ସୋନି ଇଣ୍ଡିଆ ପକ୍ଷରୁ ପରବର୍ତୀ ପିଢ଼ିର ବ୍ରାଭିଆ ୫ ଉନ୍ମୋଚନ ସହ ବ୍ରାଭିଆ ସିରିଜର ସମ୍ପ୍ରସାରଣ

Share It

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ବ୍ରାଭିଆ ସିରିଜର ଟିଭି ବ୍ରାଭିଆ ୫କୁ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ବ୍ରାଭିଆ ଟିଭି ବର୍ଗମାଳାର ସମ୍ପ୍ରସାରଣ ହୋଇଛି। ଗୃହ ମନୋରଂଜନରେ ରୂପାନ୍ତରଣ ଆଣିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଟିଭି ଏଭଳି ଟିଭି ଦେଖିବା ଅନୁଭୂତି ପ୍ରଦାନ କରିବ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଗ୍ରାହକମାନଙ୍କ ବାସସ୍ଥାନର ଆକାର ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ସ୍କ୍ରିନ ଆକାରରେ ଉପଲବ୍ଧ ହୋଇଛି। ସୋନିର ଉନ୍ନତ ଭିଜୁଆଲ ଓ ଅଡିଓ ପ୍ରଯୁକ୍ତି ଭାରତରେ ଗୃହ ମନୋରଂଜନର ନୂତନ ମାନଦଣ୍ଡ ନିର୍ଧାରଣ କରିବ।
ବ୍ରାଭିଆ ୫ରେ ରହିଛି ଏଆଇ ପ୍ରୋସେସର ଯାହା ଛବିର ଗୁଣାତ୍ମକ ମାନରେ ବେଶ ଉନ୍ନତି ଆଣିବ। ଏହା ମେସିନ ଲର୍ଣ୍ଣିଂ ଓ କଗ୍ନିଟିଭ ଇଂଟେଲିଜେନ୍ସକୁ ବ୍ୟବହାର କରି ମଣିଷ ଯେଭଳି ଦେଖେ ଓ ଶୁଣେ ସେହି ଅନୁସାରେ ଛବିକୁ ଉନ୍ନତ କରିବ। ଏଥିରେ ଥିବା ଏକ୍ସଆର ବ୍ୟାକ୍ଲାଇଟ୍ ମାଷ୍ଟର ଡ୍ରାଇଭ୍ ପ୍ରଯୁକ୍ତି ସ୍କ୍ରିନ ଉପରେ ଥିବା ବିଷୟବସ୍ତୁକୁ ଅଧିକ ବାସ୍ତବ, ପ୍ରାକୃତିକ କରିବ। ଏହାର ଡଲବି ଭିଜନ ଓ ଡଲବି ଆଟମସ ସହ ବହୁମୁଖୀ ସରାଉଣ୍ଡ ସାଉଣ୍ଡ ଏବଂ ଏଚଡିଆର ଭିଜୁଆଲ ଘରେ ସିନେମା ଦେଖିବା ଭଳି ଅନୁଭବ ପ୍ରଦାନ କରିବ।
