ଚଳିତ ପାର୍ବଣରେ ସୋନୀ ପକ୍ଷରୁ ଅଫର ବର୍ଷା


ସୋନୀ ଇଣ୍ଡିଆ ପକ୍ଷରୁ ଚଳିତ ପାର୍ବଣ ଋତୁ ପାଇଁ ଏହାର ବିଭିନ୍ନ ଅଫର ଗୁଡ଼ିକ ଶୁଭାରମ୍ଭ କରିଛି । ପ୍ରତ୍ୟେକ ବର୍ଗରେ ନୂତନ ଉତ୍ପାଦର ଭିନ୍ନ ଭିନ୍ନ ପ୍ରକାର, ପ୍ରମୁଖ ଉତ୍ପାଦ ମଡେଲ୍ ଉପରେ ଚମତ୍କାର ରିହାତି, ସମସ୍ତ ବର୍ଗରେ ଉତ୍ପାଦଗୁଡ଼ିକୁ ଚୟନ କରି ନିଶ୍ଚିତ ଉପହାର ସହିତ ସୋନୀ ଭାରତରେ ନିଜର ଗ୍ରାହକ ମାନଙ୍କୁ ଦୀପାବଳୀକୁ ଉଜ୍ଜଳମୟ କରିବା ନିମନ୍ତେ ଆଶା ରଖିବା ସହ ବ୍ରାଭିଆ ଟେଲିଭିଜନ୍, ଅଲ୍ଫା କ୍ୟାମେରା ଓ ଲେନ୍ସ, ସାଉଣ୍ଡବାର, ପାର୍ଟି ସ୍ପିକର୍, ହେଡ଼ଫୋନ୍ ଓ ବ୍ଲୁଟୁଥ୍ ସ୍ପିକର୍ ଭଳି ବର୍ଗରେ ନୂତନ ଉତ୍ପାଦ ଗୁଡ଼ିକର ଶୁଭାରମ୍ଭ କରିଛି ।

ସୋନୀ ଇଣ୍ଡିଆ ଏହି ପାର୍ବଣ ଋତୁ ସମୟରେ ସର୍ବାଧିକ ଗ୍ରାହକ ସନ୍ତୋଷତା ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ସମସ୍ତ ବର୍ଗରେ ନୂତନ ଉତ୍ପାଦ ଓ ପ୍ରାଇସ୍ ପଏଣ୍ଟର ଏକ ସମ୍ଭାରର ଘୋଷଣା କରିଛି । ବ୍ରାଭିଆ ଟେଲିଭିଜନ୍, ଆଲ୍ଫା କ୍ୟାମେରା ଓ ଲେନ୍ସ, ସାଉଣ୍ଡବାର, ପାର୍ଟି ସ୍ପିକର୍, ହେଡ଼ଫୋନ୍ ବ୍ଲୁଟୁଥ୍ ସ୍ପିକର୍ ଭଳି ବର୍ଗରେ ଅତି ନିକଟରେ ନୂତନ ଉତ୍ପାଦଗୁଡ଼ିକର ଶୁଭାରମ୍ଭ କରିଛି । କିଛି ନୂତନ ଉତ୍ପାଦ ଅଫରିଂ ମଧ୍ୟରେ ରହିଛି, ଟେଲିଭିଜନ୍ ସେଗମେଣ୍ଟରେ ବ୍ରାଭିଆ ଓଏଲ୍ଇଡି ମାଷ୍ଟର୍ ସିରିଜ୍ ଏ୯ଜି ଓ ବ୍ରାଭିଆ ଓ ଏଲ୍ଇଡି ୪କେ ଟିଭି ଏ୮ଜି ସିରିଜ୍, ପ୍ରିମିୟମ୍ ୪କେ ଏଚ୍ଡିଆର୍ ଏଲ୍ଇଡି ଟିଭି ଏକ୍ସ୯୫୦୦ଜି ଏବଂ ୪କେଏଚ୍ଡିଆର୍ ଟ୍ରିଲୁମିନସ୍ନ ଏଲ୍ଇଡି ଟିଭି ଏକ୍ସ୮୦୦୦ଜି ଓ ଏକ୍ସ୭୦୦୨ଜି । ସୋନୀର ୫୫ଏକ୍ସ୮୫୦୦ଜି ବଡସ୍କ୍ରିନ ବିଶିଷ୍ଟ ଟିଭିର ପୂର୍ବ ମୂଲ୍ୟ ୧,୨୯,୯୯୦ ରହିଥିବାବେଳେ ଚଳିତ ଦୀପାବଳୀର ପାର୍ବଣ ଅଫର ଅଧିନରେ ଏହାର ମୂଲ୍ୟରେ ୨୦,୦୦୦ ହ୍ରାସ ଘଟି ନୂତନ କ୍ରୟ ମୂଲ୍ୟ ୧,୦୯,୯୯୦ ରହିଛି । ସେହିଭଳି ୫୫ଏକ୍ସ୯୫୦୦ଜିର ପୂର୍ବ ମୂଲ୍ୟ ୧,୬୯,୯୯୦ ରହିଥିବାବେଳେ ଏହାର ମୂଲ୍ୟରେ ହ୍ରାସ ଘଟି ଏହା ଟ.୧,୪୯,୯୯୦ ଟଙ୍କା ହୋଇଛି । ସେହି କ୍ରମରେ ୫୫ଏ୮ଜିର ପୂର୍ବ ମୂଲ୍ୟ ୨,୧୯,୯୯୦ରହିଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ଟ. ୧,୯୯,୯୯୦ ରହିଛି । ୫୫ଏ୯ଜିରେ ୨୦,୦୦୦ ହ୍ରାସ ଘଟି ଏହାର ମୂଲ୍ୟ ବର୍ତ୍ତମାନ ୨,୪୯,୯୯୦ ରହିଥିବାବେଳେ ୬୫ଏକ୍ସ୮୦୦୦ଜିର ମୂଲ୍ୟରେ ୧୦,୦୦୦ ହ୍ରାସ ଘଟି ଟ. ୧,୪୯,୯୯୦ ଏବଂ ୭୫ଏକ୍ସ୮୦୦୦ଜି ମୂଲ୍ୟରେ ୩୦,୦୦୦ ହ୍ରାସ ଘଟି ଏହାର ମୂଲ୍ୟ ବର୍ତ୍ତମାନ ଟ. ୨,୭୯,୯୯୦ ରହିଛି ।

