ଆଲମଣ୍ଡ ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ

Share It

ଭୁବନେଶ୍ୱର : ସମଗ୍ର ଦେଶରେ ଅର୍ଥନୈତିକ ଗତିବିଧି ଧିରେ ଧିରେ ଆରମ୍ଭ ହେବା ଏବଂ ଲୋକମାନେ ନିଜ ଘରୁ ବାହାରିବା ଆରମ୍ଭ କରିବା ପରେ; ଏବେ ସୁରକ୍ଷିତ ରହିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାକୁ ଆରମ୍ଭ କରିବାର ଏକ ବଡ ମାଧ୍ୟମ ହେଉଛି ନିଜ ଖାଦ୍ୟାଭ୍ୟାସ ଓ ଜୀବନଶୈଳୀକୁ ପରିବର୍ତନ କରିବା ଏବଂ ପୋଷଣଯୁକ୍ତ ଓ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପରିଚିତ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା । ଭିଟାମିନ୍ ଇ, ଜିଙ୍କ୍‌, କପର୍‌, ଫୋଲେଟ୍ ଓ ଆଇରନ୍‌ରେ ଭରପୂର ବାଦାମ ବା ଆଲ୍‌ମଣ୍ଡର ନିୟମିତ ସେବନ କିଭଳି ଏକ ମଜଭୁତ ପ୍ରତିରୋଧକ ପ୍ରଣାଳୀ ସହାୟକ ହୋଇପାରେ ତାହା ବୁଝିବା ପାଇଁ ଏହାକୁ ପଢନ୍ତୁ ।
ଆଲ୍‌ମଣ୍ଡ ଭିଟାମିନ୍ ଇ’ର ଏକ ପ୍ରମୁଖ ଉତ୍ସ ଅଟେ, ଯାହାକି ଫୁସ୍‌ଫୁସ୍ ସମ୍ବନ୍ଧୀୟ ରୋଗ ପ୍ରତିରୋଧକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଏକ ଆଂଟିଅକ୍ସିଡାଂଟ୍ ଭାବେ କାର୍ଯ୍ୟ କରିଥାଏ । ଭିଟାମିନ୍ ଇ ଭାଇରସ୍ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବିରୋଧରେ ସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ ପରିଚିତ । ଏହାଛଡା ଆଲ୍‌ମଣ୍ଡରେ କପର୍ ମଧ୍ୟ ଭରପୂର୍ ମାତ୍ରାରେ ରହିଛି । କପର୍ ରୋଗ ପ୍ରତିରୋଧକ ପ୍ରଣାଳୀର ସାଧାରଣ କାର୍ଯ୍ୟରେ ଯୋଗଦାନ ଦେଇଥାଏ ।
ମ୍ୟାକ୍ସ ହେଲ୍‌ଥକେୟାର-ଦିଲ୍ଲୀର ଡାଏଟେଟିକ୍ସ ବିଭାଗ ଆଂଚଳିକ ମୁଖ୍ୟ ରିତିକା ସାମାଦର କହିଛନ୍ତି, ଆଲ୍‌ମଣ୍ଡ ହେଉଛି ଏକ ସୁସ୍ଥ ଓ ସୁବିଧାଜନକ ଖାଦ୍ୟ, ଯାହାକୁ ଦିନର ଯେକୌଣସି ସମୟରେ ଖିଆଯାଇପାରିବ । ଏଥିସହିତ ଆଲ୍‌ମଣ୍ଡ ଏହାର ବିବିଧ ଗୁଣ ଓ କ୍ରଂଚିନେସ୍ ପାଇଁ ପରିଚିତ ଏବଂ ବିଭିନ୍ନ ଭାରତୀୟ ମସଲାଗୁଡିକ ସହିତ ଭଲ ଭାବେ ମିଳିତ ହୋଇଥାଏ, ଯାହାକି ଏହାକୁ ବିଭିନ୍ନ ଖାଦ୍ୟ ପାଇଁ ଏକ ମହତ୍ ଯୋଗ କରିଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ମୁଠାଏ ଆଲ୍‌ମଣ୍ଡକୁ ସାମିଲ କରିବା ପାଇଁ ନିଶ୍ଚିତ ହୁଅନ୍ତୁ! ଆପଣ ପ୍ରତିଦିନ ସକାଳେ ପ୍ରଥମ କାର୍ଯ୍ୟ ଭାବେ ଗୋଟିଏ ମୁଠା ଆଲ୍‌ମଣ୍ଡ ଖାଇବା ପାଇଁ ଚୟନ କରିପାରିବେ କିମ୍ବା ଏହାକୁ ୱାର୍କଆଉଟ୍ ପରେ କିମ୍ବା ପୂର୍ବରୁ ଏବଂ ମିଲ୍‌ଗୁଡିକ ମଧ୍ୟରେ ଖାଇପାରିବେ ।


Share It

Comments are closed.