ଓଲା ଡ୍ରାଇଭର ‘ନୁର ଜାହାନ’ଙ୍କ ସଂଘର୍ଷର କାହାଣୀ


ମହିଳା ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କ କ୍ଷେତ୍ରରେ ସୁଯୋଗ ଆସିବା ମାତ୍ରେ ସେମାନେ ସୁଯୋଗକୁ ହାତଛଡା ନକରି ତାହାର ଲାଭ ଉଠାଇଛନ୍ତି । ସେହିପରି ଜଣେ ମହିଳା ହେଉଛନ୍ତି ନୁର ଜାହାନ । ଆପଣ ମହିଳାଙ୍କୁ ତ ଡାକ୍ତର, ଇଞ୍ଜିନୟର, ଶିକ୍ଷକ, ଓକିଲଭାବେ ଦେଖିଥିବେ । ନୁର ଜାହାନ ହେଉଛନ୍ତି ଜଣେ ଏପରି ମହିଳା ଯେ ବିଭିନ୍ନ ପ୍ରକାରର ଯାନ ତଥା କାର, ଭ୍ୟାନ, ବସ ଏବଂ ଅଟୋ ପ୍ରଭୃତି ଚଲାଇବା ଶିଖିଛନ୍ତି ।
୩୪ ବର୍ଷିୟା ନୁର ଜାହାନ ଜଣେ ମଧ୍ୟବିତ୍ତ ପରିବାରର । ସେ ଧିରେ ଧିରେ ବଡ ହେବା ସହିତ ତାଙ୍କ ସାଙ୍ଗ ମାନଙ୍କୁ ଗାଡି ଚଲାଉଥିବାର ଦେଖିଲେ ତାଙ୍କୁ ମଧ୍ୟ ଗାଡି ଶିଖିବାକୁ ଇଚ୍ଛା ଥିଲା । ତାଙ୍କର ସ୍ୱାମୀ ତାଙ୍କୁ ଗାଡି ଚଲାଇବା ଶିଖାଇଥିଲେ ।
ନୁର ପ୍ରଥମେ ଏକ ପ୍ରାଇଭେଟ କ୍ୟାବ କମ୍ପାନୀରେ କାମ କରୁଥିଲେ । ସେତେବେଳେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା କିନ୍ତୁ ପରେ ସେ ଓଲାରେ ଅଟୋ ଚଲାଇବା ପରେ ତାଙ୍କର ଅବସ୍ଥା ଠିକ ହୋଇଥିଲା । ପ୍ରଥମେ କାମ ପ୍ରାରମ୍ଭ କରିବା ସମୟରେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିଲା କିନ୍ତୁ ପରେ ସମୟ ସହିତ ସବୁକିଛି ପରିବର୍ତ୍ତନ ହୋଇଥିଲା ଏବଂ ସେ ଓଲାରେ କାମ କରି ଭଲ ରୋଜଗାର ମଧ୍ୟ କରିଥିଲେ । ସେ ଓଲା ସମ୍ପର୍କରେ ତାଙ୍କର ଏକ ବନ୍ଧୁଙ୍କ ଠାରୁ ଜାଣିଥିଲେ । ନୁର ଓଲାରେ ଯୋଗଦେବା ପରେ ଅଟୋ, ଦୁଇ ଚକିଆ ଯାନ, କ୍ୟାବ, ମିନଭ୍ୟାନ ଏପରିକି ବସ ମଧ୍ୟ ଚଲେଇବା ଶିଖିଥିଲେ । ପ୍ରଥମେ ଓଲା ଇତ୍ୟାଦି ବାଙ୍ଗାଲୁରୁରେ ଲୋକପ୍ରିୟ ଥିବାରୁ ସେ ପ୍ରଥମେ ବାଙ୍ଗାଲୁରୁରେ କାମ ପ୍ରାରମ୍ଭ କରିଥିଲେ ।
ବର୍ତ୍ତମାନ ଏକ ଚାଡି ଚାଳକଭାବେ ସେ ୨୫ଜଣ ପିଲାଙ୍କୁ ଗାଡି ଚାଳନା ଶିକ୍ଷା ଦେଉଛନ୍ତି । ନୁରଙ୍କର ପରିବାର ଏବଂ ବନ୍ଧୁମାନେ ମଧ୍ୟ ତାଙ୍କୁ ତାଙ୍କର ପରିଶ୍ରମ ପାଇଁ ସହଯୋଗ କରୁଛନ୍ତି । ସେ ତାଙ୍କର ପରିଶ୍ରମ ବଳରେ ତାଙ୍କର ପରିବାର ଏବଂ ପିଲାମାନଙ୍କୁ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବାକୁ ଚାହୁଁଛନ୍ତି । ତାଙ୍କର ଏହି ପରିଶ୍ରମ ଏବଂ କଠିନ ଅଧ୍ୟାବସୟ ପାଇଁ ସେ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ସେହିପରି ଅନ୍ୟ ମହିଳାମାନେ ସେମାନଙ୍କ ପରିଶ୍ରମ ଦ୍ୱାରା ସଫଳତାର ସ୍ୱାଦ ଚାଖି ପାରିବେ ବୋଲି ସେ ଦର୍ଶାଇ ସାରିଛନ୍ତି ।


Share It

Comments are closed.