ଭାରତରେ ଶିଳ୍ପ ୪.୦ କ୍ଷେତ୍ରରେ ଇଣ୍ଡଷ୍ଟ୍ରି ୫ଜି ଉପରେ ଆଲୋକପାତ କରିବା ପାଇଁ ଏକ ସ୍ୱତନ୍ତ୍ର ୱେବିନାର୍


ଭୁବନେଶ୍ୱର: ୫ଜି ଟେକ୍ନୋଲୋଜିଗୁଡିକ ଆମ ଜୀବନରେ ବିପ୍ଳବ ଆଣିବା ସହିତ ଏହା ଶିଳ୍ପଗୁଡିକ ପାଇଁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି, କାରଣ ଶିଳ୍ପ ଅଟୋମେସନର ଲକ୍ଷ୍ୟ ହାସଲ କ୍ଷେତ୍ରରେ ୫ଜି ଏକ ପ୍ରମୁଖ ଭୁମିକା ଗ୍ରହଣ କରିପାରେ । ଆଗକୁ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ସିଓଏଆଇ, କନେକ୍ଟେଡ୍ ଇଣ୍ଡଷ୍ଟ୍ରୀଜ୍ ଓ ଅଟୋମେଶନ (୫ଜି-ଏସିଆଇଏ) ପାଇଁ ୫ଜି ଚୁକ୍ତି ଓ ୫ଜି ଇଣ୍ଡିଆ ଫୋରମ୍ (୫ଜିଆଇଏଫ୍‌) ସହ ସହଭାଗିତାରେ ଶିଳ୍ପ ଅଟୋମେଶନର ଭିତିଭୂମି ଓ ସୁଯୋଗଗୁଡିକ ଉପରେ ଆଲୋଚନା କରିବା ପାଇଁ ‘ମେକିଙ୍ଗ୍ ଇଣ୍ଡଷ୍ଟ୍ରି ୪.୦ ହାପେନ୍ ୱିଥ୍ ୫ଜି’ ପ୍ରସଙ୍ଗ ଉପରେ ଏକ ମିଳିତ ୱେବିନାର୍ ଆୟୋଜିତ ହୋଇଥିଲା । ଏହି ୱେବିନାର୍‌ରେ ଡଃ ଆଣ୍ଡ୍ରିୟାସ୍ ମୁଏଲେର୍ (ବସଚ୍‌), ଜେନେରାଲ ଚେୟାର ଅଫ୍ ୫ଜି- ଏସିଆଇଏ ଏବଂ ଡଃ ଆଫିଫ୍ ଓସୈରାନ୍ (ଏରିକ୍‌ସନ), ଜେନେରାଲ ଭାଇସ୍‌-ଚେୟାର ଅଫ୍ ୫ଜି-ଏସିଆଇଏ) “ ଇଣ୍ଡଷ୍ଟ୍ରିଆଲ ଆଇଓଟି ପାଇଁ ୫ଜି- ଏକ ସମୀକ୍ଷା ଓ ଶିଳ୍ପ ସମ୍ବନ୍ଧୀୟ ଉପଯୋଗ ପ୍ରସଙ୍ଗ ଓ ଆବଶ୍ୟକତା” ଉପରେ ଉପସ୍ଥାପନା ଦେଇଥିଲେ । ଏହି ୱେବିନାର୍‌ରେ ୫ଜି ସହିତ ଶିଳ୍ପ ୪.୦ର ନିର୍ମାଣ ପ୍ରସଙ୍ଗ ଉପରେ ଏକ ପ୍ୟାନେଲ ଆଲୋଚନା କରିଥିଲା । ଏହି ପ୍ୟାନେଲରେ ସିଏମ୍‌ଆଇଟିର ନିର୍ଦ୍ଦେଶକ ଡଃ ନାଗାହନୁମାୟା, କ୍ୟାପ୍‌ଜେମିନିର ଗ୍ଲୋବାଲ ୫ଜି ଇଞ୍ଜିନିୟରିଙ୍ଗ୍ ଲିଡ୍‌ର ଉପାଧ୍ୟକ୍ଷ ମୋନିକା ଗୁପ୍ତା ଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ସାମିଲ ଥିଲେ । ଏହି ଅଧିବେଶନକୁ ଏରିକ୍‌ସନର ଡଃ ସେଣ୍ଡିଲ ଦେବାର ପରିଚାଳନା କରିଥିଲେ ।
