ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଟିଏସଏଫ ସହଯୋଗରେ ମହିଳାଙ୍କ ପାଇଁ ସବାଇ ଘାସ କଳାକୃତି ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ


 

ବାଲେଶ୍ୱର: ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ୧୪୦ ଜଣ ମହିଳାଙ୍କୁ ସଶକ୍ତ କରିବା ପାଇଁ ଚଉମୁଖ, ବିଲକୁମାରୀ ଓ ବଡାସରେ ତିନୋଟି ସବାଇ ଘାସ କଳାକୃତି (କ୍ରାଫ୍ଟ) ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି।

ଏହି କେନ୍ଦ୍ରଗୁଡ଼ିକ ମହିଳାମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ସୃଷ୍ଟି କରିବା ଏବଂ ସେମାନଙ୍କ ଆôର୍ଥକ ସ୍ୱାଧୀନତା ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ପାରମ୍ପରିକ କାରିଗରୀ ସବାଇ ଘାସ ବୁଣାକାମରେ ପ୍ରଶିକ୍ଷଣ ପ୍ରଦାନ କରିବ ।

ଏହି ଅବସରରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଶାନ୍ତ କୁମାର ମିଶ୍ର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ), ବାଲେଶ୍ୱରର ୟୁନିଟ୍ ମୁଖ୍ୟ ପ୍ରମୋଦ କୁମାର ପାତ୍ରଙ୍କ ସମେତ ସ୍ଥାନୀୟ ସରପଞ୍ଚଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ଏହି ପଦକ୍ଷେପ କେବଳ ଏକ ପାରମ୍ପରିକ କଳାକୁ ସଂରକ୍ଷିତ କରିବା ସହ ମହିଳାମାନଙ୍କୁ ଦକ୍ଷତା ପ୍ରଦାନ କରୁଛି ଯାହା ସେମାନଙ୍କୁ ବଜାରରେ ପ୍ରବେଶ କରିବାକୁ ସକ୍ଷମ କରିବ। ସବାଇ ଘାସ କ୍ରାଫ୍ଟ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଉଦ୍ୟୋଗର କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସେଗୁଡିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନଙ୍କୁ ଉତ୍ପାଦ ବିକାଶ, ଗୁଣବତା ବୃଦ୍ଧି ଏବଂ ବଜାର ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ । ଏହି ପ୍ରଶିକ୍ଷଣ ବୁଣା କୌଶଳଠାରୁ ଆଗକୁ ଯାଇ ଉତ୍ପାଦ ଡିଜାଇନ, ଗୁଣାତ୍ମକ ଉନ୍ନତି ଏବଂ ବଜାର ପ୍ରବେଶ ଉପରେ ଗୁରୁତ୍ୱ ଦେଇ ମହିଳାମାନେ ଯେଭଳି ପ୍ରଭାବଶାଳୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଦୀର୍ଘସ୍ଥାୟୀ ବ୍ୟବସାୟ ଉଦ୍ୟୋଗ ନିର୍ମାଣ କରିପାରିବେ ସେଥିରେ ସହାୟକ ହେବ।

 

 

 

 


Share It

Comments are closed.