ସ୍ପାଇସ ମନି ପକ୍ଷରୁ ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଅତିକ୍ରମ

Share It

– ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଟଙ୍କାରେ ପହଂଚିଛି, ଯାହା ଅକ୍ଟୋବର ୨୦୨୪ରେ ଧାର୍ଯ୍ୟ ହୋଇଥିବା ୧୧,୩୮୭ କୋଟି ଟଙ୍କାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି
– ମାର୍ଚ୍ଚରେ ସାମଗ୍ରିକ ଜିଟିଭିକୁ ଏଇପିଏସ୍ କାରବାର ଯୋଗଦାନ ୫,୩୦୬ କୋଟି ଟଙ୍କା ରହିଛି
– ସ୍ପାଇସ୍ ମନିର ଏଇପିଏସ୍ ବଜାର ଅଂଶ ୧୮.୩% କୁ ବୃଦ୍ଧି ପାଇଛି ଯାହା ଏହି କ୍ଷେତ୍ରରେ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିଛି
– ଏଇପିଏସ୍ ପରିମାଣରେ ବୃଦ୍ଧି ସାମଗ୍ରିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ତାହା ଗ୍ରାମାଚଂଳରେ ଆର୍ôଥକ ଗ୍ରହଣୀୟତାରେ ବୃଦ୍ଧିକୁ ପ୍ରତିଫଳିତ କରୁଛି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗ୍ରାମୀଣ ଫିନଟେକ୍ ଏବଂ ଭାରତର ସର୍ବବୃହତ ଅଣ-ବ୍ୟାଙ୍କ ବିଜନେସ କରେସପଣ୍ଡେଂଟ (ବିସି) ନେଟୱାର୍କ ସ୍ପାଇସ୍ ମନି (ଡିଜିଏସପିଆଇସି ଟେକ୍ନୋଲୋଜିର ଏକ ସହାୟକ ସଂସ୍ଥା) ୨୦୨୫ ମାର୍ଚ୍ଚ ରେ ଏକାଧିକ ସେବାରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଥିବା ଜଣାଇଛି। ଏହି ପ୍ରଦର୍ଶନ ଏହି କ୍ଷେତ୍ରରେ କମ୍ପାନିର ପ୍ରଭାବଶାଳୀ ସ୍ଥିତିକୁ ସୂଚାଉଛି ଏବଂ ଭାରତର ଅପହଂଚ କୋଣ ଅନୁକୋଣରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟକୁ ଦୋହରାଇଥାଏ ।
କମ୍ପାନି ଅକ୍ଟୋବର ୨୦୨୪ରେ ଏହାର ପୂର୍ବ ସର୍ବୋଚ୍ଚ ସ୍ତର ୧୧,୩୮୭ କୋଟି ଟଙ୍କାକୁ ଅତିକ୍ରମ କରି ୧୧,୪୮୫ କୋଟି ଟଙ୍କାର ରେକର୍ଡ ଗ୍ରାହକ ଜିଟିଭି ହାସଲ କରିଛି। ଆଧାର ସକ୍ଷମ ପେମେଂଟ ବ୍ୟବସ୍ଥା (ଏଇପିଏସ୍‌) କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟି ୫୩୦୬ କୋଟି ଟଙ୍କା ହୋଇଛି। ଏହା ସହିତ ସ୍ପାଇସ୍ ମନିର ଏଇପିଏସ୍ ବଜାର ଅଂଶ ୧୮.