ଶ୍ରୀଯୁକ୍ତ ସୁନୀଲ ନାୟର, ପରିଚାଳନା ନିର୍ଦ୍ଦେଶକ, ସୋନୀ ଇଣ୍ଡିଆ କହିଛନ୍ତିଯେ, “ସୋନୀ ସବୁବେଳେ ଉନ୍ନତ ମାନର ଜ୍ଞାନକୌଶଳ ଆଣିବା ଓ ଭାରତରେ ଗ୍ରାହକମାନଙ୍କୁ ଚମତ୍କାର ଅନୁଭୂତି ପ୍ରଦାନ କରିବା ନିମନ୍ତେ ଚେଷ୍ଟା କରୁଛି । ଏହି ପାର୍ବଣ ଋତୁରେ, ଆମେ ସ୍ୱତନ୍ତ୍ର ଗ୍ରାହକ ପ୍ରୋତ୍ସାହନ ଅଫର୍ ଓ ସରଳ ଫାଇନାନ୍ସ ଯୋଜନାଗୁଡ଼ିକ ପାଇଁ ଅତ୍ୟଧିକ କଟିଂ ଏଜ୍ ଉତ୍ପାଦ ଘୋଷଣା କରିଛୁ, ଯାହା ଆମର ଗ୍ରାହକଙ୍କ ସହିତ ରହିବ । ଆମେ ନିଶ୍ଚିତ ଯେ, ଦୃଷ୍ଟି କେନ୍ଦ୍ରିତ କୌଶଳ, ଅଭୂତପୂର୍ବ ମାର୍କେଟିଂ ପଦକ୍ଷେପ ଓ ଆହ୍ୱାନଜନକ ମୂଲ୍ୟ ଆମର ବଜାର ଅଂଶକୁ ବୃଦ୍ଧି କରିବା ସହିତ ଉପଭୋକ୍ତା ଦୀର୍ଘସ୍ଥାୟୀ ଇଣ୍ଡଷ୍ଟ୍ରିରେ ଅଗ୍ରଣୀ ବଜାର ପରିଚାଳକ ଭାବରେ ଆମର ଅବସ୍ଥିତିକୁ ବଜାୟ ରଖିବ ।”


Share It

Comments are closed.