ପରୀକ୍ଷା ସମୟରେ କିପରି କରିବେ ପଢିବାରେ ଏକାଗ୍ରତା


ପରୀକ୍ଷା ପାଖେଇ ଆସିଲାଣି ଏବଂ ବିଦ୍ୟାର୍ଥୀମାନେ ପଢିବାରେ ଏକାଗ୍ରତା ରଖିବା ଖୁବ ଆବଶ୍ୟକ । ଭଲ ମାର୍କ ସ୍କୋର କରି ଭଲ ର୍ୟାଙ୍କ ରଖିବା ପାଇଁ ଏକାଗ୍ରତା ବାଇବା ଖୁବ ଦରକାରୀ । ଜାଣି ରଖନ୍ତୁ କିପରି ଆପଣ ଏକାଗ୍ରତା ବୃଦ୍ଧି କରିବେ ।
୧. ଯୋଜନା ପ୍ରସ୍ତୁତ କରନ୍ତୁ – ଆପଣ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର ତାରିଖ ଏବଂ ଦିନ ଅନୁଯାୟୀ ପଢାର ଯୋଜନା ପ୍ରସ୍ତୁତ କରନ୍ତୁ । ଆପଣଙ୍କ ସିଲାବସ ଏବଂ ସମୟକୁ ନେଇ ଯୋଜନା କରନ୍ତୁ । ବିନା ଯୋଜନାରେ କୌଣସି ପ୍ରସ୍ତୁତ କଲେ ଏହାର ସଠିକ ପରିଚାଳନା ହୋଇନଥାଏ । ପଢିବା , ଖେଳିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ।
୨. ସଠିକ ପଢାର ପରିବେଶ ପ୍ରସ୍ତୁତ କରନ୍ତୁ – ପଢିବା ପାଇଁ ସଠିକ ପରିବେଶ ପ୍ରସ୍ତୁତ କରନ୍ତୁ । ଏକାଗ୍ରତା ସହିତ ପଢିବା ପାଇଁ ଗୋଟିଏ ରୁମକୁ ଭଲରେ ଖାତାବହି ଆବଶ୍ୟକୀୟ ଆସବାବରେ ସଜାଇ ରଖନ୍ତୁ । ଏକ ଡେକ୍ସ ଚେୟାର ଏବଂ ସମସ୍ତ ଉପାଦାନ ସଜାଇ ରଖନ୍ତୁ ଏବଂ ସର୍ବଦା ସଜାଇ ରଖନ୍ତୁ ।
୩. ପଢା ସମୟରେ କିଛି କିଛି ସମୟ ବ୍ରେକ ନିଅନ୍ତୁ – ଲଗାତାର ୫ଘଣ୍ଟା ପଢିବା ଠାରୁ ମଝିରେ ମଝିରେ ବ୍ରେକ ନେଇ ପାଠ ପଢିବା ଖୁବ ଭଲ । ଆପଣ ୪୫ମିନିଟରୁ ୧ଘଣ୍ଟା ପଢନ୍ତୁ ବରଂ ଏକାଗ୍ରତା ସହିତ ପଢନ୍ତୁ ।
୪. ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ – ପଢିବା ସମୟରେ ଏକାଗ୍ରତା ରକ୍ଷା କରିବା ପାଇଁ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ବାହରର କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ଆପଣ ପଢିବା ସମୟ ଏବଂ ଖେଳିବା ଏବଂ ସୋସିଆଲ ମିଡିଆ ଦେଖିବା ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ ।
୫. ସଠିକ ଖାଦ୍ୟ ଖାଆନ୍ତୁ ଏବଂ ପାଣି ଭଲରେ ପିଅନ୍ତୁ – ପାଠରେ ଏକାଗ୍ରତା ର କ୍ଷା କରିବା ପାଇଁ ପେଟ ଭରି ଖାଦ୍ୟ ଖାଆନ୍ତୁ । ଏବଂ ଭଲରେ ପାଣି ପିଅନ୍ତୁ । ଏହା ଦ୍ୱାରା ବାରମ୍ବାର ଆପଣଙ୍କୁ ଉଠିବାକୁ ପଡିବ ନାହିଁ । ଏବଂ ପଢିବାରେ ଏକାଗ୍ରତା ଲାଗି ରହିବ ।


Share It

Comments are closed.