ପୁଣି ଥରେ ବାପା ହେବାର ସୌଭାଗ୍ୟ ଅର୍ଜନ କଲେ ରାଇନା


ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଏହି ମଧ୍ୟରେ ଭାରତୀୟ ଦଳର ଅଲରାଉଣ୍ଡର ସୁରେଶ ରାଇନାଙ୍କ ପାଇଁ ଏକ ଅତ୍ୟନ୍ତ ଖୁସି ଖବର ଆସିଛି । ଖୁସି ଖବରଟି ଏହା ଏହି ଷ୍ଟାର ଖେଳାଳୀ ପୁଣି ଥରେ ବାପା ହୋଇଛନ୍ତି । ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି ।

ରାଇନା ନିଜେ ଟ୍ୱିଟର ମାଧ୍ୟମରେ ନିଜର ନିବଜାତ ପୁତ୍ର ଏବଂ ପତ୍ନୀଙ୍କ ଫଟୋ ସେୟାର କରି ଏହି ସଂପର୍କରେ ସୂଚନା, ଦେଇଥିବାବେଳେ ତାଙ୍କ ପାଇଁ ବର୍ତ୍ତମାନ ବିଭିନ୍ନ ବର୍ଗରୁ ଅଭିନନ୍ଦନର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ସୁରେଶଙ୍କ ଜଣେ କନ୍ୟା ସନ୍ତାନ ମଧ୍ୟ ଅଛି । ୨୦୧୬ରେ ଜନ୍ମିତ ସୁରେଶଙ୍କ ଝିଅର ନାମ ଗ୍ରାସିଆ ଅଟେ ।


Share It

Comments are closed.