ସୋନି ଇଣ୍ଡିଆ ପକ୍ଷରୁ ଡୁଆଲ ନଏଜ କ୍ୟାନସେଲିଂ ଓ ସ୍ମାର୍ଟ ଏଆଇ ସୁବିଧା ଥିବା ଡବ୍ଲୁଏଫ-ସି୭୧୦ଏନ ଇୟରବଡ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଡବ୍ଲୁଏଫ-ସି୭୧୦ଏନ ଟ୍ରୁଲି ୱାୟରଲେସ ନଏଜ କ୍ୟାନସେଲିଂ ଇୟରବଡ ଉନ୍ମୋଚନ କରାଯାଇଛି। ଏଥିରେ ନଏଜ କ୍ୟାନସେଲେସନ ପ୍ରଯୁକ୍ତି, ଦୀର୍ଘ ସମୟ ଚାଲୁଥିବା ବ୍ୟାଟେରି ଓ ଏଆଇ ସହିତ ଉଚ୍ଚ କଲ ମାନ ଭଳି ସୁବିଧା ରହିଛି। ଗୁଣାତ୍ମକ ମାନର ସାଉଣ୍ଡ, ନୂଆ ଷ୍ଟାଇଲିସ ରଙ୍ଗ ଓ ଡିଜାଇନରେ ଏହାକୁ ପ୍ରସ୍ତୁତ କରାଯାଇଛି ଯାହା କାନରେ ସହଜରେ ଲାଗିପାରୁଛି।
ପାରିପାର୍ଶ୍ୱିକ କୋଳାହଳକୁ ଚିହ୍ନଟ କରିବା ଲାଗି ଏଥିରେ ରହିଛି ଡୁଆଲ ମାଇକ୍ରୋଫୋନ। ଏହାର ପୂର୍ବ ମଡେଲ ତୁଳନାରେ ଏଥିରେ ଉନ୍ନତ ନଏଜ କ୍ୟାନସେଲେସନ ସୁବିଧା ବ୍ୟବହାର କରାଯାଇଛି। ସୋନିର ଡୁଆଲ ନଏଜ ସେନସର ପ୍ରଯୁକ୍ତି ବାହ୍ୟ କୋଳାହଳକୁ ଅଟକାଇ ଗ୍ରାହକଙ୍କୁ ବିନା ଅସୁବିଧାରେ ସଙ୍ଗୀତ ଉପଭୋଗ କରିବାର ସୁବିଧା ପ୍ରଦାନ କରୁଛି। ଏହା ଆମ୍ବିଏଂଟ ସାଉଣ୍ଡ ମୋଡକୁ ସମର୍ଥନ କରଛି। ସୋନି ସାଉଣ୍ଡ କନେକ୍ଟ ଆପ ଜରିଆରେ ଗ୍ରାହକମାନେ ଆମ୍ବିଏଂଟ ସାଉଣ୍ଡର ସ୍ତରରେ ପରିବର୍ତନ ଆଣିପାରିବେ। ଏଥିରେ ଆଡାପଟିଭ ସାଉଣ୍ଡ କଂଟ୍ରୋଲ ଭଳି ସୁବିଧା ମଧ୍ୟ ରହିଛି।
ଯେକୌଣସି ସ୍ଥାନରେ ସ୍ପଷ୍ଟ ଭାବେ ଶୁଣାଯିବା ଲାଗି ଏଥିରେ ଏଆଇର ଶକ୍ତି ଥିବା ଉଚ୍ଚ ମାନର କଲ ସୁବିଧା ରହିଛି। ୫୦୦ ନିୟୁତରୁ ଅଧିକ ଭଏସ ନମୁନାକୁ ବ୍ୟବହାର କରି ଏହି ବ୍ୟବସ୍ଥା ବିକାଶ କରାଯାଇଛି। ଏହାର ପ୍ରିସାଇଜ ଭଏସ ପିକ ଅପ ପ୍ରଯୁକ୍ତି ମାଇକ୍ରୋଫୋନକୁ ନିୟନ୍ତ୍ରଣ କରୁଛି। ଏକ ଚମତ୍କାର ଶୁଣିବା ଅନୁଭୂତି ହାସଲ କରିବା ଲାଗି ଏଥିରେ ରହିଛି ସୋନିର ୫ ଏମଏମ ସହିତ ଡିଜିଟାଲ ସାଉଣ୍ଡ ଏନହାନ୍ସମେଂଟ ଇଂଜିନ ରହିଛି ଯାହା ସନ୍ତୁଳିତ ଅଡିଓ ଓ ଗଭୀର ବେସ ପ୍ରଦାନ କରୁଛି।
