‘ସିବିଆଇ ତଦନ୍ତ ପାଇଁ ରାଜ୍ୟର ସମ୍ମତି ଜରୁରୀ’, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି


କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ଅଧିକାରକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି | ଅନେକ ସମୟରେ ସିବିଆଇକୁ ଅନୁସନ୍ଧାନ ପାଇଁ ସଂପୃକ୍ତ ରାଜ୍ୟମାନଙ୍କଠାରୁ ଅନୁମତି ନେବାକୁ ପଡ଼ିବ କି ନାହିଁ ? ସେ ନେଇ ପ୍ରଶ୍ନ ଉଠିଥାଏ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ରାଜ୍ୟରୁ ଅନୁମତି ନେବା ବାଧ୍ୟତାମୂଳକ ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ, ତଦନ୍ତ ପାଇଁ ରାଜ୍ୟର ଅନୁମତି ଆବଶ୍ୟକ । ଏହା ସଙ୍ଘୀୟ ବ୍ୟବସ୍ଥା ମଧ୍ୟରେ ଆସୁଛି । ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ସ୍ଥାପନା ଅଧିନିୟମରେ, ଅଧିକାର କ୍ଷେତ୍ର ପାଇଁ ସିବିଆଇ ପାଇଁ ରାଜ୍ୟ ସରକାରଙ୍କ ସହମତିର ଆବଶ୍ୟକତା ରହିଛି ।

ନିକଟରେ ମହାରାଷ୍ଟ୍ର ସରକାର ଏକ ଆଦେଶ ଜାରି କରିଥିଲେ । ଏହାସହ କହିଥିଲେ ଯେ, ରାଜ୍ୟରେ ଯାଂଚ କରିବାକୁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନିଆଯାଇଛି । କିନ୍ତୁ ଅନୁମତି ପ୍ରତ୍ୟାହାର ପରେ ଜାରି ରହିଥିବା ତଦନ୍ତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଯଦି ଭବିଷ୍ୟତରେ ସିବିଆଇ ମହାରାଷ୍ଟ୍ରରେ କୌଣସି ନୂଆ ମାମଲାର ତଦନ୍ତ କରିବାକୁ ଚାହେଁ ତେବେ ରାଜ୍ୟ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ । ପ୍ରଥମେ କୌଣସି ମାମଲାରେ କୋର୍ଟଙ୍କ ଦ୍ୱାରା ତଦନ୍ତ ଆଦେଶ ପରେ ହିଁ ସିବିଆଇକୁ ଅନୁମତି ଦିଆଯିବ ।


Share It

Comments are closed.