ଆଇପିଏଲ ୨୦୨୧ ନିଲାମୀ ପ୍ରକ୍ରିୟାରେ ବାଦ ପଡିବାରୁ କିଛି ଏଭଳି କରି ନିଜ ଦୁଃଖ ଜାହିର କଲେ ଶ୍ରୀଶାନ୍ତ, ଭିଡିଓ ଭାଇରାଲ


ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ଖେଳାଳୀଙ୍କର ଛୋଟ ଅକ୍ସସନ ୧୮ ଫେବୃଆରୀରେ ଚେନ୍ନାଇରେ ଆୟୋଜିତ ହେବାର ଅଛି । ଏଥିପାଇଁ ୧୧୧୪ କ୍ରିକେଟର ରେଜିଷ୍ଟର କରିଥିବାବେଳେ ଏମାନଙ୍କ ମଧ୍ୟରେ ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଶ୍ରୀଶାନ୍ତ ସାମିଲ ଥିଲେ । ଗୁରୁବାର (୧୧ ଫେବୃଆରୀ) ରାତି ଆଇପିଏଲ ପକ୍ଷରୁ ୧୧୧୪ ଜଣ ଖେଳାଳୀଙ୍କ ମଧ୍ୟରୁ ୨୯୨ ଜଣଙ୍କ ଲିଷ୍ଟ ଜାରି କରାଯାଇଥିଲା । ଏହାର ନିଲାମୀ ୧୮ ଫେବୃଆରୀରେ ହେବ । ଆଠଟି ଫ୍ରାଞ୍ଚାଇଜ ଟିମ ମିଶି ୧୧୧୪ ଖେଳାଳୀଙ୍କ ମଧ୍ୟରୁ ୨୯୨ଟି ଖେଳାଳୀଙ୍କୁ ଛୋଟ ଅକ୍ସସନ ପାଇଁ ସର୍ଟଲିଷ୍ଟ କରାଯାଇଛି । ଶ୍ରୀଶାନ୍ତ ଏହାକୁ ନେଇ ଏକ ଗୀତ ମାଧ୍ୟମରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ସେୟାର କରିଛନ୍ତି ।

ଶ୍ରୀଶାନ୍ତ ଏହି ଭିଡିଓ କ୍ଲିପ ସେୟାର କରି ଲେଖିଛନ୍ତି ଯେ, “ଭଗବାନଙ୍କ ଯୋଜନା, କ୍ରିକେଟର, ପରିବାର, ଭଲ ପାଇବା । ” ଶ୍ରୀଶାନ୍ତ ଏହି ଭିଡିଓରେ ଫିଲ୍ମ ସ୍ୱଦେଶର ଲୋକପ୍ରିୟ ସଂଗୀତ “ୟୁଂ ହି ଚଲା ଚଲ ରାହୀ… ଗା ରହି ହେଁ ।” ବିସିସିଆଇ ଗୁରୁବାର ରାତିରେ ଏହି ସଂପର୍କରେ ସୂଚନା ଦେଇଛି ଯେ, ନିଲାମୀ ପ୍ରକ୍ରିୟାରେ ମ୍ୟାକ୍ସିମମ ବେସ ପ୍ରାଇଜ ୨ କୋଟି ରଖାଯାଇଛି, ଯେଉଁଥିରେ ଦୁଇ ଭାରତୀୟ ଖେଳାଳୀ ହରଭଜନ ସିଂହ, କେଦାର ଯାଦବ ଏବଂ ଆଠଟି ବିଦେଶ ଖେଳାଳୀ ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମଥ, ସାକିବ ଉଲ ହସନ, ମୋଇନ ଅଲ୍ଲୀ, ସ୍ୟାମ ବିଲିଙ୍ଗସ, ଲିୟାମ ପ୍ଲେକେଟ, ଜଷନ ରୟ, ମାର୍କ ଉୁଲ ସାମିଲ ରହିଛନ୍ତି ।


Share It

Comments are closed.