ଶିବ ମନ୍ଦିର ଆଲୌକିକତା ଯେଉଁଠି ପ୍ରତ୍ୟେହ ଆସିଥାଏ ନାଗ ସାପ


ଦେବଙ୍କ ଦେବ ମହାଦେବଙ୍କ ଲୀଳା ଯୁଗେ ଯୁଗେ ଚର୍ଚ୍ଚିତ ରହିଆସିଛି । କଳିଯୁଗରେ ମଧ୍ୟ ଭଗବାନ ଶିବଙ୍କର ଚମତ୍କାର ଅନେକ ମନ୍ଦିରରେ ଦେଖିବାକୁ ମିଳିଥାଏ । ପୌରାଣିକ ତଥ୍ୟ ଅନୁଯାୟି ନାଗ ଶିବଙ୍କର ଅତି ପ୍ରିୟ । ଯାହାକି ମହାଦେବଙ୍କର ଗଳାରେ ସର୍ବଦା ବିଦ୍ୟମାନ ରହିଥାଏ । ଏହା କେତେ ସତ୍ୟ ଏହାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ସଲେମାବାଦରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିରରୁ । ବିଜ୍ଞାନ ଏବଂ ଆଧ୍ୟାତ୍ମ ଦୃଷ୍ଟିରୁ ଏହାର ଭିନ୍ନ ଭିନ୍ନ ମତ ରହିଥିଲେ ମଧ୍ୟ ଏଥି ଉପରେ ଚିନ୍ତା କରିବାକୁ ଏହା ବାଧ୍ୟ କରିଥାଏ । ଉତ୍ତର ପ୍ରଦେଶର ଆଗ୍ରା ନିକଟବର୍ତ୍ତି ସଲେମାବାଦ ନାମକ ଏକ ଗାଁ ଯେଉଁଠାରେ ରହିଛି ଏକ ଅଲୌକିକ ଶିବ ମନ୍ଦିର । ଗାଁ ଲୋକଙ୍କ କହିବା ମୁତାବକ ପାଖାପାଖି ୧୫ ବର୍ଷଧରି ଗୋଟିଏ ନାଗ ସାପ ଦୈନିକ ଏଠାକୁ ଆସି ଭଗବାନ ଶିବଙ୍କୁ ପୂଜା କରିଥାଏ । ଆଖପାଖରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସୁଥିବାବେଳେ ଉକ୍ତ ନାଗ ସାପ କାହାର କିଛି କ୍ଷତି କରିନଥାଏ । ସାପଟି ପ୍ରତିଦିନ ଏଠାକୁ ଦିନ ୧୦ ସମୟରେ ଆସି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନୁମାନିକ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରେ ଶିବ ଲିଙ୍ଗ ପାଖରେ ରହିଥାଏ । ମନ୍ଦିରରେ ସାପ ପ୍ରବେଶ ଦ୍ୱାରା ଭକ୍ତମାନେ କେବେ ଭୟବିତ ହୋଇନାହାଁନ୍ତି ବରଂ ସାପଟି ମନ୍ଦିରରେ ପ୍ରବେଶ କଲାପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥାଏ । ଏହି ସମୟ ମଧ୍ୟରେ ମନ୍ଦିରକୁ କୌଣସି ବ୍ୟକ୍ତି ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥାଏ । ପାଖାପାଖି ୩ଟା ବାଜିବା ପରେ ସାପଟି ବାହାରି ଚାଲିଯାଇଥାଏ ଏବଂ ତାପରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଥାନ୍ତି ।


Share It

Comments are closed.