ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଥିଏଟର ସିଷ୍ଟମ ୬ ଓ ବାର ୬ ସାଉଣ୍ଡବାର ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ପୋର୍ଟଫୋଲିଓରେ ଦୁଇଟି ନୂଆ ସାଉଣ୍ଡବାର ବ୍ରାଭିଆ ଥିଏଟର ବାର ୬ ଓ ବ୍ରାଭିଆ ଥିଏଟର ସିଷ୍ଟମ ୬କୁ ଉନ୍ମୋଚନ କରାଯାଇଛି। ବ୍ରାଭିଆ ଥିଏଟର ବାର ୬ ହେଉଛି ୩.୧୨ ଇଂଚର ସାଉଣ୍ଡବାର ଓ ୱେୟାରଲେସ ଉଫର ଏବଂ ବ୍ରାଭିଆ ଥିଏଟର ସିଷ୍ଟମ ୬ ହେଉଛି ୫.୧ ଇଂଚ ହୋମ ଥିଏଟର ସିଷ୍ଟମ ଯେଉଁଥିରେ ଓୟାରଲେସ ପଛ ସ୍ପିକର ରହିଛି। ଘରେ ସିନେମା ଭଳି ଅଡିଓ ଅନୁଭୂତି ପ୍ରଦାନ କରିବା ଲାଗି ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ଶକ୍ତିଶାଳୀ ସରାଉଣ୍ଡ ସାଉଣ୍ଡ ପ୍ରଦାନ କରୁଛି ଏବଂ ନିରବଚ୍ଛିନ୍ନ ଭାବେ ବ୍ରାଭିଆ ଟିଭି ସହିତ ସମନ୍ୱିତ ହୋଇପାରୁଛି।
ସୋନି ଇଣ୍ଡିଆର ପରିଚାଳନା ନିର୍ଦେଶକ ସୁନୀଲ ନାୟାର କହିଛନ୍ତି ଯେ, ‘ବ୍ରାଭିଆ ଥିଏଟର ସିଷ୍ଟମ ୬ ଏବଂ ବାର ୬ ସହିତ, ଆମେ ଭାରତୀୟ ଘରମାନଙ୍କ ହୃଦୟରେ ଏକ ପ୍ରକୃତ ସିନେମା ଅନୁଭୂତି ପହଚାଂଇଛୁ। ଏହି ଉତ୍ପାଦଗୁଡ଼ିକ ପ୍ରଯୁକ୍ତି ଏବଂ ନବସୃଜନର ସର୍ବୋତମ ପ୍ରଦାନ କରୁଛି। ତାହା ହେଉଛି ୧୦୦୦ୱାଟର ଏକ ଶକ୍ତିଶାଳୀ ସାଉଣ୍ଡ ଅନୁଭୂତି ସହିତ ଡଲବି ଆଟମସ ଏବଂ ୱାୟରଲେସ୍ ସୁବିଧା। ଭାରତୀୟ ଗ୍ରାହକମାନେ ଅଧିକ ସମୃଦ୍ଧ ଅଡିଓ-ଭିଜୁଆଲ୍ ଅନୁଭୂତି ଚାହୁଁଥିବାରୁ ଆମର ବିଶ୍ୱାସ ରହିଛି ଯେ ଏହି ରେଂଜ ପ୍ରିମିୟମ୍ ଗୃହ ମନୋରଂଜନ ବର୍ଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ।”
