ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ୧୬ଦିନରେ ରେକର୍ଡ ୨୧୧୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୬ତମ ଦିବସରେ ୨୧୧୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା କୋରାପୁଟ ଏବଂ ଅନୁଗୁଳ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୩ଟି କଲେଜ ଏବଂ ୪ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୬୨ଟି ଆଇଡିଆ ସଂଗ୍ରହ କରିଛି ।

ଷ୍ଟାର୍ଟଅପ୍ କୋରାପୁଟ ଜିଲ୍ଲାର ବିକ୍ରମ ଦେବ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ ଓ ସେଣ୍ଟ ଜାଭିୟର ହାଇସ୍କୁଲ ପରିଦର୍ଶନ କରିବା ସହ ଅନୁଗୁଳ ଜିଲ୍ଲାର ଲିଟିଲ ହାର୍ଟ ଏକାଡେମୀ, ପିଟିସି ହାଇସ୍କୁଲ ଓ ଟାଉନ ହାଇସ୍କୁଲ ପରିଦର୍ଶନ କରିଛି।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୪୮ଟି କଲେଜ୍ ଏବଂ ୫୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୦,୧୬୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୧୧୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ନେଇ ଅକ୍ଟୋବର ୬ (ଶୁକ୍ରବାର) ନୂଆପଡା ଜିଲ୍ଲା ଗସ୍ତ କରିବ । ଏଥିସହ ସୁନ୍ଦରଗଡ଼, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାର ଅନ୍ୟ କେତେକ ଅନୁଷ୍ଠାନ ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ନୂଆପଡ଼ା ଜିଲ୍ଲାର ହୋଲି ହୋମ୍ ଏଜୁକେସନଲ କମ୍ପ୍ଲେକ୍ସ, ଖରିଆର ପବ୍ଲିକ୍ ସ୍କୁଲ, ପଶ୍ଚିମ ଓଡ଼ିଶା ଆବାସିକ ପବ୍ଲିକ୍ ସ୍କୁଲ ଓ ମଡେଲ୍ ଡିଗ୍ରୀ କଲେଜ ପରିକ୍ରମା କରିବ। ଏହାସହ ଭ୍ୟାନ୍ ବିପିୟୁଟି, ସରକାରୀ ଆଇଟିଆଇ ରାଉରକେଲା ଏବଂ ଡ. ଆମ୍ବେଦକର ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ସାଇନ୍ସ (ଡାମିଟ୍ସ) ପରିକ୍ରମା କରିଛି। ଏହି ଭ୍ୟାନ୍ କୋରାପୁଟ ଜିଲ୍ଲାର ସରକାରୀ ପଲିଟେକ୍ନିକ୍ କଲେଜ, ଜୟପୁର କଲେଜ ଅଫ୍ ଫାର୍ମାସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟରେ ପହଞ୍ଚିବ ଏବଂ ଭ୍ୟାନ୍ ଢେଙ୍କାନାଳ ଜିଲ୍ଲାର ମଣ୍ଟଫୋର୍ଟ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ୍ ପରିଦର୍ଶନ କରିବ।


ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.