ଖରାଦିନେ କିପରି ନେବେ ନିଜର ଯତ୍ନ, ଆସନ୍ତୁ ଜାଣିବା


ଗ୍ରୀଷ୍ମର ପ୍ରଭାବ ପଡିବାକୁ ଆରମ୍ଭ ହେଲାଣି । ଧିରେ ଧିରେ ବଢୁଥିବା ତାତି ମଧ୍ୟ ସହିବା କଷ୍ଟକର । ଏହି ଖରାଦିନରେ ସୂ ର୍ଯ୍ୟର ତାପ ଏବଂ ପ୍ରଭାବରୁ ରକ୍ଷା ପାଇବା ପାଇଁ ତ୍ୱଚା, କେଶ ତଥା ସମ୍ପୂର୍ଣ୍ଣ ଶରୀରର ଖାସ ଯତ୍ନ ନେବାକୁ ପଡିଥାଏ । ଏହି ଦିନଗୁଡିକରେ ଖାଦ୍ୟ ପେୟ ଇତ୍ୟାଦିର ବିଶେଷ ଧ୍ୟାନ ନେବାକୁ ପଡିଥାଏ ଯାହାଦ୍ୱାରା ତାପମାତ୍ରା ଅଧିକ ଥିବାରୁ ଶରୀରକୁ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପ୍ରଦାନ କରାଯାଇପାରିବ । ଆସନ୍ତୁ ଜାଣିବା କିପରି ନେବେ ଖରାଦିନେ ନିଜର ଯତ୍ନ –

୧. ଅଧିକରୁ ଅଧିକ ପାଣି ପିଅନ୍ତୁ –

ଖରାଦିନେ ଶରୀରରେ ଜଳୀୟ ଅଂଶର ମାତ୍ରା କମ ହୋଇଯାଏ । ତେଣୁ ପ୍ରତିଦିନ ୨ରୁ ୩ଲିଟର ଜଳ ପିଇବା ଆବଶ୍ୟକ । ଏହା ଦ୍ୱାରା ଶରୀରରେ ଜଳିୟ ଅଂଶ ନିୟନ୍ତ୍ରଣ ହୋଇଥାଏ । ଅଂଶୁଘାତ ଇତ୍ୟାଦି ସମସ୍ୟାର ମଧ୍ୟ ଦେଖାଯାଏ ନାହିଁ ।

୨. ପନିପରିବା ଏବଂ ଫଳ ଖାଆନ୍ତୁ –

ଖରାଦିନେ ସୂର୍ଯ୍ୟର ତାପ ଅଧିକ ରହିଥିବାରୁ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ । ଯଦି ଆପଣ ଶାକାହାରୀ ତେବେ ସବୁଜ ପନିପରିବା ଖାଆନ୍ତୁ । ସବୁଜ ପନିପରିବା ଶରୀରରେ ଶୀଘ୍ର ହଜମ ହେବା ସହିତ ଶରୀରରେ ପିଏଚର ମାତ୍ରା ନିୟନ୍ତ୍ରଣ କରିଥାଏ । ଅଧିକ ମସଲା ଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ । ବିଭିନ୍ନ ଫଳ ତଥା ତରଭୁଜ, କମଳା, ଅଙ୍ଗୁର,କାକୁଡି ଇତ୍ୟାଦି ଖରାଦିନେ ସ୍ୱାସ୍ଥ୍ୟ ପାଇଁ ହିତକର । ଦିନକୁ ଗୋଟିଏ ଲେଖାଏଁ ପିଆଜ ଖାଇବା ଦ୍ୱାରା ଶରୀରରେ ରକ୍ତର ପ୍ରବାହ ସଠିକ ହୋଇଥାଏ ।

୩. ନିୟମିତ ବ୍ୟାୟାମ କରନ୍ତୁ –

ଖରାଦିନେ ବ୍ୟାୟାମ କରିବା ଦ୍ୱାରା ଶରୀରକୁ ଝାଳ ବାହାରି ଥାଏ । ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଜଳ ପିଇଥାଉ । ଯାହାକି ଶରୀରର ଜଳିୟ ଅଂଶର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ପ୍ରତିଦିନ ସକାଳେ ୩୦ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଆବଶ୍ୟକ । ଯଦି ସମୟ ଅଭାବରୁ ବ୍ୟାୟାମ କରିପାରୁନାହାଁନ୍ତି ତେବେ ପ୍ରତ୍ୟେହ ୧୫ମିନିଟ ଚାଲିପାରିବେ ।

୪. ତ୍ୱଚାର ଯତ୍ନ –

ଖରାଦିନେ ଅଧିକ ଭାରି ମେକଅପ ନଲାଇବା ଖୁବ ଭଲ । ଘରୁ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ । ସନ ଟ୍ୟାନରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାରରେ ମୁଲତନି ମାଟି, ଚନ୍ଦନ ଏବଂ ବେସନ ଇତ୍ୟାଦିର ପେଷ୍ଟ ଲଗାଇପାରିବେ । ଆଖିକୁ ଖରାରୁ ସୁରକ୍ଷା ଦେବା ପାଇଁ ଚଷମାର ବ୍ୟବହାର କରିପାରିବେ । ଅତିକମରେ ୪ରୁ ୫ ଥର ମୁହଁକୁ ଥଣ୍ଡା ଜଳର ଧୋଇଦିଅନ୍ତୁ । ଏହା ଦ୍ୱାରା ଖରାଦିନେ ସୂର୍ଯ୍ୟଙ୍କର ପ୍ରଭାବରୁ ତ୍ୱଚା ଠିକ ରହିଥାଏ । ଏବଂ ଆଖିକୁ ବେଶି କଷ୍ଟ ହୁଏ ନାହିଁ ।


Share It

Comments are closed.