ଏବେ ଠାରୁ ରାଜ୍ୟରେ ରାତି ୧୦.୩୦ଟା ଯାଏଁ ଖୋଲା ରହିବ ମଦ ଦୋକାନ


ରାଜ୍ୟରେ ଖୋଲିବ ମଦ କାଉଣ୍ଟର। ଏଣିକି ସକାଳ ୧୦.୩୦ଟାରୁ ରାତି ୧୦.୩୦ଟା ପର୍ଯ୍ୟନ୍ତ ଖୋଲା ରହିବ ମଦ କାଉଣ୍ଟର। ଏହି ସମୟ ମଧ୍ୟରେ ଗ୍ରାହକମାନେ କାଉଣ୍ଟରରୁ ସିଧାସଳଖ କିଣି ପାରିବେ ମଦ। କଣ୍ଟେରମେଣ୍ଟ ଜୋନ ଅଞ୍ଚଳକୁ ଛାଡି ସବୁ ଅଞ୍ଚଳରେ ଦୋକାନ ଖୋଲା ଯିବ କିନ୍ତୁ ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ମଦ ମିଳିବନି ବୋଲି ସୂଚନା ଦେଲେ ଅବକାରୀ କମିଶନର। ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ପୂର୍ବ ଭଳି ହୋମ୍ ଡେଲିଭ ସୁବିଧା ଜାରି ରହିବ। ଲୋକ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ଏହା ସହିତ ଅତିରିକ୍ତ କର୍ମଚାରୀ ଧାଡ଼ି ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।


Share It

Comments are closed.