ଆସନ୍ତା ଶୁକ୍ରବାର କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହିସବୁ ରାଶି ପାଇଁ ରହିଛି ଧନ ଲାଭର ଯୋଗ


ଫେବୃଆରୀ ୧୨ ତାରିଖରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । କୁମ୍ଭ ରାଶିରେ ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରହିବେ । ମାର୍ଚ୍ଚ ୧୪ ତାରିଖରେ ପୁଣି ଥରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ପାଖାପାଖି ଗୋଟିଏ ମାସ ରହିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ଉପରେ ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ଉପରେ କ’ଣ ପ୍ରଭାବ ପଡିବ…

ମେଷ ରାଶି :

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ଲାଭର ଯୋଗ ରହିବ । ଉଚ୍ଚ ପଦାଧିକାରୀ କିମ୍ବା ପରିବାର ମଧ୍ୟରେ ବିବାଦ ସୃଷ୍ଟି କରନ୍ତୁନାହିଁ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

ବୃଷ ରାଶି :

ଏହି ରାଶି ସହିତ ଜଡିତ ବ୍ୟବସାୟୀ ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଯୋଗ ରହିଛି । ଧନ ଲାଭ ଆୟରେ ବୃଦ୍ଧି ଏବଂ ଚାକିରୀ ମିଳିବାର ସୁଯୋଗ ରହିଛି ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତି ଧାର୍ମିକ ଚିନ୍ତାଧାରା ବୃଦ୍ଧି ପାଇବ । ବିରୋଧୀଙ୍କୁ ପରାସ୍ତ କରିବେ । ଆପଣ ଯେକୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇପାରିବେ ।

କର୍କଟ ରାଶି :

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କର ମାନ-ସମ୍ମାନ ବଢିବ । କିନ୍ତୁ ଶରୀରିକ କଷ୍ଟ ମିଳିପାରେ । ଆକସ୍ମିକ ଖର୍ଚ୍ଚ ଦ୍ୱାରା ଧନହାନୀର ସମ୍ଭାବନା ରହିଛି ।

ସିଂହ ରାଶି :

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେତୁ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଏକ ମିଶ୍ରିତ ପ୍ରଭାବ ହେବ । ବ୍ୟବସାୟରେ ଲାଭ ଏବଂ ଅନ୍ୟାନ୍ୟ ଆର୍ଥିକ ଲାଭର ଯୋଗ ରହିବ ।

କନ୍ୟା ରାଶି :

ଏହି ସମୟ ମଧ୍ୟରେ କାହାକୁ ଅଧିକ ଟଙ୍କା ଋଣ ଦିଅନ୍ତୁ ନାହିଁ । ଦିଆଯାଇଥିବା ଟଙ୍କା ଫେରସ୍ତ ପାଇବାରେ ସନ୍ଦେହ ରହିବ ।

ତୁଳା ରାଶି :

ରାଶି ପରିବର୍ତ୍ତନ ହେତୁ ବ୍ୟବସାୟୀମାନଙ୍କ ପାଇଁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସମୟ ଭଲ ରହିବ । ନୂତନ କାର୍ଯ୍ୟ, ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଉଚ୍ଚ ପଦାଧିକାରୀଙ୍କ ସହଯୋଗ ରହିବ ।

ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ଅଶାନ୍ତିର ସମସ୍ୟା ରହିବ । କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ବଢିବ । ତଥାପି, ବିରୋଧୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ ।

ଧନୁ ରାଶି : ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କାର୍ଯ୍ୟରେ ସଫଳତାର ସମ୍ଭାବନା ସର୍ବାଧିକ ରହିବ । ବିଦ୍ୟାର୍ଥୀ କିମ୍ବା ପ୍ରତିଯୋଗିତାରେ ବସିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅପେକ୍ଷାକୃତ ଭଲ ରହିବ । ମହିଳାମାନଙ୍କ ପାଇଁ ଚାକିରିରେ ପଦୋନ୍ନତି ଏବଂ ନୂତନ ଚୁକ୍ତିନାମା ପ୍ରାପ୍ତିର ଯୋଗ ମଧ୍ୟ ରହିବ ।

ମକର ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିବ । କଳହରୁ ଦୁରେଇ ରହିବେ । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବେ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ପରିବାରରେ କଳହ ଲାଗି ରହିବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ବିବାହ ଯୋଗ ରହିବ ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ମିଶ୍ରିତ ପ୍ରଭାବ ହେବ । ପାଠପଢ଼ା ଏବଂ ଚାକିରୀ କ୍ଷେତ୍ରରେ ଲାଭ ଯୋଗ ରହିବ ।


Share It

Comments are closed.