ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ମାତ୍ର ୫ ଦିନରେ ସଂଗ୍ରହ କଲା ୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ


ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି କଟକର ୮ଟି କଲେଜ ଏବଂ ୨ଟି ସ୍କୁଲରେ ପହଁଚି ୭୨ଟି ଆଇଡିଆ ସଂଗ୍ରହ କରିଛନ୍ତି, ଯେଉଁଥିରେ ୮୫୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଭୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ପହଂଚିବା ସହ ଯୁବ ବିଦ୍ୟାର୍ଥୀ ମାନଙ୍କୁ ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଆଜି ଏହି ଯାତ୍ରା ଏବଂ ଏକ୍ସପ୍ରେସ କଟକ ଜିଲ୍ଲାର ଯାଇଥିବା ୮ଟି କଲେଜ୍ ଏବଂ ୨ଟି ବିଦ୍ୟାଳୟ ମଧ୍ୟରେ ଅଜୟ ବିନୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏବିଆଇଟି), ରେଭେନସା ୟୁନିଭର୍ସିଟି, ଶୈଳବାଳା ମହିଳା ମହାବିଦ୍ୟାଳୟ, ଉଦୟନାଥ ଅଟୋନମସ୍ କଲେଜ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସରକାରୀ ଆଇଟିଆଇ କଟକ, ଡ୍ରିମସ୍ କଲେଜ୍‌, ଗଣପତି ଇନଷ୍ଟିଚ୍ୟୁଟ ଅଫ୍ ଇଅଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ପଲିଟେକନିକ୍‌) ଏବଂ ମଧୂସୁଧନ ଆଇନ ମହାବିଦ୍ୟାଳୟ । ଯେତେବେଳେକି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ କେମ୍ବ୍ରିଜ୍ ସ୍କୁଲ୍ ଏବଂ ବିଡ଼ାନାସୀ ମ୍ୟୁନିସିପାଲିଟି ହାଇସ୍କୁଲ୍ ଯାତ୍ରା କରିବ ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୨୩ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୪୭ଟି କଲେଜ୍ ଏବଂ ୧୨ଟି ବିଦ୍ୟାଳୟ ଭ୍ରମଣ କରିସାରିଥିବାବେଳେ ଏଥିରେ ୫୬୧୮ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୫୪୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.