ଏକାଠି ନଜର ଆସିବେ ରଣବୀର, ଅଜୟ ଏବଂ ଅକ୍ଷୟ, ସାମନାକୁ ଆସିଲା ଫିଲ୍ମର ପ୍ରଥମ ଲୁକ


ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁରୟବଂଶୀ’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହି ଆସୁଥିବାବେଳେ ଏହି ଫିଲ୍ମରେ ଅକ୍ଷୟ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ପୂର୍ବରୁ କ୍ୟାଟ୍ରିନା ସୋସିଆଲ ମିଡିଆରେ ଅକ୍ଷୟଙ୍କ ଭୂମିକାର ‘ବୀର ସୁରୟବଂଶୀ’ର ବ୍ୟାଚ ଏବଂ ତାଙ୍କ ଖାକି ପୋଷାକର ଫଟୋ ସେୟାର କରିଥିବାବେଳେ ବର୍ତ୍ତମାନ ଏହି ଫିଲ୍ମରେ ଅକ୍ଷୟଙ୍କ ପ୍ରଥମ ଲୁକ ସାମନାକୁ ଆସିଛି ।କେବଳ ଏତିକି ନୁହେଁ ଅକ୍ଷୟ ସୋସିଆଲ ମିଡିଆରେ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ଅକ୍ଷୟ ପୋଲିସ ବର୍ଦିରେ ନଜର ଆସୁଥିବାବେଳେ ତାଙ୍କ ସହ ଅଜୟ ଦେବଗନ ଏବଂ ରଣବୀର କପୁର ମଧ୍ୟ ପୋଲିସ ବର୍ଦିରେ ନଜର ଆସୁଛନ୍ତି ।

ଏହି ଫଟୋକୁ ସେୟାର କରି ଅକ୍ଷୟ ଲେଖିଛନ୍ତି ଯେ, “ପୋଲିସର ଦେଶୀ ଆଭେଞ୍ଜର୍ସ । ଯେତେବେଳେ ବାଜିରାଓ ସିଙ୍ଘମ ଏବଂ ସଂଗ୍ରାମ ସିମ୍ବା ଭାଲେରାଓ, ଭୀର ସୁରୟବଂଶୀ ସହ ଭେଟିବେ । ସେତେବେଳେ କେବଳ ବାଣ ନୁହେଁ ୨୭ ମାର୍ଚ୍ଚ ୨୦୨୦ରେ ବିସ୍ପୋରଣ ହେବ ।”


Share It

Comments are closed.