ମନ୍ତ୍ରମୁଗ୍ଧ କରିଦେବ ଆପଣଙ୍କୁ ସୋନିର ନୂତନ ହେଡ଼ଫୋନ


ସୋନି ପକ୍ଷର ସଙ୍ଗୀତ ପ୍ରେମୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହାର ନୂତନ ଓୟାରଲେସ୍ ଏକ୍ସଟ୍ରାବାସ୍ ହେଡ଼ଫୋନ୍, ଡ଼ବ୍ଲୁଏଚ-ଏକ୍ସବି ୭୦୦ର ଶୁଭାରମ୍ଭ କରାଯାଇଛି । ଏହି ହେଡ଼ଫୋନ୍ ପୂର୍ବ ଏକ୍ସଟ୍ରାବାସ୍ ହେଡ଼ଫୋନ ଗୁଡ଼ିକର ଉକ୍ତୃଷ୍ଟ ଫିଚର ଗୁଡ଼ିକ ପ୍ରଦାନ କରିବା ସହିତ କିଛି ନୂତନ ବୈଶିଷ୍ଟ୍ୟ, ଯେପରିକି ସ୍ୱର, ସ୍ପଷ୍ଟତା ଏବଂ ଏକ ଆକର୍ଷଣୀୟ ଶବ୍ଦ ଅନୁଭବକୁ ସାମିଲ କରିଛି । ଉକ୍ତ ହେଡ଼ଫୋନ୍ ଗୁଡ଼ିକ ୧୫ ଏପ୍ରିଲ ୨୦୧୯ରୁ କଳା ଏବଂ ନୀଳ ରଙ୍ଗରେ ମାତ୍ର ୮,୯୯୦ଟଙ୍କାରେ ଉପଳବ୍ଧ ହେଉଛି ।

ଏଥିରେ ଏକ ନୂତନ ଏକ୍ସଟ୍ରା ବାସ ଶବ୍ଦ ଥିବା କାରଣରୁ ସଙ୍ଗୀତ ପ୍ରେମୀମାନେ ସେମାନଙ୍କର କାର୍ଯ୍ୟକଳାପରେ ଲିପ୍ତ ଥିବା ସମୟରେ ମଧ୍ୟ ଉଭୟ ଗଭୀର ସ୍ୱର ଏବଂ ସ୍ପଷ୍ଟତା ସହିତ ଉପଭୋଗ କରିପାରିବେ । ଏଥିରେ ରହିଛି ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ସହିତ ସାରା ଦିନ ବାସ୍, ଓୟାରଲେସ୍ ସ୍ୱାଧିନତା ଏବଂ ଏକ ଆରାମଦାୟକ ପିନ୍ଧିବା ଅନୁଭୂତି । ଡ଼ବ୍ଲୁଏଚଏକ୍ସବି ୭୦୦ ହେଡ଼୍ଫୋନ୍ ଗୁଡ଼ିକ ମାତ୍ର ୧୦ ମିନିଟ୍ ଚାର୍ଜ ଦ୍ୱାରା ଦେଢ ଘଣ୍ଟା ଓୟାରଲେସ୍ ପ୍ଲେବ୍ୟାକ୍ ଉପଲବ୍ଧ କରାଉଛି । ଏହାର ବଳୟାକାର ସିଧା ଫୋଲ୍ଡିଂ ଗ୍ରାହକମାନେ ଯାଉଥିବା ପ୍ରତ୍ୟେକ ସ୍ଥାନକୁ ସଙ୍ଗୀତ ନେଇଯିବାର ପ୍ରତିଶୃତି ପ୍ରଦାନ କରୁଛି । ସୋନି ଡ଼ବ୍ଲୁଏଚ-ଏକ୍ସବି ୭୦୦ ହେଡ଼ଫୋନ କନେକ୍ଟ ଆପ୍ ଦ୍ୱାରା ଏକ ସ୍ମାର୍ଟ ଶବଣ ଅନୁଭବ ଉପଲବ୍ଧ କରିଥାଏ । ଯାହାକି ସ୍ପଷ୍ଟ ବାସ୍ ସରାଉଣ୍ଡ (ଭିପିଟି) ଏବଂ ସାଉଣ୍ଡ ପୋଜିସନ୍ କଣ୍ଟ୍ରୋଲକୁ କଷ୍ଟମାଇଜ କରିଥାଏ ।


Share It

Comments are closed.