ସ୍ପେସିଆଲ୍ ଅଲିମ୍ପିକ୍ସ ଭାରତ ନିଜ ସହଯୋଗୀଙ୍କ ଜରିଆରେ ଓଡ଼ିଶା ପହଂଚିଲା


ଭୁବନେଶ୍ୱର: ସମୟର ଆହ୍ୱାନକୁ ଗ୍ରହଣକରି ପ୍ରଭାବିତ ହୋଇଥିବା ଲୋକମାନଙ୍କ ଉତ୍‌ଥାନ ଏବଂ ଯତ୍ନ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏସ୍‌ଓ ଭାରତ ପକ୍ଷରୁ ଲାୟନ୍ସ କ୍ଲବ୍ ଇଟଂରନ୍ୟାସନାଲ୍ ଓ ଅରୁଣା ଆଭେ ଓସ୍ୱାଲ୍ ଟ୍ରଷ୍ଟ୍ ସହବନ୍ଧିତ ହୋଇଛି । ଉକ୍ତ ସହଯୋଗରେ ମିସନ ଇନକ୍ଲୁଜନ ଭାରତ ଅଧୀନରେ କରୋନା ମହାମାରୀ ଏବଂ ଅମ୍ଫାନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟର ଶତାଧିକ ଏସ୍‌ଓ ଭାରତ କ୍ରୀଡ଼ାବିତ, କୋଚ ଏବଂ ଦୁର୍ଦ୍ଦଶାରେ କଳାତିପାତ କରୁଥିବା ପରିବାରଙ୍କୁ ୨୦୨୦ ସେପ୍ଟେମ୍ବରରେ କୋଭିଡ୍‌-୧୯ ସ୍ୱଚ୍ଛତା ଆବଶ୍ୟକତା ପ୍ରଦାନ କରାଯାଇଛି ।

ଶ୍ରୀଯୁକ୍ତ ପ୍ରକାଶ ରଥ (ଏରିଆ ଡାଇରେକ୍ଟର, ଏସ୍‌ଓ ଭାରତ-ଓଡ଼ିଶା) ଓ ବିଭିନ୍ନ କୋଚ୍‌, କ୍ରୀଡ଼ାବିତ ଓ ଯୁବ ନେତାଙ୍କୁ ନେଇ ଗଠିତ ଟିମ୍ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଭ୍ରମଣକରି ଉଭୟ ମହାମାରୀ ଓ ବାତ୍ୟା ଦ୍ୱାରା ପ୍ରଭାବିତ ପ୍ରାୟ ୧୫୦ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । କୋଭିଡ୍ ମାମଲା ଦୃଷ୍ଟିରୁ ପୁରୀ ଏବେ ଚତୁର୍ଥ ସ୍ଥାନରେ ଥିବାବେଳେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ହେଉଛି ଖୋର୍ଦ୍ଧା ଜିଲ୍ଲା । ପ୍ରଭାବିତ ପରିବାରଙ୍କ ମଧ୍ୟରେ ସାନିଟାଇଜର ଏବଂ ମାସ୍କକୁ ମିଶାଇ ସ୍ୱାସ୍ଥ୍ୟ କିଟ୍‌, ମୌଳିକ ଗ୍ରୋସରି ସାମଗ୍ରୀ ଏବଂ ଫାଷ୍ଟ ଏଡ୍ ପ୍ରଦାନ କରାଯାଇଛି । ଯେହେତୁ ବିଗତ ୧୨ ବର୍ଷ ଭିତରେ ଏହି ଦୁଇ ଜିଲ୍ଲା ପ୍ରତ୍ୟକ୍ଷ ଭାବେ ସ୍ପେସିଆଲ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଉଛନ୍ତି ତେଣୁ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକର ପୁନରୁଦ୍ଧାର କରିବା ହେଉଛି ସ୍ପେସିଆଲ୍ ଅଲିମ୍ପିକ୍ ଭାରତ ରଖିଥିବା ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।

ଡକ୍ଟର ଅରୁଣା ଆଭେ ଓସ୍ୱାଲ୍‌, ଟ୍ରଷ୍ଟି, ଲାୟନ୍ସ କ୍ଲବ୍ସ ଇଟଂରନ୍ୟାସନାଲ୍ ଓ ଅରୁଣା ଆଭେ ଓସ୍ୱାଲ୍ ଟ୍ରଷ୍ଟ୍‌ର ଅଧ୍ୟକ୍ଷ କହିଛନ୍ତି ଯେ, “ନେତୃତ୍ୱ ଓ ପ୍ରେରଣା ଜାରି ରହିଛି, ଭାବ ଓ ସେବାରେ ଲକ୍‌ଡାଉନ୍ ହୋଇନାହିଁ ।’’


Share It

Comments are closed.