ଆଇଏନ୍ଏକ୍ସ ମିଡଆ ମାମଲା: ସିବିଆଇ ମାମଲାରେ ପି ଚିଦାମ୍ବରମଙ୍କୁ ମିିଳିଲା ଜାମିନ୍


ଆଇଏନଏକ୍ସ ମିଡିଆ ଭ୍ରଷ୍ଟାଚାର ମାମଲାରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମ୍କୋର୍ଟ ସିବିଆଇ କବଳରୁ ମୁକ୍ତ କରିଛନ୍ତି । ଆଇଏନ୍ଏକ୍ସ ମିଡିଆ ମାମଲାରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା କେଶରେ ତାଙ୍କୁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଜାମିନ ମିଳିଛି ସତ, କିନ୍ତୁ ଏବେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇନାହାନ୍ତି । ବର୍ତ୍ତମାନ ସେ ଇଡି କବଳରେ ଅଛନ୍ତି । ଇଡି ମାମଲାରେ ଜାମିନ୍ ମିଳିବା ପରେ ସେ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରିବେ ।
ସିବିଆଇ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ଚାନ୍ଦା ନେବା ପାଇଁ ଆଇଏନ୍ଏକ୍ସ ମିଡିଆ ସମୂହକୁ ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡ (ଏଫ୍ଆଇପିବି)ର ଏକ ମଞ୍ଜୁରୀରେ କଥିତ ଅନିୟମିତତାଗୁଡ଼ିକୁ ଦୋଷ ଲଗାଇ ୧୫ ମଇ ୨୦୧୭ରେ ପ୍ରାଥମିକ ଭାବେ ଆରୋପ ଲଗାଇଥିଲା । ଏହା ପରେ ଇଡି ଏହି ସମ୍ବନ୍ଧରେ ମନି ଲଣ୍ଡ୍ରିଂ ମାମଲା ଲାଗୁ କରିଥିଲା । ହାଇକୋର୍ଟ ସିବିଆଇ ଦ୍ୱାରା ରୁଜ୍ଜୁ କରାଯାଇଥିବା ଆଇଏନ୍ଏକ୍ସ ମିଡିଆ ଭ୍ରଷ୍ଟାଚାର ମାମଲାରେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିଲା । ୭୪ ବର୍ଷିୟ ଚିଦାମ୍ବରମ୍ ୩୦ ସେପ୍ଟେମ୍ବରରେ ହୋଇଥିବା ହାଇକୋର୍ଟର ଶୁଣାଣିକୁ ନେଇ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରିଶେଷରେ ସେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସିବିଆଇ କବଳରୁ ମୁକ୍ତି ପାଇଛନ୍ତି ।


Share It

Comments are closed.