ସୋନି ଇଣ୍ଡିଆ ଭାରତରେ ପ୍ରଥମ ୮କେ ଟେଲିଭିଜନ୍ ଜେଡ୍‌୮ଏଚ୍ ଶୁଭାରମ୍ଭ କରୁଛି


ଭୁବନେଶ୍ୱର : ଘରେ ସିନେମାର ଅଭିଜ୍ଞତା ପାଇଁ ସୋନି ଇଣ୍ଡିଆ ଆଜି ଭାରତରେ ପ୍ରଥମ ୮କେ ଟେଲିଭିଜନ ଜେଡ୍‌୮ଏଚ୍ ଏଫ୍ ଶୁଭାରମ୍ଭ କରିଛି । ନୂତନ ଜେଡ୍‌୮ଏଚ୍ ପ୍ରିମିୟମ୍ ଦୃଶ୍ୟ ଅଭିଜ୍ଞତା ପ୍ରଦାନ କରେ ଏବଂ ଫୁଲ୍ ଆରେ ଏଲଇଡି ସହିତ ଛବି ମାନ, ଅନନ୍ୟ ରଙ୍ଗ, କଂଟ୍ରାଷ୍ଟ ଏବଂ ସ୍ପଷ୍ଟତା ପ୍ରଦର୍ଶନ କରେ । ୮କେ ସହିତ, ବଡ ପରଦାରେ ଚମକଦାର ଦୁନିଆରେ ପାଦ ଦିଅନ୍ତୁ ଯେଉଁଠାରେ ଛବ୍ରିଗୁଡ଼ିକ ସଂପୂର୍ଣ୍ଣ କଳା ଏବଂ ଏକ୍ସ-ୱାଇଡ୍ ଆଙ୍ଗଲ୍ ସହିତ ଏକ ସୁପର-ୱାଇଡ୍ ଭ୍ୟୁଇଂ୍ ଅ ।ଙ୍ଗଲ୍ ନିଖୁଣତା ସହିତ ଜୀବନ୍ତ ହୋଇଉଠେ । ଏକ ମିିନିମାଲିଷ୍ଟ ୱାନ୍‌-ସ୍ଲେଟ୍ ଡିଜାଇନ୍ ଏବଂ ପତଳା ବେଜେଲ୍ ବିଶିଷ୍ଟ ଏହି ୮କେ ଏଲଇଡି ଟିଭି ସବୁଠାରୁ ଶକ୍ତିଶାଳୀ ଚିତ୍ର ପ୍ରୋସେସର୍ ଏକ୍ସ୧ ଟିଏମ୍ ଅଲ୍ଟିମେଟ ସହିତ ବଡ ସ୍କ୍ରିନ ୮କେ ଅଭିଜ୍ଞତାକୁ ଘରକୁ ଆଣିଥାଏ ଯାହା ୮କେ ଟିଭିର ଗଭୀରତା ଏବଂ ନିଖୁଣତାର ପ୍ରତିଶ୍ରୁତି ଦେଇଥାଏ । ଏହି ସ୍ମାର୍ଟ ଆଣ୍ଡ୍ର୍ରଏଡ୍ ଟିଭି ହେଉଛି ପିଏସ୍‌୫ ରେଡି ।

 

ନୂତନ ଜେଡ୍‌୮ଏଚ୍ ଭାରତରେ ସମସ୍ତ ସୋନି ରିଟେଲ୍ ଷ୍ଟୋର୍ (ସୋନି ସେଂଟର ଏବଂ ସୋନି ଏକ୍ସକ୍ଲୁସିଭ୍‌), ଡବ୍ଲ୍ୟୁୁଡବ୍ଲ୍ୟଡବ୍ଲ୍ୟୁ.ସପ୍‌ଆଟ୍‌ୁଏସ୍‌ସି.କମ ପୋର୍ଟାଲ, ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ ଦୋକାନ ଏବଂ ଅନ୍ୟ ଇ-କମର୍ସ ୱେବ୍‌ସାଇଟ୍‌ରେ ୭ ଅକ୍ଟୋବର ୨୦୨୦ ପରଠାରୁ ଉପଲବ୍ଧ ହେବ । ଯାହାର ବଜାର ମୂଲ୍ୟ ୧.୩୯୯,୯୯୦/- ଟଙ୍କା ।


Share It

Comments are closed.