ଆଜି ମୁମ୍ବାଇ ଇଣ୍ଡିଆନ୍ସ–ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦେଖିବାକୁ ମିଳିବ ବିଗ ଫାଇଟ୍


ଆଜି ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଏବେ ବି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସୁଯୋଗ ରହିଛି ।

କିନ୍ତୁ ସନରାଇଜର୍ସକୁ ବିଶାଳ ବ୍ୟବଧାନରେ ହରାଇବାକୁ ପଡ଼ିବ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସକୁ ୧୭୦ରୁ ଉଦ୍ଧ୍ୱର୍ ରନ୍‌ରେ ହରାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ ।ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ ଦର୍ଶକଙ୍କ ରୋମାଞ୍ଚ ଦ୍ୱିଗୁଣିତ କରିବା ଉଭୟ ଦଳର ପ୍ରଥମ କାର୍ଯ୍ୟ ହେବ ।

ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନରେ ସ୍ଥିରତା ନଥିବାବେଳେ ସନରାଇଜର୍ସର ପ୍ରଦର୍ଶନ ଲଜ୍ଜା ଜନକ ରହିଥିଲା । ସମ୍ପୂର୍ଣ୍ଣ ସିଜନରେ କେବଳ ଜାସନ ହୋଲ୍ଡର ଓ ରସିଦ ଖାନ୍‌ ସଫଳ ହୋଇଥିଲେ । ସେହିପରି ନବାଗତ ପେସ୍‌ ବୋଲର ଉମ୍ରାନ ମଲିକ୍‌ ଦ୍ରୁତ ବେଗରେ ବଲ୍‌ ପକାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସକୁ ବିଶାଳ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସମ୍ଭବ ହେଲେ ସେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠି ପାରିବେ । ଅବଶ୍ୟ ଦଳର ପ୍ରମୁଖ ଖେଳାଳିମାନେ ଫର୍ମ ଫେରିପାଇଛନ୍ତି । ତେଣୁ ଆବୁଧାବିରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ।


Share It

Comments are closed.