ସୋନି କର୍ପୋରେସନର ବିଶ୍ୱସ୍ତରୀୟ ମୁଖ୍ୟ-ହୋମ ପ୍ରଡକ୍ଟ ଡିଭିଜନ ନେଜୁ ଡାଇସୁକେ କହିଛନ୍ତି ଯେ, ‘ଘରେ ଉତ୍କୃଷ୍ଟ ସିନେମା ଭଳି ଅନୁଭୂତି ପ୍ରଦାନ କରିବାର ଆମର ନୂତନ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଆମେ ବିଶ୍ୱାସ କରୁଛୁ ଯେ ସାଉଣ୍ଡ୍ ପିକଚର ଗୁଣାତ୍ମକ ମାନ ପରି ଗୁରୁତ୍ୱପୂର୍ଣ୍ଣ। ଆମର ହୋମ୍ ଥିଏଟର୍ ଉତ୍ପାଦଗୁଡ଼ିକୁ ବ୍ରାଭିଆ ବ୍ରାଣ୍ଡରେ ଆସିଛି ଯାହା ଏହାର ଭିଜୁଆଲ୍ ଉତ୍କୃଷ୍ଟତା ପାଇଁ ପ୍ରସିଦ୍ଧ। ଆମେ ଏକ ପ୍ରକୃତ ଇଂଟିଗ୍ରେଟେଡ୍ ଏଂଟରଟେନମେଂଟ ଇକୋସିଷ୍ଟମ୍ ସୃଷ୍ଟି କରୁଛୁ। ଭାରତ ପରି ବଜାର ଯେଉଁଠାରେ ଶକ୍ତିଶାଳୀ ବେସ୍ ଏବଂ ଅଡିଓ ଗଭୀର ଭାବରେ ମୂଲ୍ୟବାନ, ଆମର ନୂତନ ବ୍ରାଭିଆ ଥିଏଟର୍ ସିଷ୍ଟମ ୬ ଏବଂ ବାର ୬ ସହିତ ସେହି ଆଶା ପୂରଣ ହେବ। ଏହି ସମନ୍ୱୟ କେବଳ ଆମର ସ୍ଥାନୀୟ ପସନ୍ଦକୁ ପ୍ରତିଫଳିତ କରୁ ନାହିଁ ବରଂ ବିଶ୍ୱସ୍ତରୀୟ ପ୍ରିମିୟମ୍ ଗୃହ ମନୋରଂଜନ ବର୍ଗରେ ନେତୃତ୍ୱ ଦେବାକୁ ଆମର ଦୀର୍ଘମିଆଦୀ ରଣନୀତିର ସଙ୍କେତ ଦେଉଛି।”
ସୋନି କର୍ପୋରେସନ ବରିଷ୍ଠ ଆକୋଷ୍ଟିକ ଇଞ୍ଜିନିୟର ତୋମୋୟା କାଟୋ କହିଛନ୍ତି ଯେ, “ବ୍ରାଭିଆ ଥିଏଟର୍ ସିଷ୍ଟମ୍ ୬ ପଛରେ ଥିବା ଧାରଣା ସ୍ପଷ୍ଟ ଥିଲା। ଘରେ ପ୍ରକୃତ ସିନେମାଟିକ୍ ଅନୁଭୂତି ଆଣିବା। ଗୃହ ମନୋରଂଜନ ନିରନ୍ତର ବିକଶିତ ହେଉଥିବାରୁ ଗ୍ରାହକମାନେ କେବଳ ଉତମ ଭିଜୁଆଲ୍ ନୁହେଁ, ବରଂ ଥିଏଟର୍ ପରି ସାଉଣ୍ଡ୍ ଖୋଜୁଛନ୍ତି। ଭର୍ଟିକାଲ୍ ସରାଉଣ୍ଡ୍ ଇଞ୍ଜିନ୍, ଏସ-ଫୋର୍ସ୍ ପ୍ରୋ ଫ୍ରଂଟ ସରାଉଣ୍ଡ୍ ଏବଂ ଏକ ନୂତନ ବିକଶିତ ସ୍ପିକର୍ ଆର୍କିଟେକଚର୍ ପରି