ବ୍ରାଭିଆ ୫ରେ ଥିବା ଷ୍ଟୁଡିଓ କାଲିବ୍ରେଟେଡ ମୋଡରେ କ୍ରିଏଟରମାନେ ବିଷୟବସ୍ତୁକୁ ଯେଉଁଭଳି ପ୍ରସ୍ତୁତ କରିଛନ୍ତି ତାହା ସେହିଭଳି ଦେଖାଯିବ। ଏଥିରେ ନେଟଫ୍ଲିକ୍ସ ଆଡାପଟିଭ କାଲିବ୍ରେଟେଡ ମୋଡ, ସୋନି ପିକଚର୍ସ କୋର କାଲିବ୍ରେଟେଡ ମୋଡ ଓ ପ୍ରାଇମ ଭିଡିଓ କାଲିବ୍ରେଟେଡ ମୋଡ ରହିଛି। ସୋନି ପିକଚର୍ସ କୋର ଜରିଆରେ ଗ୍ରାହକମାନେ ପ୍ରାୟ ୪କେ ବ୍ଲୁ ରେ ମାନ ଏବଂ ଆଇମ୍ୟାକ୍ସ ଏନହାନ୍ସଡ ସମେତ ସିନେମାର ଏକ ବ୍ୟାପକ ଲାଇବ୍ରେରି ପାଇପାରିବେ। ଏହାର ଏକ୍ସଆର କଂଟ୍ରାଷ୍ଟ ବୁଷ୍ଟର ୧୦ ଉନ୍ନତ କଳା ସ୍ତର, ବ୍ରାଇଟନେସ ଓ ପ୍ରାକୃତିକ କଂଟ୍ରାଷ୍ଟ ପ୍ରଦାନ କରୁଛି। ଏକ୍ସଆର ଟ୍ରିଲୁମିନସ ପ୍ରୋ ଓ ଏକ୍ସଆର କ୍ଲିୟର ଇମେଜ ପ୍ରଯୁକ୍ତି ଆକର୍ଷଣୀୟ ରଙ୍ଗ ପ୍ରଦାନ କରିବ।
ଏକ୍ସଆର ମୋସନ କ୍ଲାରିଟି ପ୍ରଯୁକ୍ତି ସହ ନୂଆ ବ୍ରାଭିଆ ଆକ୍ସନ ଦୃଶ୍ୟଗୁଡ଼ିକୁ ଏଭଳି ପ୍ରଦାନ କରିବ ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ବାସ୍ତବ ସମୟରେ ଦୃଶ୍ୟର ମାନରେ ଉନ୍ନତି ଆଣିବା ଲାଗି ଏହା ଏଆଇ ପ୍ରଯୁକ୍ତିକୁ ଉପଯୋଗ କରିବ। ସାଉଣ୍ଡର ମାନ ବଢ଼ାଇବା ଲାଗି ଏଥିରେ ରହିଛି ଆକୋଷ୍ଟିକ ମଲଟି-ଅଡିଓ। ଡାଇଲଗଗୁଡ଼ିକ ଯେଭଳି ସ୍ପଷ୍ଟ ଭାବେ ଶୁଣାଯିବ ତାହାକୁ ନିଶ୍ଚିତ କରି ଭଏସ ଜୁନ ୩। ଏଥିରେ ଗେମିଂ ଲାଗି ଏଚଡିଏମଆଇ ୨.୧, ୪କେଆଟ୧୨୦ଏଚଜେଡ, ଭିଆରଆର, ଏଏଲଏଲଏମ, ଓ ପିଏସ୫ ଭଳି ସୁବିଧା ସହ ଅଟୋ ଏଚଡିଆର ଟୋନ ମ୍ୟାପିଂ ସୁବିଧା ରହିଛି।
୨୦୨୫ ଜୁନ ୨୬ରୁ ଏହା ଉପଲବ୍ଧ ହେବାକୁ ଯାଉଛି। ଏହାର କେ-୮୫ଏକ୍ସଆର୫୫ଏ ମଡେଲର ଦାମ ୪,୧୭,୯୯୦ ଟଙ୍କା, କେ-୭୫ଏକ୍ସଆର୫୫ଏ ଦାମ ୨,୮୪,୯୯୦ ଟଙ୍କା, କେ-୬୫ଏକ୍ସଆର୫୫ଏ ଦାମ ୧,୭୩,୮୪୦ ଟଙ୍କା ଏବଂ କେ-୫୫ଏକ୍ସଆର୫୫ଏ ଦାମ ୧,୩୭,୭୪୦ ଟଙ୍କା ରହିଛି।
ଏହି ମଡେଲଗୁଡିକ ସମସ୍ତ ସୋନି ସେଂଟର୍ସ, ପ୍ରମୁଖ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଏବଂ ଇ-କମର୍ସ ପୋର୍ଟାଲରେ ଭାରତରେ ଉପଲବ୍ଧ ହେବ। ସୋନି ବ୍ରାଭିଆ ୫ ପାଇଁ ଏକ ବର୍ଷର ବିସ୍ତୃତ ୱାରେଂଟି ମଧ୍ୟ ପ୍ରଦାନ କରୁଛି।


Share It

Comments are closed.