ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ରେକର୍ଡ ୨୦୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହର କିର୍ତିମାନ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୫ତମ ଦିବସରେ ୨୦୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ ଓ ନବରଙ୍ଗପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଏବଂ ୪ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୮୧ଟି ଆଇଡିଆ ସଂଗ୍ରହ କରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବୁଧବାର ସମ୍ବଲପୁର ଜିଲ୍ଲାର ବୁଢାରାଜା ହାଇସ୍କୁଲ ଏହାସହ ଝାରସୁଗୁଡ଼ା ଜିଲ୍ଲାରେ ଏହି ସେଣ୍ଟ ଜୋସେଫ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଛି। କୋରାପୁଟର ଦାମନଯୋଡି ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସାମନ୍ତ ଚନ୍ଦ୍ର ଶେଖର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଂଟ, ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡି ପରିଦର୍ଶନ କରିଛି। ସୁନ୍ଦରଗଡ଼ ଜିଲ୍ଲାର ମହାନଗର ନିଗମ କଲେଜ ରାଉରକେଲା, ଏନ୍ଆଇଟି ରାଉରକେଲା ଓ ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପହଞ୍ଚିଛି । ଏହାବାଦ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ ବୁଟକ୍ୟାମ୍ପ ଆୟୋଜନ ହୋଇଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୪୪ଟି କଲେଜ୍ ଏବଂ ୪୫ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୯,୭୧୬ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୦୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ନେଇ ଅକ୍ଟୋବର ୫ (ଗୁରୁବାର) ନୂଆପଡା ଜିଲ୍ଲା ଗସ୍ତ କରିବ । ଏଥିସହ ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଅନ୍ୟ କେତେକ ଅନୁଷ୍ଠାନ ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଗୁରୁବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ନୂଆପଡ଼ା ଜିଲ୍ଲାର ହୋଲି ହୋମ୍ ଏଜୁକେସନଲ କମ୍ପ୍ଲେକ୍ସ, ଖରିଆର ପବ୍ଲିକ୍ ସ୍କୁଲ, ପଶ୍ଚିମ ଓଡ଼ିଶା ଆବାସିକ ପବ୍ଲିକ୍ ସ୍କୁଲ ଓ ମଡେଲ୍ ଡିଗ୍ରୀ କଲେଜ ପରିକ୍ରମା କରିବ। ଏହାବାଦ କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଓ ଏସଏଲଏନ ମେଡିକାଲ କଲେଜ ପରିଦର୍ଶନ କରିବେ ଭ୍ୟାନ । ସୁନ୍ଦରଗଡ଼ ଜିଲ୍ଲାର ଡ. ଏଏନକେ ଡିଏଭି ପବ୍ଲିକ୍ ସ୍କୁଲ, ୟୁଜିଆଇଇ-ରାଉରକେଲା, ଏସ କେ ଡିଏଭି ସରକାରୀ ପଲିଟେକ୍ନିକ୍ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏହି ଭ୍ୟାନ୍ ପହଞ୍ଚିବ।


Share It

Comments are closed.