ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ସୁପ୍ରିମ ସହ ଦୃଢ଼ ଆର୍ଥିକ ଭବିଷ୍ୟତ ପାଇଁ ଏକ ଗ୍ୟାରେଂଟି ଆୟ ବୀମା ଯୋଜନା
ଭୁବନେଶ୍ୱର: ଦୁନିଆ ଭ୍ରମଣ କରିବା ହେଉ କିମ୍ବା କ୍ୟାରିୟର ଗଢ଼ିବା, ନିଜ ବ୍ୟବସାୟ ଆରମ୍ଭ କରିବା କିମ୍ବା ନିଜ ସ୍ୱପ୍ନର ଘର କରିବା ହେଉ, ୨୦ ଓ ୩୦ ବର୍ଷ ବୟସରେ ସମସ୍ତେ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଅଗ୍ରସର ହୋଇଥାନ୍ତି। କିନ୍ତୁ ଖର୍ଚ୍ଚ, ସଂଚୟ ଓ ବିଭିନ୍ନ ସମୟରେ ଅଭାବନୀୟ ଖର୍ଚ୍ଚ ଭିତରେ ପେଶି ହୋଇ ସେହି ସ୍ୱପ୍ନ ପୂରଣ କରିବା ଏତେ ସହଜ ନୁହେଁ। ସେଥିପାଇଁ ଆର୍ôଥକ ଯୋଜନା ଜରୁରୀ ଓ ତାହାକୁ ନିଶ୍ଚିତ ରୂପେ ଏବେ ଆରମ୍ଭ କରିବାକୁ ହେବ।
ଆପଣମାନେ ଭାବନ୍ତୁ ଆପଣ ନିଜ ସ୍ୱପ୍ନ ପାଇଁ ସଂଚୟ କରିବା ସହ ଆଜିର ଦିନରେ ଭଲ ଜୀବନ ବି ବିତାଇପାରିବେ। ଆପଣ ନିଜ ବ୍ୟବସାୟ ଆରମ୍ଭ କରିବା କିମ୍ବା ଏକ ଭ୍ରମଣରେ ଯିବା ବିଷୟରେ ଯୋଜନା କରୁଥାଇପାରନ୍ତି। ମାତ୍ର ବଢ଼ୁଥିବା ଖର୍ଚ୍ଚ ଓ ଜୀବନର ଅନିଶ୍ଚିତା ସହ ଏହି ସନ୍ତୁଳନ ବେଶ ଉତ୍ସାହଜନକ ମନେ ହେବ। ସେହି ପରିପ୍ରେକ୍ଷୀରେ ଏକ ଯୋଜନା ଯାହା ଦ୍ରୁତ ଆୟର ଗ୍ୟାରେଂଟି ଦେବ ଏବଂ ଆପଣଙ୍କ ପାଇଁ ଗୁରୁତ୍ୱ ରଖୁଥିବା ସ୍ୱପ୍ନକୁ ଅନୁସରଣ କରିବା ପାଇଁ ଆର୍ôଥକ ସହଜତା ପ୍ରଦାନ କରିବ।
ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ସୁପ୍ରିମ ହେଉଛି ଭଲ ଭାବେ ଚିନ୍ତା କରି ପ୍ରସ୍ତୁତ କରାଯାଇଥିବା ଏକ ଗ୍ୟାରେଂଟି ରିଟର୍ଣ୍ଣ ପ୍ଲାନ ଯାହା ସ୍ୱପ୍ନ ଓ ବାସ୍ତବତା ଭିତରେ ଥିବା ଅନ୍ତର ଦୂର କରିବ। ଏହି ନନ-ଲିଙ୍କଡ, ନନ-ପାର୍ଟିସିପେଟିଂ ଜୀବନ ବୀମା ସଂଚୟ ଯୋଜନା ଆର୍ôଥକ ସୁରକ୍ଷା ଓ ନିଶ୍ଚିତ ରିଟର୍ଣ୍ଣର ଦ୍ୱେତ ଲାଭ ପ୍ରଦାନ କରିବ। ଆପଣ ନିଜ ଆର୍ôଥକ ଭବିଷ୍ୟତର ମୂଳଦୁଆ ଗଢ଼ିବାକୁ ଚାହୁଥିବା ଯୁବ ପ୍ରଫେସନାଲ ହୋଇଥାନ୍ତୁ କିମ୍ବା ଅବସର ପରବର୍ତ୍ତୀ ସମୟ ପାଇଁ ଦୀର୍ଘକାଳୀନ ଦ୍ରୁତ ଆୟ ଚାହୁଥାନ୍ତି, ଏହି ଯୋଜନା ଆବଶ୍ୟକତା ବିବିଧ ଆବଶ୍ୟକତା ଓ ଅଭିଳାଷକୁ ପୂରଣ କରିବ।
