ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରୂପେ ଅପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ଗାଙ୍ଗୁଲୀ


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରୂପେ ଅପ୍ରତିଦ୍ୱନ୍ଦିରେ ନିର୍ବାଚିତ ହୋଇଛନ୍ତି । ସୌରଭଙ୍କ ସମେତ ଅନ୍ୟ ୪ ଜଣ ସଦସ୍ୟ ମଧ୍ୟ ଅପ୍ରତିଦ୍ୱନ୍ଦିରେ ନିର୍ବାଚିତ ହୋଇଥିବାର ବେଙ୍ଗଲ କ୍ରିକେଟ ଆସୋସିଏନ ପକ୍ଷରୁ ସୂଚନା ଦିଆଯାଇଛି । ସୌରଭ ୨୦୨୦ ପର୍ଯ୍ୟନ୍ତ ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରୂପେ ଦାୟିତ୍ୱ ତୁଲାଇ ସାରିବା ପରେ ସେ ବିସିସିଆଇର ସମ୍ବିଧାନ ଅନୁଯାୟୀ ‘କୁଲିଙ୍ଗ ଅଫ ପିରିଏଡ’କୁ ଚାଲିôଯିବେ । ପ୍ରକାଶ ଥାଉକି, ବର୍ତ୍ତମାନ ସୌରଭ ବେଙ୍ଗଲ କ୍ରିକେଟ ଆସୋସିଏନର ଅଧ୍ୟକ୍ଷ ରହିଥିବାବେଳେ ସେ ପୁଣିଥରେ ଏହି ପଦବୀ ପାଇଁ ଅପ୍ରତିଦ୍ୱନ୍ଦିରେ ନିର୍ବାଚିତ ହୋଇଛନ୍ତି । ସୌରଭ ୨୦୧୫ରେ ପୂର୍ବତ୍ତନ ବେଙ୍ଗଲ କ୍ରିକେଟ ଆସୋସିଏନର ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ନିଧନ ପରେ ପ୍ରଥମ ଥର ପାଇଁ ସେ ଏହି ଅଧ୍ୟକ୍ଷ ପଦ ସମ୍ଭାଳୁଥିଲେ । ପୂର୍ବରୁ ଡାଲମିଆଙ୍କ ପୁତ୍ର ଅଭେଷକ ଡାଲମିଆ କୋଲକତା କ୍ରିକେଟ ଆସୋସିଏନର ଯୁଗ୍ମ ସମ୍ପାଦକ ରହିବ ରହିଥିବାବେଳେ ବର୍ତ୍ତମାନ ସେ ସମ୍ପାଦକ ପଦବୀରେ ରହିବେ । ନବ ନିଯୁକ୍ତି ପାଇଥିବା ସମସ୍ତ ପଦାଧିକାରୀମାନେ ହେଲେ, ସଭାପତି- ସୌରଭ ଗାଙ୍ଗୁୁଲି, ଉପସଭାପତି- ଗୌତମ ଗୋସ୍ୱାମୀ, ସମ୍ପାଦକ- ଅଭିଷେକ ଡାଲମିଆ, ଯୁଗ୍ମ ସମ୍ପାଦକ- ଦେବବ୍ରତ ଦାସ, କୋଷାଧ୍ୟକ୍ଷ- ଦେବାଶିସ ଗାଙ୍ଗୁଲୀ ।


Share It

Comments are closed.