ପ୍ରଯୁକ୍ତି ସହିତ ବ୍ରାଭିଆ ଥିଏଟର୍ ସିଷ୍ଟମ୍ ୬ ବିସ୍ତୃତ, ସବିଶେଷ ଏବଂ ସନ୍ତୁଳିତ ସାଉଣ୍ଡ୍ ପ୍ରଦାନ କରୁଛି। ତାହା ଏହାକୁ ଅନ୍ୟଠାରୁ ଅଲଗା କରୁଛି, ତାହା ହେଉଛି ଆମେ ଭାରତୀୟ ଦର୍ଶକଙ୍କ ପାଇଁ କରିଥିବା ସମର୍ପିତ ଟ୍ୟୁନିଂ। ଗଭୀର, ପଞ୍ଚି ବେସ୍ ଏବଂ ସ୍ପଷ୍ଟ ଭୋକାଲ୍ ଯାହା ଚଳଚ୍ଚିତ୍ର ଏବଂ ସଙ୍ଗୀତ ଉଭୟକୁ ଉନ୍ନତ କରିବ ଏକ ଉଚ୍ଚ-ଶକ୍ତିର ଆକ୍ସନ୍ ଦୃଶ୍ୟ ହେଉ କିମ୍ବା ଏକ ଆତ୍ମବିଭୋର ସଙ୍ଗୀତ ଏହି ବ୍ୟବସ୍ଥା ଭାରତୀୟ ଗ୍ରାହକଙ୍କ ସହିତ ସତରେ ପ୍ରତିଧ୍ୱନିତ ହେଉଥିବା ସାଉଣ୍ଡ୍ ପ୍ରଦାନ କରୁଛି।’’
ସିଷ୍ଟମ ୬ ଓ ସାଉଣ୍ଡବାରରେ ରହିଛି ଡଲବି ଆଟମସ ଓ ଡିଟିଏସ-ଏକ୍ସ ଯାହା ସିନେମା, ସଙ୍ଗୀତ ଓ ଗେମ ପାଇଁ ସ୍ପଷ୍ଟ ଓ ଗଭୀର ସାଉଣ୍ଡ ପଦାନ କରୁଛି। ଭର୍ଟିକାଲ ସରାଉଣ୍ଡ ଇଞ୍ଜିନ ଓ ଏସ-ଫୋର୍ସ ପ୍ରୋ ସାମ୍ନା ସରାଉଣ୍ଡ ସହ ଏହା ସାଉଣ୍ଡକୁ ଆପଣଙ୍କ ଚାରି ପାର୍ଶ୍ୱରେ ଉପଲବ୍ଧ କରାଇବ। ସେଥିପାଇଁ ପଛ ପାଖରେ କିମ୍ବା ଉପରେ ସ୍ପିକର ଲଗାଇବାକୁ ପଡ଼ିବ ନାହିଁ। ଏହାକୁ ବ୍ରାଭିଆ କନେକ୍ଟ ଆପ ସହିତ ଯୋଡ଼ିହେବ। ବ୍ରାଭିଆ ହୋମ ଥିଏଟର ଉତ୍ପାଦଗୁଡ଼ିକୁ ପରିବେଶ ମିତବ୍ୟୟୀ ଭାବେ ବିକାଶ କରାଯାଇଛି।
ବ୍ରାଭିଆ ଥିଏଟର ସିଷ୍ଟମ ୬ ଓ ବାର ୬ ସାରା ଦେଶରେ ଥିବା ସୋନି ରିଟେଲ ଷ୍ଟୋର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର, ଇ-କମର୍ସ ପୋର୍ଟାଲରେ ଜୁଲାଇ ୧ରୁ ଉପଲବ୍ଧ ହେବ। ବ୍ରାଭିଆ ଥିଏଟର ସିଷ୍ଟମ ୬ର ଦାମ ୪୯,୯୯୦ ଟଙ୍କା ଏବଂ ବ୍ରାଭିଆ ଥିଏଟର ବାର ୬ ସାମ ୩୯,୯୯୦ ଟଙ୍କା ରଖାଯାଇଛି।
Comments are closed.