ପ୍ରଭାତଙ୍କ ଚଲାପଥର ସାଥୀ ହେଲେ ପୁଅ ‘ସୋଭିକ ବିଶ୍ୱାଳ’


କଟକର ସବୁଠାରୁ ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ହେଉଛି ଚୌଦ୍ୱାର । କଟକ ଜିଲ୍ଲାର ଏହି ଆସନରୁ ପୂର୍ବରୁ ବିଜେଡି ବିଧାୟକ ରୂପେ ପ୍ରତିନିଧିତ୍ୱ କରୁଆସୁଥିଲେ ଜିଲ୍ଲାର ଲୋକପ୍ରିୟ ବିଧାୟକ ପ୍ରଭାତ ବିଶ୍ୱାଳ । ଏକଦା କଂଗ୍ରେସର ଗଡ ବୋଲାଉଥିବା ଥିବା ଏହି ନିର୍ବାଚନ ମଣ୍ଡଳୀଟି ୨୦୦୪ ପର ଠାରୁ ବିଜେଡି ଅକ୍ତିଆରେ ରହିଛି । ୨୦୦୪ରେ ଏଠାରୁ ଧର୍ମାନନ୍ଦ ପ୍ରଧାନ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୯ରୁ ବର୍ତ୍ତମାନ ଯାଏଁ ପ୍ରଭାତ ବିଶ୍ୱାଳ ଏଠାରେ ବିଧାୟକ ରହିଆସୁଛନ୍ତି ।
୨୦୧୯ ନିର୍ବାଚନକୁ ଆଉ ହାତ ଗଣତି କିଛିଟା ଦିନ ବାକି ରହିଯାଇ ଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀତ୍ୱକୁ ନେଇ କିଛିଟା ପରିବର୍ତ୍ତନ କରିଛନ୍ତି । ଜିଲ୍ଲାର ଲୋକପ୍ରିୟ ନେତା ପ୍ରଭାତ ବିଶ୍ୱାଳ ଏହି ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ୧୦ବର୍ଷ ହେବ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବାବେଳେ ସେ ଆଉ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିଲେ । ସେଥିପାଇଁ ପ୍ରଭାତଙ୍କ ଏହି ନିଷ୍ପତିକୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ସୋଭିକ ବିଶ୍ୱାଳଙ୍କୁ ବିଜେଡିର ପ୍ରାର୍ଥୀ ରୂପେ ଠିଆ କରାଇବା ପାଇଁ ନିଷ୍ପତି ନେଇଛନ୍ତି ।

ସୋଭିକ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତିକୁ ସମ୍ମାନ ଜଣାଇବା ସହ ସେ ବାପାଙ୍କ ଚଲାପଥର ସାଥୀ ହୋଇ କଟକ-ଚୌଦ୍ୱାରବାସୀଙ୍କର ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସବୁଠାରୁ ମୁଖ୍ୟ କଥା ହେଲା ସୋଭିକଙ୍କ ନାମରେ ଦଳର ସୁପ୍ରିମୋଙ୍କ ମୋହର ବାଜିବା ପରେ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ବିଜେଡି ଶିବୀର ଚଳଚଞ୍ଚଳ ହୋଇପଡିଛି । ଜାଗା ଜାଗାରେ କର୍ମୀମାନେ ସୋଭିକଙ୍କ ପାଇଁ ବାଣ ଫୁଟାଇ ନିଜର ଖୁସି ଜାହିର କରୁଥିବାବେଳେ ସାରା ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ତାଙ୍କ ପାଇଁ ଉତ୍ସବମୁଖର ହୋଇପଡିଛି ।
ପ୍ରକାଶ ଥାଉକି ୨୦୧୪ ବିଧାନସଭା ନିର୍ବାଚନରେ ୮୦ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇ ପ୍ରଭାତ ପ୍ରଥମ ସ୍ଥାନରେ ରହିଥିବାବେଳେ କଂଗ୍ରେସରୁ ସୁରେଶ ମହାପାତ୍ର ଦ୍ୱିତୀୟ ଏବଂ ବିଜେପିରୁ ନୟନ ମହାନ୍ତି ୩୦ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
ଗତ ୨୦୧୪ ସାଧାରଣ ନିର୍ବାଚନ ଉପରେ ଯଦି ଆମେ ନଜର ପକାଇବା ସାରା ଦେଶରେ ମୋଦି ହାୱା ଥିବାବେଳେ ଏଠାରେ ବିଜେଡି ପ୍ରାର୍ଥୀ ପ୍ରଭାତ ବିଶ୍ୱାଳ ବେଶ ଆଶାତିତ ସଫଳତା ହାସଲ କରିଥିଲେ । ଯାହାକି ଚୌହ୍ୱାର କଟକରେ ତାଙ୍କର ଜନ ସମର୍ଥନକୁ ପ୍ରତିପାଦନ କରୁଛି । ବିଜେଡି ବିଧାୟକ ରୂପେ ପ୍ରଭାତଙ୍କ ଏଠାରେ ବେଶ ପ୍ରଭାବ ଥିବା ବେଳେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏଥିର ପୁଣି ଥରେ ବିଜେଡି ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ପ୍ରଭାତଙ୍କ ଭଳି ତାଙ୍କ ପୁଅ ସୋଭିକଙ୍କର ମଧ୍ୟ ଏଠାରେ ଉତ୍ତମ ଲୋକସଂପର୍କ ରହି ଆସିଛି, ଯାହାକି ବିରୋଧିଙ୍କ ପାଇଁ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ସାଜିଛି ।


Share It

Comments are closed.