କୋହଲିଙ୍କ ମନ୍ତବ୍ୟକୁ ନେଇ ରାଗିଗଲେ ଗାଭାଷ୍କାର, କହିଲେ ଯିଏ ମେସେଜ କରିନଥିଲେ ତାଙ୍କ ନାଁ କୁହ


ବିରାଟ କୋହଲି ଏସିଆ କପ୍ ୨୦୨୨ରେ ଦୁଇଟି ଅର୍ଦ୍ଧଶତକ ସହ ୧୫୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । କେବଳ ଏସିଆ କପ୍‌ରେ ତାଙ୍କ ଅପେକ୍ଷା ପାକିସ୍ତାନର ମହମ୍ମଦ ରିଜୱାନ୍‌ ଅଧିକ ରନ୍‌ କରିଛନ୍ତି । ଏଥି ସହିତ, ସୁପର ୪ ମ୍ୟାଚ୍ ପରେ ସେ ଦାବି କରିଛନ୍ତି ଯେ ମୁଁ ଟେଷ୍ଟ କ୍ୟାପଟେନ୍ସି ଛାଡିବାପରେ ମୋ ନିକଟକୁ କେବଳ ଧନୀଙ୍କ ମେସେଜ ଆସିଥିଲା । ଯେତେବେଳେକି ସମସ୍ତଙ୍କ ପାଖରେ ମୋର ନମ୍ୱର ଥିଲା ।

ମୋତେ କେହି ହେଲେ ମେସେଜ ଟିଏ କରିନଥିଲେ । ବିରାଟଙ୍କ ଏହି ପ୍ରତିକ୍ରିୟା ପରେ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଭଡକିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ମେସେଜ କରିନାହାଁନ୍ତି ସେମାନଙ୍କ ନାମ ସାର୍ବଜନୀନ କରନ୍ତୁ ବିରାଟ । ସେ କହିଛନ୍ତି ଯେ କୋହଲିଙ୍କୁ ପବ୍ଲିକ ପ୍ଲାଟଫର୍ମରେ ଏପରି କଥା କହିବାର ନଥିଲା ।

ସାକ୍ଷାତକାରରେ ଗାଭାସ୍କର କହିଛନ୍ତି ଯେ ଏହି ଅନ୍ୟ ଖେଳାଳିଙ୍କ ସହ ଡ୍ରେସିଂ ରୁମ ଭିତରେ ଅବସ୍ଥା କ’ଣ ଥିଲା ମୁଁ ଜାଣେ ନାହିଁ । ମୁଁ ଭାବୁଛି ଯଦି ତାଙ୍କୁ ଜଣେ ଯୋଗାଯୋଗ କରିଥିଲେ, ତେବେ ସେ ଅନ୍ୟମାନଙ୍କ କଣ୍ଟାକ୍ଟରେ ନଥିଲେ । ଯଦି ସେ ରହିଥାନ୍ତେ ତେବେ ହୁଏତ ତାଙ୍କ ସହ ଅନ୍ୟମାନେ ମେସେଜ କରିଥାନ୍ତେ । ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଏମଏସ ଧୋନିଙ୍କ ବିଷୟରେ କହିଥିଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ତେଜିଛି ।


Share It

Comments are closed.