ମା’ ହେବାକୁ ଯାଉଛନ୍ତି “ହେଟ ଷ୍ଟୋରି-୨”ର ଏହି ଅଭିନେତ୍ରୀ


ବଲିଉଡରେ ବର୍ତ୍ତମାନ ଖୁସିର ଖବର ଶୁଣିବାକୁ ମିଳୁଛି, କେତେବେଳେ କାହାର ବିବାହ ତାରିଖ ଫିକ୍ସ ହେଉଛି ତ ଆଉ କେତବେଳେ କିଏ ମା’ ଏବଂ ବାପା ହେବାର ଖବର ଶୁଣିବାକୁ ମିଳୁଛି । ବିଗତ କିଛି ଦିନ ତଳେ ଟେନିସ ତାରକା ସାନିଆ ମା’ ହେବାର ଖବର ଶୁଣିବାକୁ ମିଳିଥିବାବେଳେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ମା’ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଥିଲା ।
ସେପଟେ ମିଳିଥିବା ସୂଚନା ମୁତାବକ ବଲିଉଡର ଆଉ ଜଣେ ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜ୍ଞା ହଁ ଆମେ “ହେଟ ଷ୍ଟୋରି-୨”ର ଅଭିନେତ୍ରୀ ସୁରୱିନ ଚାୱାଲାଙ୍କ କଥା କହୁଛୁ । ସୂତ୍ର ଅନୁଯାୟୀ ଅଭିନେତ୍ରୀ “ସୁରୱିନ ଚାୱାଲା” ବର୍ତ୍ତମାନ ପ୍ରେଗନେଣ୍ଟ ଅଛନ୍ତି । ଏହା ଆମେ କହୁ ନାହିଁ ସୁରୱିନ ନିଜେ ଏକ ସାକ୍ଷାତକାର ମାଧ୍ୟମରେ ଏହି କଥା ସମସ୍ତଙ୍କ ସାମନାରେ କହିଛନ୍ତି । ସେ କହିଥିଲେ ସେ ବର୍ତ୍ତମାନ ପ୍ରେଗନେଣ୍ଟ ଅଛନ୍ତି ।

ଏହି ପରିପ୍ରେକ୍ଷୀରେ ସୁରୱିନ କହିଥିଲେ ଯେ, “ମୁଁ ଆପଣଙ୍କୁ କହି ପାରୁ ନାହିଁ ଯେ, ମୁଁ କେତେ ଖୁସି ଅଛି । ମୁଁ ବର୍ତ୍ତମାନ ଏହି ପିଲା ପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଅଛି । ମୁଁ ଏବଂ ମୋ ସ୍ୱାମୀ ଆମର ଆଗାମୀ ପିଲା ପାଇଁ ବହୁତ ଉତ୍ସାହିତ ହେବା ସହ ଖୁସି ମଧ୍ୟ ଅଛୁ । ଆମ କୁନି ଅତିଥି ଅପ୍ରେଲରେ ଆସିବ । ମା’ ହେବା ମୋ ପାଇଁ ବହୁତ ଖୁସିର ଖବର । ଲୋକମାନେ ଭାବୁଛନ୍ତି ମା’ ହେବା ପରେ ମହିଳାମାନେ କାମ କରିପାରିବେ ନାହିଁ ତାହା ସମ୍ପୂର୍ଣ୍ଣ ଭୁଲ ଅଟେ । ସେ କାମ କରିପାରିବେ । ”
ପ୍ରକାଶ ଥାଉକି, ସୁରୱିନ ୨୦୧୫. ଜୁଲାଇ ୨୮ରେ ବ୍ୟବସାୟୀ ଅକ୍ଷୟ ଠକ୍କରଙ୍କ ସହ ବିବାହ କରିଥିଲେ । ସୁରୱିନ “ହେଟ ଷ୍ଟୋରି-୨”ରେ ନିଜ ବୋଲ୍ଡ ସିନ ଦେଇ ବଲିଉଡରେ ପରିଚୟ ପାଇଥିବାବେଳେ ପୂର୍ବରୁ ସେ ଅନେକ ସିରିଏଲ ଏବଂ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି ।


Share It

Comments are closed.