ଏହି ଇୟରବଡ ଗ୍ଲାସ ବ୍ଲୁ ସହିତ ଗୋଲାପୀ, ଧଳା ଓ କଳା ରଙ୍ଗରେ ଉପଲବ୍ଧ ହୋଇଛି। ଏହାକୁ ସାଙ୍ଗରେ ନେବା ଓ କାନରେ ପିନ୍ଧିବା ବେଶ ସହଜ। ଏଥିରେ ସିଲିଣ୍ଡ୍ରିକାଲ ଚାର୍ଜିଂ କେସ ରହିଛି ଯାହା ଛୋଟ ଓ ହାଲୁକା। ତତ୍କାଳ କଥାବାର୍ତା ଲାଗି ପାଇଁ ଏଥିରେ କ୍ୱିକ ଆଟେନସନ ମୋଡ ରହିଛି ଯାହା ସାଉଣ୍ଡକୁ ସଙ୍ଗେ ସଙ୍ଗେ କମ୍ କରିଦେବ। ଏହାର ଟଚ ପ୍ୟାନେଲରେ ଆଙ୍ଗୁଠି ସ୍ପର୍ଶ କରିବା ମାତ୍ରେ ଏହି ସୁବିଧା ସକ୍ରିୟ ହୋଇଯିବ।
ଏଥିରେ ଲମ୍ବା ସମୟ ଚାଲୁଥିବା ବ୍ୟାଟେରି ବ୍ୟବହାର କରାଯାଇଛି ଯାହାକୁ ଶୀଘ୍ର ଚାର୍ଜ କରାଯାଇପାରିବ ଏବଂ ଥରେ ଫୁଲ ଚାର୍ଜ କଲେ ୪୦ ଘଂଟା ପର୍ଯ୍ୟନ୍ତ ବ୍ୟବହାର କରିହେବ। ମାତ୍ର ୫ ମିନିଟ ଚାର୍ଜ କଲେ ତାହାକୁ ୬୦ ମିନିଟ ବ୍ୟବହାର କରିହେବ। ଇୟରବଡକୁ ପରିଚାଳନା କରିବା ଲାଗି ଏଥିରେ ଅନେକ ସୁବିଧା ରହିଛି। ଏହା ଆଇପିଏକ୍ସ୪ ଜଳ ନିରୋଧୀ ମଧ୍ୟ ରହିଛି।
ଏହାର ବିବିଧ କନେକ୍ସନ ଯୋଗୁଁ ଦୁଇଟି ବ୍ଲୁଟୁଥ ଡିଭାଇସ ଏକସଙ୍ଗେ କନେକ୍ଟ ହୋଇପାରିବ। ଉଭୟ ଭିତରେ ସ୍ୱୟଂକ୍ରିୟ ଭାବେ ଅଦଳବଦଳ ହୋଇପାରିବ। ସୋନି ଏହାକୁ ଉଭୟ ଷ୍ଟାଇଲିସ ଓ ପରିବେଶ ମିତବ୍ୟୟୀ କରିଛି। ଏହା ଜୁଲାଇ ୧୦ଠାରୁ ଉପଲବ୍ଧ ହେବ। ଏହାର ମୂଲ୍ୟ ୮,୯୯୦ ଟଙ୍କା ରଖାଯାଇଛି, ଯେଉଁଥିରେ ଜୁଲାଇ ୩୧ ପର୍ଯ୍ୟନ୍ତ ୧୦୦୦ ଟଙ୍କାର କ୍ୟାସବ୍ୟାକ ମିଳିବ।
ସୋନି ଇଣ୍ଡିଆର ଡବ୍ଲୁଏଫ-ସି୭୧୦ଏନ ଇୟରବଡକୁ ଗ୍ରାହକମାନେ ସୋନିର ରିଟେଲ ଷ୍ଟୋର, ନିଜସ୍ୱ ଇ-କମର୍ସ ପୋର୍ଟାଲ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଏବଂ ପ୍ରମୁଖ ଇ-କମର୍ସ ପୋର୍ଟାଲଗୁଡ଼ିକରୁ କିଣିପାରିବେ।
Comments are closed.