୩% କୁ ବୃଦ୍ଧି ପାଇଛି ଯାହା ଗ୍ରାମୀଣ ଭାରତରେ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଂର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହାର ନେତୃତ୍ୱକୁ ସୁଦୃଢ଼ କରିଛି।
ଏଇପିଏସ୍ ବ୍ୟବହାରରେ ଏହି ଅଭୂତପୂର୍ବ ବୃଦ୍ଧି ସର୍ବକାଳୀନ ସର୍ବାଧିକ ସବସ୍କ୍ରିପସନ ପ୍ୟାକ ସହିତ ବର୍ତମାନ ସୁଦ୍ଧା ୭୦,୦୦୦ରୁ ଅଧିକ ପ୍ୟାକ ବିକ୍ରି ହୋଇଛି। ଏହା କେବଳ ସେବା ପାଇଁ ‘ଅଧିକାରୀ’ମାନଙ୍କ ବର୍ଦ୍ଧିତ ଚାହିଦାକୁ ପ୍ରତିଫଳିତ କରୁନାହିଁ, ବରଂ ଗ୍ରାମୀଣ ଗ୍ରାହକଙ୍କ ଦୈନନ୍ଦିନ ଆର୍ôଥକ ଜୀବନରେ ଏହି ସେବାଗୁଡିକର ବଢୁଥିବା ଏକୀକରଣକୁ ମଧ୍ୟ ପ୍ରତିଫଳିତ କରୁଛି। ଏହି ପ୍ୟାକଗୁଡ଼ିକର ଉପଯୋଗ ସିଧାସଳଖ ପ୍ଲାଟଫର୍ମର କାରବାର ପରିମାଣ ବୃଦ୍ଧିରେ ଯୋଗଦାନ ଦେବା ସହିତ ବ୍ୟବସ୍ଥାରେ ଏକ ଦୃଢ଼ ନେଟୱାର୍କ ପ୍ରଭାବ ସୃଷ୍ଟି କରିଥିଲା ଏବଂ ବିଶ୍ୱାସ, ଆରାମ ଏବଂ ସୁବିଧା ସହିତ ଗୋଷ୍ଠୀ ବ୍ୟାଙ୍କିଙ୍ଗ ପ୍ରତିଷ୍ଠା କରିଥିଲା ।
ଏହି ଅଭିବୃଦ୍ଧିକୁ ଆହୁରି ମଜବୁତ କରିଛି କମ୍ପାନିର ନଗଦ ପରିଚାଳନା ସେବାର (ସିଏମ୍‌ଏସ୍‌)ର ଉଲ୍ଲେଖନୀୟ ପ୍ରଦର୍ଶନ ଯାହା ମାତ୍ର ୧ ମାସ ମଧ୍ୟରେ ୨,୦୦୦ କୋଟି ଟଙ୍କାରୁ ଦୁଇଗୁଣା ବୃଦ୍ଧି ପାଇ ୪,୦୦୦ କୋଟି ଟଙ୍କାରେ ପହଂଚିଛି। ଦେଶର ଅର୍ଦ୍ଧ-ସହରାଞ୍ଚଳ ଏବଂ ଗ୍ରାମାଚଂଳରେ ଦକ୍ଷ, ସୁରକ୍ଷିତ ନଗଦ ପରିଚାଳନା ପାଇଁ ସ୍ପାଇସ୍ ମନିର ବର୍ଦ୍ଧିତ ଭିତିଭୂମିକୁ ଏହି ବୃଦ୍ଧି ସୂଚାଉଛି।
ସ୍ପାଇସ୍ ମନିର ୧୫ ଲକ୍ଷରୁ ଅଧିକ ଅଧିକାରୀ/ବ୍ୟବସାୟୀଙ୍କ ନେଟୱାର୍କ ଏହି କାର୍ଯ୍ୟକ୍ଷମ ଗତିକୁ ପ୍ରୋତ୍ସାହିତ କରୁଛି। ସେମାନେ ଦୂରଦୂରାନ୍ତ ଅଂଚଳରେ ଆର୍ôଥକ ବିତରଣର ମେରୁଦଣ୍ଡ ଭାବରେ କାର୍ଯ୍ୟ କରୁଛନ୍ତି ଯାହା ଗ୍ରାମୀଣ ଗୋଷ୍ଠୀର ସ୍ଥାନୀୟ ସ୍ପାଇସ୍ ମନି ପ୍ରତିନିଧିଙ୍କ ଉପରେ ଥିବା ବିଶ୍ୱାସ ଏବଂ ନିର୍ଭରଶୀଳତାକୁ ପ୍ରତିଫଳିତ କରୁଛି।
