ଷ୍ଟିମ୍‌ହାଉସ୍ ଇଣ୍ଡିଆ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

Share It

ଭୁବନେଶ୍ୱର: ଶିଳ୍ପସଂସ୍ଥାଗୁଡ଼ିକୁ କେନ୍ଦ୍ରୀକୃତ ଷ୍ଟିମ୍ (ବାଷ୍ପ) ଯୋଗାଣ କରୁଥିବା ଅଗ୍ରଣୀ ସଂସ୍ଥା ଷ୍ଟିମହାଉସ୍ ଇଣ୍ଡିଆ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଯଦିଓ ଏହି ଇସ୍ୟୁ ସମ୍ପର୍କରେ ସାର୍ବଜନୀନ ଘୋଷଣା କରାଯାଇନାହିଁ, କିନ୍ତୁ ଏହାର ପରିମାଣ ୫୦୦-୭୦୦ କୋଟି ଟଙ୍କା ହେବା ଆଶା କରାଯାଉଛି।
ସଞ୍ଜୋ ଗ୍ରୁପ୍ ଅଧୀନରେ ଏହି କମ୍ପାନିକୁ ୨୦୧୪ରେ ସ୍ଥାପନ କରାଯାଇଥିଲା ଯାହାର ମୁଖ୍ୟ କାର୍ଯ୍ୟାଳୟ ସୁରଟରେ ରହିଛି। ବିଶାଲ ଏସ ବୁଦ୍ଧିଆ ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ରହିଛନ୍ତି। ଷ୍ଟିମହାଉସ୍ ଇଣ୍ଡିଆ ଶିଳ୍ପ ବାଷ୍ପ କ୍ଷେତ୍ରରେ ବିପ୍ଳବ ଆଣିଥିବା ବେଳେ ସାରା ଦେଶରେ ୧୬୭ କ୍ଲାଏଂଟ୍‌ଙ୍କୁ ସେବା ପ୍ରଦାନ କରୁଛି।
କମ୍ପାନିର ସମ୍ପ୍ରସାରଣ, ପିରାନା, ଅହମ୍ମଦାବାଦ, ଦହେଜ ଏସଇଜେଡ, ଭାପି ତୃତୀୟ ପର୍ଯ୍ୟାୟ, ଅଙ୍କଲେଶ୍ୱର ତୃତୀୟ ପର୍ଯ୍ୟାୟ, ପାନୋଲି ତୃତୀୟ ପର୍ଯ୍ୟାୟ, ଝଗଡ଼ିଆ, ନନ୍ଦେଶ୍ୱରୀ ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି ଏବଂ କମ୍ପାନି ଆନ୍ଧ୍ରପଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ ଓ ହରିୟାଣାରେ ଜାରି ରହିଛି।
ସଞ୍ଜୋ ଗ୍ରୁପ୍ ପକ୍ଷରୁ ପାରମ୍ପରିକ କ୍ୟାପ୍‌ଟିଭ୍ ବଏଲର୍ ବଦଳରେ ଏକ ଅଭିନବ ଓ କେନ୍ଦ୍ରୀକୃତ କମ୍ୟୁନିଟି ବଏଲର ପରିକଳ୍ପନା ଉପସ୍ଥାପନ କରାଯାଇଥିଲା ଯାହା ମାନୁଫାକ୍‌ଚରିଂ କରୁଥିବା ଶିଳ୍ପସଂସ୍ଥାଗୁଡ଼ିକୁ ଏମିସନ, ପରିଚାଳନା ଖର୍ଚ୍ଚ କମ୍ କରିବା ଏବଂ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବାରେ ସହାୟକ ହୋଇଛି। ଷ୍ଟିମ୍‌କୁ ୧୯୦ ଡିଗ୍ରିରେ ବିକ୍ରି କରାଯାଉଛି ଏବଂ ଏହା ଆଇଓଟି ଓ ଏଆଇକୁ ସଂଗ୍ରହଠାରୁ ବଂଟନ ପର୍ଯ୍ୟନ୍ତ ବ୍ୟବହାର କରୁଛି।
ଭାପିରେ ଏହାର ବର୍ଜ୍ୟରୁ ଷ୍ଟିମ୍ ବଏଲର୍ କାର୍ଯ୍ୟକ୍ଷମ ରହିଛି ଯାହା ପେପର ବିଲ୍‌ର ଅଣ ରିସାଇକଲ୍ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପରିବର୍ତନ କରୁଛି। ୨୦୨୪ ମାର୍ଚ୍ଚରେ ଏହା ଅହମ୍ମଦାବାଦ ମୁନିସପାଲ କର୍ପୋରେସନଠାରୁ ୫ ମେଗାୱାଟ୍‌ର ଡବ୍ଲ୍ୟୁ୨୫ ବରାଦ ହାସଲ କରିଥିଲା। କମ୍ପାନି ସେଠାରେ ଦୈନିକ ୩୦୦ ଟନ୍‌ର ପ୍ଲାଂଟ୍‌କୁ ପିପିପି ମୋଡ୍‌ରେ ସ୍ଥାପନ କରୁଛି।
୨୦୨୪ ଅଗଷ୍ଟ ୩୧ ସୁଦ୍ଧା କମ୍ପାନିର ପରିଚାଳନା ଓ ବିତରଣ ଦକ୍ଷତା ଯଥାକ୍ରମେ ୩୩୦ ଟିପିଏଚ୍ ଓ ୨୦୦ ଟିପିଏଚ୍ ରହିଛି। କମ୍ପାନି ଏହାର କାରବାରକୁ ନାଇଟ୍ରୋଜେନ୍ କମ୍ପ୍ରେସନ୍ ଓ ବିତରଣ, ମୁନିସପାଲ ବର୍ଜ୍ୟକୁ ବାଷ୍ପରେ ପରିଣତ କରିବା ଏବଂ ବିମାନ ଲଜିଷ୍ଟିକକୁ ସମ୍ପ୍ରସାରଣ କରୁଛି। ଏହା ବିମାନ କ୍ଷେତ୍ରରେ ପଣ୍ୟ ଓ ଯାତ୍ରୀ ସେବା ପାଇଁ ଅଣ ସିଡ୍ୟୁଲ୍‌ଡ ଅପରେଟର ପରମିଟ୍ ପାଇଁ ଆବେଦନ କରିଛି। ଏହା ସଚିନ୍‌, ଭାପି, ଅଙ୍କଲେଶ୍ୱର, ସାରିଗ୍ରାମ, ପାନୋଲି ଓ ନାଦେସରିରେ ୪୫ କିମିରୁ ଅଧିକ ପଇପଲାଇନ୍ ଭିତିଭୂମି ଅନୁସରଣ କରୁଛି। କମ୍ପାନିର ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ମାସ୍ ଏମିସନ୍‌କୁ ୬୫-୭୦% ହ୍ରାସ କରୁଛି।
୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନିର ମୋଟ ରାଜସ୍ୱ ୨୯୧.୭୧ କୋଟି ଟଙ୍କା, ଏବିଟ୍‌ଡା ୭୦.୧୪ କୋଟି ଟଙ୍କା ଥିଲା ଯାହା ପୂର୍ବବର୍ଷ ଯଥାକ୍ରମେ ୫୮.୭୯ କୋଟି ଟଙ୍କା ରହିଥିଲା।


Share It

Comments are closed.