ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ପ୍ରତ୍ୟେକ ପରିସ୍ଥିତିରେ ପିତୃ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର


ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି ଯେ ଗୋଟିଏ ଝିଅର ତାର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି। କୋର୍ଟ କହିଛନ୍ତି ଯେ ସଂଶୋଧିତ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ ଏହା ଝିଅମାନଙ୍କର ଅଧିକାର ଏବଂ ଝିଅ ସର୍ବଦା ଝିଅ ଅଟେ।

କୋର୍ଟ କହିଛନ୍ତି ଯେ ସେପ୍ଟେମ୍ବର ୯, ୨୦୦୫ ରୁ ହିନ୍ଦୁମାନେ ଅବିଭକ୍ତ ପରିବାରର ସମ୍ପତ୍ତିରେ ଅଂଶ ପାଇପାରିବେ। ଜଣାଇଦେଉଛୁ ଯେ ୨୦୦୫ ମସିହାରେ ଏକ ଆଇନ ତିଆରି ହୋଇଥିଲା ଯେ ଉଭୟ ପୁଅ ଏବଂ ଝିଅର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିବ। ତେବେ ୨୦୦୫ ପୂର୍ବରୁ ଯଦି ପିତାଙ୍କର ମୃତ୍ୟୁ ହୋଇଥିବ ତେବେ ଏପରି ପରିବାର ପାଇଁ ଆଇନ ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନ ଥିଲା।

ଏହି ମାମଲାରେ ମଙ୍ଗଳବାର ଦିନ ଜଜ୍ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଏହି ଆଇନ ସବୁ ପରିସ୍ଥିତିରେ ପ୍ରଯୁଜ୍ୟ ହେବ। ବେଞ୍ଚ ତାଙ୍କ ରାୟରେ କହିଛନ୍ତି ଯେ ଆଇନ ପ୍ରଣୟନ ପୂର୍ବରୁ, ଅର୍ଥାତ୍ ୨୦୦୫ ପୂର୍ବରୁ ଯଦି ପିତାଙ୍କର ମୃତ୍ୟୁ ହୋଇଥିବ, ତେବେ ମଧ୍ୟ ଝିଅ ପିତାଙ୍କ ସମ୍ପତ୍ତିରେ ପୁଅଙ୍କ ଭଳି ସମାନ ଅଧିକାର ପାଇବ ।


Share It

Comments are closed.