ସ୍ପାଇସ୍ ମନିର ପ୍ରତିଷ୍ଠାତା ତଥା ସିଇଓ ଦିଲ୍ଲୀପ ମୋଦୀ କହିଛନ୍ତି ଯେ, ‘ଏହି ଅଭିବୃଦ୍ଧି ଆମ ପାଇଁ କେବଳ ଏକ ବ୍ୟବସାୟିକ ମାଇଲଖୁଂଟ ନୁହେଁ। ଏହା ଗ୍ରାମୀଣ ଭାରତର ବଢୁଥିବା ଆର୍ôଥକ ବିଶ୍ୱାସ ଏବଂ ଦେଶର ବିକଶିତ ଭାରତ ପରିକଳ୍ପନା ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଯେହେତୁ ସାଂପ୍ରତିକ ସମୟରେ ଅଣ-ବ୍ୟାଙ୍କ ବିସି ମଡେଲକୁ ନେଇ ନିୟାମକ ଢାଂଚା ଯଥେଷ୍ଟ ବିକଶିତ ହୋଇଛି, ତେଣୁ ଆମର ପ୍ରଦର୍ଶନ ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ, ଆର୍ôଥକ ସଶକ୍ତ ଭାରତ ନିର୍ମାଣରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁଦୃଢ଼ କରୁଛି । ସ୍ପାଇସ୍ ମନିରେ ଆମେ କେବଳ ଆର୍ôଥକ ଉତ୍ପାଦ ନୁହେଁ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଗ୍ରାମୀଣ ଅର୍ଥନୀତିର ଭିତି ସ୍ଥାପନ କରୁଛୁ।’’
ଦେଶର ଦୁର୍ଗମ କୋଣ ଅନୁକୋଣରେ ବିଶ୍ୱସ୍ତ ଅଧିକାରୀମାନଙ୍କୁ ସକ୍ଷମ କରି ଆମେ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରିବାରେ ସାହାଯ୍ୟ କରୁଛୁ ଏବଂ ଆର୍ôଥକ ପରିବର୍ତନକୁ ତ୍ୱରାନ୍ୱିତ କରୁଛୁ ଯାହା ୨୦୪୭ ସୁଦ୍ଧା ଭାରତର ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାକୁ ଶକ୍ତି ପ୍ରଦାନ କରିବ।
ଅଣ-ବ୍ୟାଙ୍କ ବିସି ବ୍ୟବସ୍ଥାକୁ ନିୟନ୍ତ୍ରଣ ବିଷୟରେ ଆଲୋଚନା ଜୋର ଧରିଥିବା ବେଳେ ସ୍ପାଇସ୍ ମନିର ଉପଲବ୍ଧିଗୁଡିକ ଅନ୍ତର୍ଭୁକ୍ତୀକରଣ ଇଂଟରଅପରେଟିଭ ଆର୍ôଥକ ନେଟୱାର୍କଗୁଡିକ କ’ଣ ପ୍ରଦାନ କରିପାରିବେ ତାହାର ଏକ ସମୟୋପଯୋଗୀ ଏବଂ ଆକର୍ଷଣୀୟ କେସ ଷ୍ଟଡି ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟେକ କାରବାର ସହିତ କମ୍ପାନି ଆର୍ôଥକ ବୈଷମ୍ୟ ହ୍ରାସ କରୁଛି, ଭାରତର ଅବହେଳିତ ଜନସଂଖ୍ୟାର ଦ୍ୱାରରେ ବ୍ୟାଙ୍କିଂ ଉପଲବ୍ଧତା ଆଣିଛି ଏବଂ ପ୍ରକୃତ ଅର୍ଥନୈତିକ ସହଯୋଗିତାକୁ ସକ୍ଷମ କରୁଛି ।

Share It

Comments are closed.