ସୋନି ଇଣ୍ଡିଆ ପକ୍ଷରୁ ୪କେ ମନୋରଞ୍ଜନ ସହିତ ବ୍ରାଭିଆ ୨ -୨ ଟେଲିଭିଜନ ସିରିଜର ଶୁଭାରମ୍ଭ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ୨-୨ ସିରିଜ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୪କେ ଅଲଟ୍ରା ଏଚଡି ଏଲ୍ଇଡି ଡିସପ୍ଲେ ପ୍ରଯୁକ୍ତି ରହିଛି ଯାହା ନିଜ ଟିଭିକୁ ଅପଡେଟ କରିବାକୁ ଚାହୁଥିବା ଗ୍ରାହକଙ୍କୁ ଉନ୍ନତ ମନୋରଞ୍ଜନ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି। ଗୁଗୁଲ ଟିଭି ସହ ସମନ୍ୱିତ ଥିବା ଏହି ଟିଭିରେ ବିଭିନ୍ନ ପ୍ରକାର ଆପ, ଷ୍ଟ୍ରିମିଂ ସେବା ଓ ଲାଇଭ ଟିଭି ଚ୍ୟାନେଲ ହାସଲ କରିବାର ସୁବିଧା ରହିଛି। ନୂଆ ସିରିଜ୍ ୪୩, ୫୦, ୫୫, ୬୫ ଓ ୭୫ ଇଂଚ ସ୍କ୍ରିନ ଆକାରରେ ଉପଲବ୍ଧ ହୋଇଛି। ଏଥିରେ ଏକ୍ସ୧ ପିକ୍ଚର୍ ପ୍ରୋସେସର ରହିଛି ଯାହା ଉନ୍ନତ ଆଲଗୋରିଦମକୁ ବ୍ୟବହାର କରି କୋଳାହଳ କମ୍ କରୁଥିବା ବେଳେ ସ୍କ୍ରିନର ବିବରଣୀରେ ଉନ୍ନତି ଆଣୁଛି। ସ୍ପଷ୍ଟ ୪କେ ସିଗ୍ନାଲ ପାଇଁ ସବୁ କିଛି ୪କେ ରିଜଲ୍ୟୁସନରେ ଦେଖିବା ଭଳି ମନେ ହେବ ଯେଉଁଥିରେ ଲାଇଭ କଲର ପ୍ରଯୁକ୍ତି ରହିଛି।
ନୂଆ ବ୍ରାଭିଆ ସିରିଜ ୨-୨ ୪କେ ଟିଭିରେ ରହିଛି ୪କେ ଏକ୍ସ-ରିଅଲିଟି ପ୍ରୋ ଯାହା ୨କେ କିମ୍ବା ଫୁଲ ଏଚଡି ଭିଡିଓଗୁଡ଼ିକୁ ଏହାର ସ୍ୱତନ୍ତ୍ର ୪କେ ଡାଟାବେସ ବ୍ୟବହାର କରି ୪କେ ରିଜଲ୍ୟୁସନ ନିକଟତର କରିପାରୁଛି। ମୋସନଫ୍ଲୋ ଏକ୍ସଆର ମାଧ୍ୟମରେ ଅତି ଦ୍ରୁତ ଗତିରେ ଚାଲୁଥିବା ଦୃଶ୍ୟକୁ ମଧ୍ୟ ଭଲ ଭାବେ ଦେଖିହେବ। ଏଥିରେ ଥିବା ସ୍ପିକର ୨୦ ୱାଟର ଶକ୍ତିଶାଳୀ ସାଉଣ୍ଡ ସୃଷ୍ଟି କରୁଛି ଏବଂ ସେଥିରେ ଡଲବି ଆଟମସ ଓ ଡିଟି,ସ:ଏକ୍ସ ରହିଛି ଯାହା ଗ୍ରାହକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରୁଛି। ଏହାର ଓପନ ବାଫେଲ ସ୍ପିକର ସିନେମା, କ୍ରୀଡ଼ା ଓ ସଙ୍ଗୀତ ପାଇଁ ଲୋ ଏଣ୍ଡ ସାଉଣ୍ଡ ସୃଷ୍ଟି କରୁଛି।
