ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ ବାଦାମ, କିନ୍ତୁ ଏହାର ମାତ୍ରାଧିକ ସେବନ ଆଣିପାରେ ସମସ୍ୟା


ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ବାରା ବହୁତ କିଛି ଉପକାରିତା ହୋଇଥାଏ । କେବଳ ଶୁଣି ନାହୁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବ ଦ୍ବାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବଡି ଥାଏ । ହେଲେ କେହି କେହି କୁହନ୍ତି କି ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚା ପାରେ ବୋଲି କୁହାଯାଉଛି ।

କୋଷ୍ଠକାଠିନ୍ୟ – ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ କୋଷ୍ଠକାଠିନ୍ୟର କାରଣ ହୋଇଥାଏ । ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମୋଟାପଣ – ବାଦାମ ଅଧିକ ଖାଇବା ଦ୍ବାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ ।

କିଡନୀରେ ଷ୍ଟୋନ୍‌ – ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ ।

ଭିଟାମିନ୍ -ଇ ଓଭରଡୋଜ – ବାଦାମର ଭିଟାମିନ୍ -ଇ ର ଏକ ଉତ୍ତମ ଉତ୍ସ ରହିଛି କିନ୍ତୁ ଏହା ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମନର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ

ନିଶ୍ୱାସ ନେବାରେ ଅସୁବିଧା – ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ଏହା ନିଶ୍ବାସ ନେବାରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାଏ ।


Share It

Comments are closed.