ବିରାଟ ପୂର୍ବଭଳି ଆଉ ଅଧିନାୟକତା ତୁଲାଇ ପାରୁନାହାନ୍ତି : ସୁନିଲ ଗାଭାସ୍କାର


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ଭାରତକୁ ପରାଜୟର ସାମନା କରିବାକୁ ପଡିଛି । ସାଉଥଆମ୍ପଟନରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡ ଠାରୁ ହାରିବା ପରେ ସିରିଜକୁ ମଧ୍ୟ ହାତ ଛଡା କରିଛି ।
ଭାରତର ଏହି ପରାଜୟ ପରେ ପୂର୍ବତ୍ତନ କ୍ରିକେଟର ସୁନିଲ ଗାଭାସ୍କର ଅଧିନାୟକ ବିରାଟ କୋହଲୀଙ୍କ ଅଧିନାୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ସିରିଜରେ ଇଂଲଣ୍ଡ ଭାରତକୁ ହରାଇ ୩-୧ ଶୃଙ୍ଖଳାରେ ବିଜୟ ହାସଲ କରିଥିଲା । ଏହା ପରୀପ୍ରେକ୍ଷାରେ ଗାଭାସ୍କର କହିଛନ୍ତି ଯେ, ବିରାଟ ପୂର୍ବଭଳି ଆଉ ଅଧିନାୟକତା ଦାୟିତ୍ୱକୁ ତୁଲାଇ ପାରୁନାହାନ୍ତି ।
ସେ କହିଥିଲେ ଯେ, ବିରାଟଙ୍କୁ ଯେତେବେଳେ ୨୦୧୪ରେ ଟେଷ୍ଟ ସିରିଜ ପାଇଁ ଅଧିନାୟକତା ତୁଲାଇବା ପାଇଁ ଦାୟିତ୍ୱକୁ ହସ୍ତାନ୍ତର କରାଯାଇଥିଲା ସେତେବେଳେ ସେ ଦଳକୁ ସଫଳତା ଆଡକୁ ଅଗ୍ରସର କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିରାଟଙ୍କ ପ୍ରକୃତ ପରୀକ୍ଷା ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ହିଁ ହେବ କାରଣ େଓଷ୍ଟିଇଣ୍ଡଜି, ଶ୍ରୀଲଙ୍ଗା ଭଳି ଟିମ ଠାରୁ ଭାରତ ଜିତି କୌଣସି ବୃହତ ବିଜୟ ହାସଲ କରିଛି ବୋଲି ଭାବିବା ଉଚିତ ନୁହେଁ । ସେହି ମ୍ୟାଚ ଗୁଡିକ ଭାରତ ପାଇଁ ଏକ ଅଭ୍ୟାସ ମ୍ୟାଚ ସଦୃଶ୍ୟ ।
ପ୍ରକାଶ ଥାଉକି ବର୍ଷ ଆରମ୍ଭରୁ ଭାରତ ଦକ୍ଷୀଣ ଆଫ୍ରିକା ବିପକ୍ଷରେ ହୋଇଥିବା ଶୃଙ୍ଖଳାକୁ ୨-୧ରେ ହାରିବା ପରେ ଏହା ହେଉଛି ଭାରତ ପାଇଁ ଦ୍ୱିତୀୟ ପରାଜୟ । ଏହି ପରାଜୟ ପାଇଁ ଦଳରେ ସମୀକ୍ଷା ନିହାତି ଆବଶ୍ୟକ ଏବଂ କେଉଁ ଖେଳାଳୀ ଦଳରେ ରହିବା ଉଚିତ କିମ୍ବା ନୁହେଁ ତାର ନିଷ୍ପତି ନେବା ନିତ୍ୟାନ୍ତ ଜରୁରୀ ବୋଲି ପୂର୍ବତ୍ତନ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି ।


Share It

Comments are closed.