ଯାହା ସ୍ମାର୍ଟ ପ୍ଲାଟିନା ସୁପ୍ରିମକୁ ଅନ୍ୟମାନଙ୍କଠାରୁ ଅଲଗା କରିଛି ତାହା ହେଉଛି ନମନୀୟତା। ସୁହାଇବା ଭଳି ପ୍ରିମିୟମ ପୈଠ ଅବଧି, ପଲିସି ଅବଧି ଓ ନିଶ୍ଚିତ ଦେୟ ବିକଳ୍ପକୁ ନେଇ ଯାହା ବ୍ୟକ୍ତିଗତ ଆର୍ôଥକ ଲକ୍ଷ୍ୟ ସହ ସମନ୍ୱିତ ରହିଛି। ଏହି ପ୍ଲାନ ସ୍ତର କିମ୍ବା ବର୍ଦ୍ଧିତ ଦେୟ ଜରିଆରେ ନିୟମିତ ଗ୍ୟାରେଂଟି ଆୟକୁ ନିଶ୍ଚିତ କରିବ ଏବଂ ମାଚ୍ୟୁରିଟି ଲାଭ ଭାବେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମର ୧୧୦ ପ୍ରତିଶତ ରାଶି ଫେରାଇବ। ଏହା ନିର୍ଭରଶୀଳ ଦ୍ୱିତୀୟ ଆୟ ଉତ୍ସବ ଭାବେ କାମ କରିବା ସହିତ ନିଜ ପ୍ରିୟଜନଙ୍କ ଜୀବନକୁ ସୁରକ୍ଷା ଦେବ।
ସ୍ମାର୍ଟ ପ୍ଲାଟିନା ସୁପ୍ରିମ ଭଳି ପ୍ଲାନକୁ ଆଗୁଆ ଆରମ୍ଭ କରିବା କେବଳ ଚତୁରତା ନୁହେଁ, ଏହା ହେଉଛି ସଶକ୍ତୀକରଣ। ଏବେ ଚଳନୀୟ ରାଶି ରଖି ଆପଣ ଭବିଷ୍ୟତ ପାଇଁ ଦ୍ରୁତ ଆୟ ଉତ୍ସ ସୃଷ୍ଟି କରିବା ସହ ଆଜି ଆର୍ôଥକ ସ୍ୱାଧୀନତା ଉପଭୋଗ କରିବ। ଏସବିଆଇ ଲାଇଫ-ଦୁର୍ଘଟଣା ଲାଭ ରାଇଡର ଓ ପଲିସି ଋଣ ପାଇଁ ବିକଳ୍ପ ଭଳି ଅତିରିକ୍ତ ସୁବିଧା ସହ ଏହା ଉଭୟ ଯୋଜନାବଦ୍ଧ ଓ ଅଭାବନୀୟ ଆବଶ୍ୟକତା ପୂରଣ କରିବ।
ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ସୁପ୍ରିମ ଏକ ବୀମା ଯୋଜନାଠାରୁ ଅଧିକ। ଏହା ହେଉଛି ଆପଣଙ୍କ ସ୍ୱପ୍ନ ପୂରଣ କରିବାର ଏକ ସହଯୋଗୀ। ଏହି ପ୍ଲାନକୁ ଚୟନ କରି ଆପଣ ଆଗକୁ କଣ ଆସୁଛି ସେଥିପାଇଁ ପ୍ରସ୍ତୁତ ରହିବା ସହ ନିଜର ଆର୍ôଥକ ଭବିଷ୍ୟତକୁ ସୁରକ୍ଷିତ ରଖିବା ସହ ଜୀବନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡ଼ିକୁ ବିଶ୍ୱାସର ସହ ଆଦରି ନେଇପାରିବେ।
Comments are closed.