ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ‘ଅଗ୍ନିପଥ’ ଶୁଣାଣି


‘ଅଗ୍ନିପଥ’ ସ୍କିମ୍‌ ପ୍ରସଙ୍ଗରେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଇନ୍ଦିରା ବାନାର୍ଜୀ ଓ ଜେ କେ ମାହେଶ୍ୱରୀଙ୍କର ଏକ ଅବକାଶକାଳୀନ ଖଣ୍ଡପୀଠ ସୋମବାର ଏହା କହିଛନ୍ତି । ଗ୍ରୀଷ୍ମ ଅବକାଶ ପରେ ଏକ ଉପଯୁକ୍ତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ ।

ଗତ ମାସରେ କେନ୍ଦ୍ର ସରକାର ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ନିଯୁକ୍ତି ସ୍କିମ୍‌ ଆଣିଥିଲେ । ୧୭ରୁ ୨୧ ବର୍ଷର ଯୁବଗୋଷ୍ଠୀ ଏଥିପାଇଁ ଆବେଦନ କରିପାରିବେ । ଏଥିରେ ଚାକିରି ଅବଧି ୪ ବର୍ଷ ରହିବ । ୪ ବର୍ଷ ପୂରଣ ପରେ ୭୫% ଅଗ୍ନିବୀରଙ୍କୁ ସେବାମୁକ୍ତ କରାଯିବ । ତେବେ ଏହି ନିଯୁକ୍ତି ସ୍କିମ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ହୋଇଥିଲା । ଏହି ପିଟିସନ୍‌ର ଶୁଣାଣି ଆସନ୍ତା ସପ୍ତାହରେ ହେବାକୁ ଯାଉଛି ।


Share It

Comments are closed.