ମା’ଙ୍କ ମଙ୍ଗଳସୁତ୍ର ପାଇଁ ସନି ବନିଥିଲେ ପର୍ଣ୍ଣ ଷ୍ଟାର


ଅଭିନେତ୍ରୀ ସନି ଲିଓନଙ୍କ ଉପରେ ପର୍ଯ୍ୟବେଶିତ ଏକ ୱେବ ସିରିଜ ‘କରନଜିତ କୈର : ଦ ଅନଟୋଲ୍ଡ ଷ୍ଟୋରି’ ର ଶୁଭାରମ୍ଭ ସମସ୍ତ ପ୍ରେକ୍ଷାଳୟରେ ହୋଇ ସାରିଛି । ଜି୫ରେ ରିଲିଜ ହେବାର ଏକ ସପ୍ତାହ ପରେ ଏହି ବାୟୋପିକ ଏକ ୱେବସାଇଟରେ ଲିକ ହୋଇଯାଇଥିଲା । ସନି କିପରି ଆଡଲ୍ଟ ଜଗତରୁ ବଲିଉଡ ଜଗତରେ ପାଦ ଥାପିଥିଲେ ତାହା ଏହି ୱେବ ସିରିଜରେ ଦେଖାଯାଇଛି ।
ବାୟୋପିକରେ ସନି ନିଜେ ନିଜ ଭୂମିକାରେ ଅଭିନୟ କରିଥିଲେ । ଏହା ପରଦାରେ ପ୍ରଥମ ଥର ହୋଇଛି, ଯାହାକି ଜଣେ ବ୍ୟକ୍ତି ନିଜେ ନିଜ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରୀଆରେ ସନି ନିଜ ଜୀବନ ସହ ଜଡିତ ଅନେକ ରହସ୍ୟ ଲୋକଲୋଚନକୁ ଆଣିଛନ୍ତି । ୱେବ ସିରିଜର ପ୍ରଥମ ପାର୍ଟରେ ସନି ବାଲ୍ୟକାଳ ସହ ଜଡିତ ଥିବା କିଛି ଘଟଣା ଦେଖାଯାଇଥିଲା । ଏଥିରେ ସେ ସାମ୍ବାଦିକ ଅନୁପମ ଚୋବେଙ୍କୁ ନିଜର ଅଭିଭାଷଣ ଦେଉଥିବାର ଦେଖିବାକୁ ମିଳିଥିଲା ।
ଏହି ଇଣ୍ଟରଭିୟୁରେ ଜରୀଆରେ ସନି ସୂତନା ଦେଇ କହିଥିଲେ ଯେ, ତାଙ୍କ ପାରିବାରିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଘରର ଭରଷପୋଷଣ କରିବା ପାଇଁ ତାଙ୍କ ମା ନିଜର ମଙ୍ଗଳସୁତ୍ର ବନ୍ଧା ରଖିବାକୁ ପଛାଇନଥିଲେ । ମାଙ୍କର ବନ୍ଧା ରଖାଯାଇଥିବା ମଙ୍ଗଳସୁତ୍ରକୁ ମୁକୁଳାଇବା ପାଇଁ ସେ ବାଧ୍ୟ ହୋଇ ବୋଲ୍ଡ ଫଟୋସୁଟ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହା ତାଙ୍କ ଜୀବନର ପ୍ରଥମ ବୋଲ୍ଡ ଫଟୋସୁଟ ଥିଲା ।

ସେ କହିଛନ୍ତି ସେ ଯାହା କରିଛନ୍ତି କିଛି ଭୁଲ କରି ନାହାନ୍ତି ଏବଂ ତାଙ୍କର ଏହି ଭୁଲ ପାଇଁ ସେ ଅନୁତପ୍ତ ମଧ୍ୟ ନାହାନ୍ତି । ସେ ତାଙ୍କ ପରିବାର ପାଇଁ ଯାହା ବି କରିଛନ୍ତି, ସେଥିପାଇଁ ସାହାସର ଆବଶ୍ୟକ ଥିଲା, ଯାହା କି ସେ କରି ଦେଖାଇଛନ୍ତି ।
ପ୍ରକାଶ ଥାଉକି ସନି କେବେ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ସମସ୍ତ କଥା ଗଣମାଧ୍ୟମ ବା ସମସ୍ତଙ୍କ ଆଗରେ କହିବା ପାଇଁ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ । ସେଥିପାଇଁ ସେ ନିଜ ଉପରେ ପର୍ଯ୍ୟବେଶିତ ହେଉଥିବା ବାୟୋପିକକୁ ସାଇନ କରିବା କିଛି ଆଗ ପଛ ନଭାବି ସାଇନ କରିଦେଇଥିଲେ ।
ଏହାର ପ୍ରଥମ ଅଧ୍ୟାୟ ଯଦି ଦର୍ଶକମାନଙ୍କୁ ପସନ୍ଦ ଆସିବ ତେବେ ଆଗାମୀ ଅଧ୍ୟାୟରେ ସନି ଛୁଆ ସାମିଲ କରାଯିବାର ଯୋଜନା କରାଯାଇଛି । ଏହି ୱେବ ସିରିଜରେ ସନିଙ୍କ ସମେତ ରାଜ ଅର୍ଜୁନ,କର୍ମବୀର ଲାମ୍ବା, ଗ୍ରୁସା କପୁର ଏବଂ ବିଜୟଙ୍କ ଭଳି ଅନେକ ଅଭିନେତା ଅଭିନୟ କରିଛନ୍ତି ।


Share It

Comments are closed.