ସାହାରା ବିରୁଦ୍ଧରେ ନେଟଫ୍ଲିକ୍ସର ଆବେଦନକୁ ସର୍ବୋଚ୍ଚ ଅଦାଲତଙ୍କ ଖାରଜ


ଭୁବନେଶ୍ୱର: ବିହାରର ଆରରିଆସ୍ଥିତ ଏକ ଦେୱାନି ଅଦାଲତ ଦ୍ୱାରା ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ ଆଗତ ହୋଇଥିବା ଏକ ଆଦେଶକୁ ଚ୍ୟାଲେଞ୍ଜ କରି ନେଟଫ୍ଲିକ୍ସ ପକ୍ଷରୁ ସାହାରା ବିରୁଦ୍ଧରେ ଦାଏର କରାଯାଇଥିବା ଏକ ଏସଏଲପିକୁ ସର୍ବୋଚ୍ଚ ଅଦାଲତ ବୁଧବାର ଦିନ ଖାରଜ କରିଦେଇଛନ୍ତି । ଏହା ସହିତ ଡକ୍ୟୁମେଂଟାରୀ ସିରିଜ ‘ବ୍ୟାଡ ବଏ ବିଲେନିୟାର’ ଏବଂ ପ୍ରମୋକୁ କୌଣସି ପ୍ରକାରର ମାଧ୍ୟମ କିମ୍ବା ପ୍ରଯୁକ୍ତି ମାଧ୍ୟମରେ ପ୍ରକାଶନ, ପ୍ରସାରଣ, ବିତରଣ, ପ୍ରଦର୍ଶିତ, ମଂଚସ୍ଥ କିମ୍ବା ସର୍ବସାଧାରଣଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯିବାରୁ ନିବୃତ ରହିବା ପାଇଁ ସର୍ବୋଚ ଅଦାଲତ ନେଟଫ୍ଲିକ୍ସ ଓ ଏହାର ନିର୍ମାତା, ନିର୍ଦ୍ଦେଶକ, କର୍ମଚାରୀ, ଅଧିକାରୀ ଓ ସହଯୋଗୀମାନଙ୍କୁ ଆଦେଶ ଦେଇଛନ୍ତି । ନେଟଫ୍ଲିକ୍ସ ଏକ ସ୍ଥାନାନ୍ତରଣ ପିଟିସନ ମଧ୍ୟ ଦାଖଲ କରିଛି । ମାତ୍ର ବର୍ତମାନ ଏହି ସ୍ଥାନାନ୍ତରଣ ଆବେଦନ ଉପରେ କୌଣସି ପ୍ରକାରର ଆଶ୍ୱସ୍ତି ପ୍ରଦାନ କରାଯାଇନାହିଁ । ସର୍ବୋଚ୍ଚ ଅଦାଲତ କେବଳ ଟିପି ମାଧ୍ୟମରେ ଏକ ନୋଟିସ ଜାରି କରିଛନ୍ତି ।
ନେଟଫ୍ଲିକ୍ସର ଉକ୍ତ ସିରିଜକୁ ରିଲିଜ ନ କରାଯିବା ପାଇଁ ଏହାର ଅଧ୍ୟକ୍ଷ ଓ ବ୍ୟବସାୟୀକ ସଂସ୍ଥା ବିରୁଦ୍ଧରେ ବିହାରର ସାହାରା ଗ୍ରୁପ ୟୁନିଟ ଏବଂ ସାହାରାର ଜଣେ ସେକ୍ଟର ମ୍ୟାନେଜରଙ୍କ ଦ୍ୱାରା ଏକ ନିର୍ଦ୍ଦେଶନାମା ଦାଖଲ କରାଯାଇଥିଲା । ଯାହାକି ସେମାନଙ୍କ କମ୍ପାନୀର ଗୋପନୀୟତା ଓ ଟ୍ରେଡମାର୍କକୁ ଅପମାନିତ କରିଥିଲା । ଏହାବ୍ୟତୀତ ସାହାରା ମଧ୍ୟ ନେଟଫ୍ଲିକ୍ସ ଓ ଏହାର ନିର୍ଦ୍ଦେଶକ ଅଭିଷେକ ନାଗ, ରେଜିନାଲ୍ଡ ସନ ଥମ୍ପସନ, ନେହା ସିହ୍ନା ଏବଂ ପ୍ରଯୋଜକ ନିକ ରିଡ, ରେବା ଶର୍ମା ଏବଂ ଇକବାଲ କିଦୱାଇଙ୍କ ବିରୁଦ୍ଧରେ ସୂଚନା ପ୍ରଯୁକ୍ତବିଦ୍ୟା ଅଧିନୀୟମ ୨୦୦୦, ଭାରତୀୟ ପେନାଲ କୋଡ଼ ଏବଂ ଟ୍ରେଡମାର୍କ ଅଧିନୀୟମ ଅଧିନରେ ଏକ ଅପରାଧିକ ଅଭିଯୋଗ ମଧ୍ୟ କରିଛନ୍ତି । ମାଜିଷ୍ଟ୍ରେଟ ଉକ୍ତ ଅଭିଯୋଗକୁ ନେଇ ନେଟଫ୍ଲିକ୍ସର ଅଧିକାରୀମାନଙ୍କୁ ସମନ ଜାରି କରିପାରିବାର ସମ୍ଭାବନା ରହିଛି ।


Share It

Comments are closed.