ଇଣ୍ଡଷ୍ଟ୍ରିଆଲ ଆଇଓଟି ସହିତ ଅଟୋମେଶନ ହେଉଛି ସେନ୍ସର, ଡିଭାଇସ୍‌, ଉପକରଣ, ସଫ୍ଟୱେୟାର ଆପ୍ଲିକେଶନ, ମାନୁଫ୍ୟାକ୍‌ଚରିଙ୍ଗ୍ ପ୍ରଡକ୍ସନ ପ୍ରୋସେସ୍‌, କର୍ମଚାରୀ ଓ ଉପଭୋକ୍ତାଙ୍କୁ ସଂଯୋଗ କରିବାର ଏକ କ୍ଷମତା ଏବଂ ୫ଜି ଟେକ୍ନୋଲୋଜିଗୁଡିକ ଜଟିଳ ଯୋଗାଯୋଗର କଠୋର ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଉଦ୍ୟୋଗଗୁଡିକ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମ ନିର୍ଭରଯୋଗ୍ୟ ସଂଯୋଗ, ଭିତିଭୂମି ଓ ସେବା ପ୍ରଦାନ କରିବା ପାଇଁ ଶିଳ୍ପ ବ୍ୟବସ୍ଥାର ଆବଶ୍ୟକତା ଓ ଭାରତୀୟ ଇକୋସିଷ୍ଟମ ପାର୍ଟନର୍‌ମାନଙ୍କର ପ୍ରସ୍ତୁତିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରିଥିଲା । ଏହି କାର୍ଯ୍ୟକ୍ରମରେ ଟିଏସ୍‌ପି, ଟେଲିକମ୍ ଓଇଏମ୍‌, ଉତ୍ପାଦନ ଶିଳ୍ପ ଓ ସିଷ୍ଟମ ଇଂଟିଗ୍ରେସନ କ୍ଷେତ୍ରରୁ ବିଭିନ୍ନ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଶିଳ୍ପଗୁଡିକର ଡିଜିଟାଇଜେଶନକୁ ଉତ୍ସାହିତ ଓ ତ୍ୱରାନ୍ୱିତ କରିବା ପାଇଁ ଭାରତରେ ଶିଳ୍ପ ୪.୦କୁ ଆଗକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମରେ ମତ ରଖି ସିଓଏଆଇର ଡାଇରେକ୍ଟର ଜେନେରାଲ ଲେଫ୍ଟେନାଂଟ୍ ଜେନେରାଲ ଡଃ ଏସ୍‌ପି କୋଚ୍ଚର କହିଛନ୍ତି, ସିଓଏଆଇରେ ଆମେ ୫ଜି-ଏସିଆଇଏ ସହିତ ଏହି ସହଭାଗିତା ଯୋଗୁଁ ଖୁବ୍ ଆନନ୍ଦିତ । ୫ଜି ସହିତ ଶିଳ୍ପ ୪.୦ର ନିର୍ମାଣକୁ ସମ୍ଭବ କରିବା ପାଇଁ ୫ଜିକୁ ଭାରତରେ କିଭଳି ବାଣିଜ୍ୟିକ ଭାବେ ନିୟୋଜିତ କରାଯାଉଛି ତାହାକୁ ଦେଖିବା ଏବଂ ଏହି ଇକୋସିଷ୍ଟମକୁ ବିକଶିତ କରିବା ଲାଗି ସମସ୍ତ ସମ୍ଭାବ୍ୟ ଶିଳ୍ପ କ୍ଷେତ୍ର ଓ ସରକାର ଯେପରି ମିଳିତ ଭାବେ କାର୍ଯ୍ୟ କରନ୍ତି ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ କ୍ଷେତ୍ରରେ ଟେଲିକମ୍ ଅପରେଟର୍ ଓ ନିର୍ମାଣକର୍ତାମାନଙ୍କ ସହ ସହଭାଗିତା କରିବାର ଆବଶ୍ୟକତା ରହିଛି ।


Share It

Comments are closed.