ସୋନି ପକ୍ଷରୁ ନୂତନ ଦମଦାର କ୍ୟାମେରାର ଶୁଭାରମ୍ଭ


ସୋନି ଇଣ୍ଡିଆ ପକ୍ଷରୁ ଆରଏକ୍ସ ୧୦୦ ମାର୍କ ସାତ(ଭିଆଇଆଇ) ମଡେଲର ଶୁଭାରମ୍ଭ ସହ ଏହାର ପୁରଷ୍କାର ବିଜେତା ଆରଏକ୍ସ କ୍ୟାମେରା ସିରିଜରେ ଏକ ନୂତନ ସଂଯୁକ୍ତି ଘୋଷଣା କରିଛି । ସୋନିର ଫୁଲ ଫ୍ରେମ କ୍ୟାମେରା ଆଲଫା ୯ ପାଇଁ ବିକଶିତ କରାଯାଇଥିବା ଟେକ୍ନୋଲୋଜି ଉପଯୋଗ କରି ଆରଏକ୍ସ ୧୦୦ ମାର୍କ ସାତ(ଭିଆଇଆଇ) କମ୍ପାକ୍ଟ କ୍ୟାମେରାରେ ଉଭୟ ସ୍ଥିର ଏବଂ ମୁଭି ସୁଟିଂରେ ଏକ ନୂତନ ଧରଣର ଦକ୍ଷତା ହାସଲ କରିଛି । ଯାହାକି ବ୍ୟବହାରକାରୀଙ୍କୁ ନିତିଦିନିଆ ଜୀବନର ସ୍ୱତଃପ୍ରବୃତ୍ତ ସୁଟିଂ ନିମନ୍ତେ ପେଶାଦାର ସ୍ତରର କ୍ଷମତା ସେମାନଙ୍କ ପକେଟରେ ଥିବାର ଆତ୍ମବିଶ୍ୱାସ ଦେଇଥାଏ ।
ଏହି ଅବସରରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ଡିଭିଜନର ମୁଖ୍ୟ ହିରୋୟୁକି ଟୋକୁନୋ କହିଛନ୍ତି ଯେ, “ଆରଏକ୍ସ ୧୦୦ ଭିଆଇଆଇ କମ୍ପାକ୍ଟ କ୍ୟାମେରାରେ ଉଭୟ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ନିମନ୍ତେ ଏକ ନୂତନ ମାନଙ୍କ ସ୍ଥାପନ କରିଛି ଏବଂ ଆମର ଆତ୍ମବିଶ୍ୱାସ ଏହାର ଅସାଧାରଣ ଦ୍ରୁତତା ଏବଂ ଏଫ ସାମର୍ଥ୍ୟକୁ ଗ୍ରାହକମାନେ ଖୁବ ଭଲ ଭାବରେ ଗ୍ରହଣ କରିବେ । ବ୍ୟବହାରକାରୀମାନେ ଆଶ୍ୱସ୍ତି ଅନୁଭବ କରିବେ ଯେ, ସେମାନଙ୍କ ପକେଟରେ କମ୍ପାକ୍ଟ ଆକାରରେ ଆଲଫା ୯ର କ୍ଷମତା ରହିଛି, ତେଣୁ ଯେ କୌଣସି ପରିସ୍ଥିତିରେ ଏହି କ୍ୟାମେରାକୁ ବିଶ୍ୱାସ କରିବେ ।”
ଆରଏକ୍ସ ୧୦୦ ଭିଆଇଆଇ ନୂତନ ଭାବରେ ବିକଶିତ ହୋଇଥିବା ୧.୦ ଟାଇପ୍ ୨୦.୧ ଏମପି ଏକ୍ସମୋର ଆରଏକ୍ସ ସିଏମଓଏସ ଇମେଜ ସେନ୍ସର ଏବଂ ଆଧୁନିକତମ ପୀଢିର ବିଆଇଓଏନଜେଡ ଇମେଜ ପ୍ରୋସେସର ଦ୍ୱାରା ପରିଚାଳିତ । ଏହା ବିଶ୍ୱର ଅଗ୍ରଣୀ ୩୫୭ ଫୋକାଲ ପ୍ଲେନ-ଡିଟେକ୍ସନ ଏଏଫ ପଏଣ୍ଟ ଏବଂ ୪୨୫ କଣ୍ଟ୍ରାଷ୍ଟ-ଡିଟେକ୍ସନ ଏଏଫ ପଏଣ୍ଟ ପ୍ରଦାନ କରିଥାଏ । ପ୍ରଥମ ଥର ପାଇଁ କମ୍ପାକ୍ଟ କ୍ୟାମେରାରେ ଆରଏକ୍ସ ୧୦୦ ଭିଆଇଆଇ ରିଅଲ ଟାଇମ ଟ୍ରାକିଂ ଏବଂ ରିଅଲ-ଟାଇମ ଆଇ ଏଫ ଦକ୍ଷତା ଆରମ୍ଭ କରିଛି । ଆରଏକ୍ସ ୧୦୦ ଭିଆଇଆଇର କମ୍ପାକ୍ଟ ଏବଂ ହାଲକା ବିଶେଷତ୍ୱର ଅର୍ଥ ହେଉଛି ଏହାକୁ ସବୁଆଡେ ନିଆଯାଇପାରିବ ଏବଂ ଯେଉଁ ସ୍ଥାନରେ ବୃହତ୍ତ କ୍ୟାମେରାଗୁଡିକ ରଖାଯାଇ ପାରିବ ନାହିଁ, ତାହାକୁ ସେଠାରେ ରଖାଯାଇପାରିବ ।

Share It

Comments are closed.