ଜିଡି ଗୋଏଙ୍କା ୟୁନିଭର୍ସିଟି ସହ ସନ୍‌ଷ୍ଟୋନ୍ ଏଡୁଭର୍ସିଟିର ସହଭାଗିତା


ଭୁବନେଶ୍ୱର: ପେ ଆଫ୍ଟର ପ୍ଲେସ୍‌ମେଂଟ୍ ବା ପ୍ଲେସ୍‌ମେଂଟ୍ ପରେ ପେମେଂଟ୍ ସୁବିଧା ସହିତ ଇଣ୍ଡଷ୍ଟ୍ରୀ-ରେଡି ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ଏଜୁଟେକ୍ ଷ୍ଟାର୍ଟଅପ୍ ସନ୍‌ଷ୍ଟୋନ୍ ଏଡୁଭର୍ସିଟି (ସନ୍‌ଷ୍ଟୋନ୍ ଏଜୁକେଶନ ଟେକ୍‌.ପ୍ରା.ଲିଃ ଦ୍ୱାରା ପରିଚାଳିତ) ପକ୍ଷରୁ ଜିଡି ଗୋଏଙ୍କା ୟୁନିଭର୍ସିଟି ସହ ସହଭାଗିତାର ଘୋଷଣା କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ଉତରପ୍ରଦେଶ, ବିହାର, ହିମାଚଳ, ହରିୟାଣା ଓ ପଞ୍ଜାବର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାନେଜ୍‌ମେଂଟ୍ ଓ ଉଚ୍ଚ ଶିକ୍ଷା ଲାଗି ଏକ ଲୋକପ୍ରିୟ ପସନ୍ଦ । ୨୦୨୦ରେ ୬ଟି ସହରର ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ସନ୍‌ଷ୍ଟୋନ୍‌ରେ ନାମ ଲେଖାଇବେ । ଏଥିପାଇଁ ଆଡ୍‌ମିଶନର ଶେଷ ତାରିଖ ଚଳିତବର୍ଷ ୧୫ ନଭେମ୍ବର ପର୍ଯ୍ୟନ୍ତ ରହିଛି ।
ଆଇଏମ୍‌ଟି-ଗାଜିଆବାଦର ପୁରାତନ ଛାତ୍ର ଆଶିଷ ମୁଞ୍ଜଲ ଓ ପିୟୂଷ ନାଙ୍ଗରୁଙ୍କ ଦ୍ୱାରା ସ୍ଥାପିତ ସନ୍‌ଷ୍ଟୋନର ୬ଟି ସହରରେ ୮ଟି ପାର୍ଟନର୍ ୟୁନିଭର୍ସିଟି ରହିଛି ଏବଂ ଜୁଲାଇ ୨୦୨୧ ସୁଦ୍ଧା ଏହା ନିକଟରେ ୧୫ଟି ସହରର ୨୦ ପାର୍ଟନର୍ ୟୁନିଭର୍ସିଟି ରହିବ । ସନ୍‌ଷ୍ଟୋନ୍ ଏଡୁଭର୍ସିଟିର ୨୦୧୮-୨୦ ବ୍ୟାଚ୍‌ର ଗ୍ରାଜୁଏଟ୍‌ମାନେ ୧୦୦% ପ୍ଲେସ୍‌ମେଂଟ୍ ପାଇଛନ୍ତି । ଏଥିରେ ସାମିଲ ଥିବା କିଛି ପ୍ରତିଷ୍ଠିତ ନିଯୁକ୍ତିଦାତାଙ୍କ ମଧ୍ୟରେ ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ଡବ୍ଲ୍ୟୁଏନ୍‌ଏସ୍‌, ଜେନ୍‌ପ୍ୟାକ୍ଟ, ଆମାଜନ୍‌, ଟିସିଏସ୍‌, କାର୍‌ଭି, ବାୟଜୁସ୍‌, ରିଲାଏନ୍ସ ରିଟେଲ, ପଲିସି ବାଜାର ଓ ସ୍ୱିଗି ଆଦି ସାମିଲ ରହିଛନ୍ତି ।
ସନ୍‌ଷ୍ଟୋନ୍ ଏକ ପେ ଆଫ୍ଟର ପ୍ଲେସ୍‌ମେଂଟ୍ ମଡେଲ୍‌ରେ ପରିଚାଳନା କରି ଜଣେ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରୁଛି । ଛାତ୍ରଛାତ୍ରୀମାନେ ଏକ ଅପ୍‌ଫ୍ରଂଟ୍ ଫି ଭାବେ କେବଳ ଏକ ନାମମାତ୍ର ପଞ୍ଜୀକରଣ ରାଶି ପଇଠ କରିଥାନ୍ତି ଏବଂ ୨ ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଶେଷ ହେବା ପରେ ଚାକିରିରେ ସ୍ଥାନିତ ହେବା ପରେ ହିଁ ଅବଶିଷ୍ଟ ଫି’ ପଇଠ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ବିପୁଳ ଚାହିଦା ହେତୁ ସନ୍‌ଷ୍ଟୋନ୍ ଚଳିତ ବର୍ଷ ୧୦,୦୦୦ରୁ ଅଧିକ ଆବେଦନ ହାସଲ କରିଛି ଯାହାକି ଗତ ବର୍ଷ ୨୫୦୦ ଥିଲା । ସନ୍‌ଷ୍ଟୋନ୍ ଚଳିତ ବର୍ଷ ୧୦୦୦ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଛି ଯାହାକି ଗତ ବର୍ଷ ତୁଳନାରେ ୩୦୦% ଅଧିକ ରହିଛି ।
ପିୟୂଷ ନାଙ୍ଗରୁ, ସହ ପ୍ରତିଷ୍ଠାତା, ସନ୍‌ଷ୍ଟୋନ୍ ଏଡୁଭର୍ସିଟି କହିଛନ୍ତି ଯେ, ‘ଜିଡି ଗୋଏଙ୍କା ଭଳି ପ୍ରତିଷ୍ଠିତ ଇନ୍‌ଷ୍ଟିଚ୍ୟୁଟ୍ ସହିତ ସହଭାଗିତା ଆମର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଭିତିଭୂମି ପ୍ରଦାନ କରିବ ଏବଂ ସେମାନେ ଏହାର ଉନ୍ନତ କ୍ୟାମ୍ପସ୍ ପରିବେଶରୁ ବହୁମାତ୍ରାରେ ଉପକୃତ ହେବେ ।” ଡଃ ଧିରେନ୍ଦ୍ର ସିଂହ ପରିହାର, ରେଜିଷ୍ଟ୍ରାର୍‌, ଜିଡି ଗୋଏଙ୍କା ୟୁନିଭର୍ସିଟି, “ଆମେ ସନ୍‌ଷ୍ଟୋନ୍ ଏଡୁଭର୍ସିଟି ସହ ସହଭାଗିତା କରି ଖୁବ୍ ଗର୍ବିତ । ସେମାନଙ୍କର ସହର ପେମେଂଟ୍ ପ୍ଲାନ୍ ଓ ଶିଳ୍ପ-ସମନ୍ୱିତ ପାଠ୍ୟକ୍ରମ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତରଦାୟିତ୍ୱ ଆଣିବା ଦିଗରେ ଏକ ବଡ ପଦକ୍ଷେପ, ଯାହାକି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସମ୍ଭବ କରୁଛି ।”


Share It

Comments are closed.