରେ ୭୦ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ କଂଗ୍ରେସ ୨୩ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ୫ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ୨୦୧୪ରେ ସାରା ଦେଶରେ ମୋଦି ହାୱା ଥିବା ସତ୍ତେ୍ୱ ବିଜେପିର ଏଠାରେ ଦୂବ ପତ୍ର ମଧ୍ୟ କଅଁଳୀ ପାରିନଥିଲା । ବିଜେଡି ବିଧାୟକ ରୂପେ ରାଜଙ୍କ ଏଠାରେ ବେଶ ପ୍ରଭାବ ଥିବା ବେଳେ ଆଗାମୀ ୨୦୧୯ ନିର୍ବାଚନରେ ଏଥିର ପୁଣି ଥରେ ବିଜେଡି ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ରାଜା ଆଠଗଡରେ ଅନେକ ଉନ୍ନୟନ ମୂଳକ କାମ କରି ସାରା ଓଡିଶାରେ ଲୋକପ୍ରସିଦ୍ଧି ହାସଲ କରିଥିବାବେଳେ ବାବା ଧବଳେଶ୍ୱରରେ ଓଡିଶାର ଏକମାତ୍ର ଝୁଲା ପୋଲର ଶୁଭାରମ୍ଭ ‘ରାଜା ସ୍ୱାଇଁ’ଙ୍କ କରମଣ୍ଡଳରେ ହିଁ ହୋଇଥିଲା । ଆଠଗଡର ସ୍ୱାର୍ଥ ପାଇଁ ରାଜା ନେଇଥିବା ସଂକଳ୍ପ ଯୋଗୁଁ ଆଜି ଏହି ନିର୍ବାଚନ ମଣ୍ଡଳୀ ସାରା ରାଜ୍ୟରେ ଲୋକପ୍ରସିଦ୍ଧି ହାସଲ କରିଛି । ଏଥିପାଇଁ ଦଳର ହାଇ କମାଣ୍ଡ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି ଆଗାମୀ ନିର୍ବାଚନ ପାଇଁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.