ନୂଆ ବ୍ରାଭିଆ ୨-୨ ସିରିଜରେ ଆପଣମାନେ ୧୦,୦୦୦ରୁ ଅଧିକ ଆପ ଡାଉନଲୋଡ କରିପାରିବେ ଏବଂ ୭,୦୦,୦୦୦ରୁ ଅଧିକ ସିନେମା ଓ ଟିଭି ଅଧ୍ୟାୟ ପାଇପାରିବେ। ଗୁଗୁଲ ଟିଭିରୁ ନିଜର ଲୋକପ୍ରିୟ ଆପଓ ସବସ୍କ୍ରିପସନ ହାସଲ କରିହେବ। ଏହି ଟିଭିକୁ ଏଭଳି ଭାବେ ଡିଜାଇନ କରାଯାଇଛି, ଯାହା ଆଧୁନିକ ରହଣୀକୁ ବେଶ ଖାପଖାଇବ। ଏହାର ଅତି ପତଳା ବେଜେଲ ଯୋଗୁଁ ଡିସପ୍ଲେ ଆକାର ଅଧିକ ରହୁଛି।
ଏଥିରେ ଅଟୋ ଲୋ ଲାଟେଂଟ ମୋଡ ଥିବାରୁ ସେଥିରେ କୌଣସି କନସୋଲ ଯୋଡ଼ିଲେ ତାହା ସ୍ୱୟଂକ୍ରିୟ ଭାବେ ଲୋ ଲାଟେନ୍ସି ମୋଡକୁ ଚାଲିଯିବ ଫଳରେ ଦ୍ରୁତ ଗତିର ଗେମଗୁଡ଼ିକୁ ଖେଳିବା ସହଜ ହୋଇପାରିବ। ଏଥିରେ ଅଟୋ ଏଚଡିଆର ଟୋନ ମ୍ୟାପିଂ, ସୋନି ପିକଚର କୋର, ପିଓର ଷ୍ଟ୍ରିମ ରହିଛି। ବ୍ରାଭିଆ ୨-୨ ଟିଭି ସହିତ ମୁଭି କ୍ରେଡିଟ ମିଳିବ ଯାହାକୁ ରିଡିମ କରି ଗ୍ରାହକମାନେ ପାଂଚଟି ସିନେମା ଏବଂ ୧୨ ମାସ ଭିତରେ ୧୦୦ଟି ସିନେମା ହାସଲ କରିପାରିବେ।
ବର୍ତମାନ ଜାରି ରହିଥିବା ଅଫରରେ ଗ୍ରାହକମାନେ ବ୍ରାଭିଆ ୨-୨ ସିରିଜ ଟିଭି କିଣିଲେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ଏବଂ ୪୩ ଇଂଚ ଉପରେ ୧୮୪୯ ଟଙ୍କା, ୫୫, ୬୫ ଓ ୭୫ ସେମିରେ ୨୯୯୫ ଟଙ୍କାରୁ ଆରମ୍ଭ ହେଉଥିବା ସହଜ ଇଏମଆଇ ବିକଳ୍ପ ରହିଛି। ଏହାର କେ-୪୩ଏସ୨୫ଏମ୨ ମଡେଲର ଦାମ୍ ୫୦,୯୯୦ ଟଙ୍କା ଥିବା ବେଳେ କେ-୫୫ଏସ୨୫ଏମ୨ ଦାମ ୭୫,୯୯୦ ଟଙ୍କା, କେ-୬୫ଏସ୨୫ଏମ୨ ଦାମ ୯୭,୯୯୦ ଟଙ୍କା ଓ କେ-୭୫ଏସ୨୫ଏମ୨ ଦାମ ୧,୪୫,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।
Comments are closed.