ମଝି ରାସ୍ତାରେ ‘ସନି ଦେୱଲ’ଙ୍କୁ କିସ୍ କଲେ ମହିଳା


ବିଜେପି ପକ୍ଷରୁ ବଲିଉଡ ଅଭିନେତା ‘ସନି ଦେୱଲ’ ମୁରଦାସପୁର ପାଇଁ ପ୍ରାର୍ଥୀ ହୋଇଥିବାବେଳେ ସେ ଅନେକ ଦିନ ହେବ ସେଠାରେ ରହି ଜୋରଦାର ପ୍ରଚାର ମଧ୍ୟ ଚଳାଇଛନ୍ତି । କିନ୍ତ ସନି ସେଠାରେ ପ୍ରଚାର କରୁଥିବା ସମୟରେ ତାଙ୍କ ସହ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ମଧ୍ୟ ଲାଗିଛି । ବର୍ତ୍ତମାନ ସନି ଏହି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ସନି ଏକ ଗଣମାଧ୍ୟମ ଚ୍ୟାନେଲର ଏହି ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୁଁ ସେହି ସମୟରେ ପ୍ରଚାରରେ ବ୍ୟସ୍ତ ଥିଲି ଏବଂ ସେତେବେଳେ ଉକ୍ତ ମହିଳା ଜଣକ ମୋ ପାଖକୁ ଚାଲି ଆସିଲେ ଏବଂ ମୋତେ କିସ କରିଦେଲେ । ସେହି ମୂହୂର୍ତ୍ତରେ କ’ଣ ଘଟିଲା, ମୁଁ ଜାଣି ମଧ୍ୟ ପାରିଲି ନାହିଁ । ଏହି ଘଟଣାଟି ହଠାତ ଘଟିଥିଲା । ”
ପ୍ରକାଶ ଥାଉକି ୨୦୧୯ ସାଧାରଣ ନିର୍ବାଚନର ଶେଷ ମତଦାନ ୧୯ ମଇରେ ହେବାକୁ ଯାଉଛି । ବିଜେପି ପଞ୍ଜାବର ମୁରସିଦାବାଦରୁ ସନି ଦେଓଲଙ୍କୁ ପ୍ରାର୍ଥୀ କରାଇଥିବାବେଳେ ତାଙ୍କ ବିରୋଧରେ ସୁନିଲ ଜାଖଡ କଂଗ୍ରେସ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀ କରୁଛନ୍ତି । ପୂର୍ବରୁ ଏହା ବିଜେପି ଦଖଲରେ ଥିବାବେଳେ ବର୍ତ୍ତମାନ ଏହା କଂଗ୍ରେସ ହାତକୁ ଚାଲି ଆସିଛି ।


Share It

Comments are closed.