ସୋନି ଇଣ୍ଡିଆ ପକ୍ଷରୁ ୟୁଏଲଟି ପାୱାର ସାଉଣ୍ଡ ସିରିଜ ଉନ୍ମୋଚିତ

Share It

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୟୁଏଲଟି ପାୱାର ସାଉଣ୍ଡ ସିରିଜର ଦ୍ୱିତୀୟ ପିଢ଼ି ଉନ୍ମୋଚନ କରାଯାଇଛି। ଏଥିରେ ୟୁଏଲଟି ଟାୱାର ୯ ଓ ୟୁଏଲଟି ଟାୱାର ୯ଏସି ୱାୟରଲେସ ପାର୍ଟି ସ୍ପିକର; ୟୁଏଲଟି ଫିଲ୍ଡ ୫ ଓ ୟୁଏଲଡି ଫିଲ୍ଡ ୩ ୱାୟରଲେସ ବ୍ଲୁଟୁଥ ସ୍ପିକର ଏବଂ ୱାୟରଲେସ ଡୁଆଲ ମାଇକ ୟୁଏଲଟିମାଇକ୧ ରହିଛି। ସମସ୍ତ ସ୍ପିକରରେ ଶକ୍ତିଶାଳୀ ବେସ ପାଇଁ ୟୁଏଲଟି ବଟନ ରହିଛି।

ଏ ସମ୍ପର୍କରେ ସୋନି ଇଣ୍ଡିଆର ପରିଚାଳନା ନିର୍ଦେଶକ ସୁନୀଲ ନାୟାର କହିଛନ୍ତି ଯେ, “ଆମେ ନିଜ ଗ୍ରାହକଙ୍କ ପାଇଁ ଶ୍ରବଣ ଅନୁଭୂତି ଉତ୍କୃଷ୍ଟ କରୁଥିବା ନୂଆ ଅଡିଓ ଉତ୍ପାଦଗୁଡ଼ିକୁ ନିରନ୍ତର ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ୟୁଏଲଟି ପାୱାର ସାଉଣ୍ଡ ସିରିଜର ନୂଆ ଶୁଭାରମ୍ଭ ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହା ଶକ୍ତିଶାଳୀ ବେସ୍ ଏବଂ ଧ୍ୱନି ପ୍ରଦାନ କରୁଛି।” କରଣ ଔଜଲାଙ୍କ ସହ ସହଯୋଗିତା ସମ୍ପର୍କରେ ସେ କହିଛନ୍ତି ଯେ, “ଆମେ ୟୁଏଲଟି ରେଂଜ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ କରଣ ଔଜଲାଙ୍କୁ ପାଇ ବହୁତ ଖୁସି। ଯୁବସମାଜ ସହିତ ତାଙ୍କର ଗଭୀର ସମ୍ପର୍କ ଆମ ବ୍ରାଣ୍ଡ ମୂଲ୍ୟବୋଧ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ମିଳିତ ଭାବେ ଆମେ ପ୍ରତ୍ୟେକ ଶ୍ରୋତାଙ୍କୁ ଲାଇଭ୍ ପ୍ରଦର୍ଶନର ରୋମାଂଚକ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ ଯାହା ସେମାନଙ୍କୁ ସଙ୍ଗୀତର ଶକ୍ତି ପ୍ରକୃତରେ ଅନୁଭବ କରାଇବ।”

ସୋନି ଇଣ୍ଡିଆର ଅଡିଓ ବ୍ରାଣ୍ଡ ଆମ୍ବାସାଡର କରଣ ଔଜଲା କହିଛନ୍ତି ଯେ, “ସୋନୀର ବୈପ୍ଳବିକ ୟୁଏଲଟି ପାୱାର ସାଉଣ୍ଡ ଉତ୍ପାଦଗୁଡ଼ିକ ସହିତ ଜଡ଼ିତ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ। ଏହି ସିରିଜର ଉନ୍ନତ ଅଡିଓ ରେଂଜ ସଙ୍ଗୀତ ଅନୁଭୂତିର ପଥ ପରିବର୍ତନ କରିଦେଇଛି ଯାହା ଗଭୀର, ମନ ମୁଗ୍ଧକର ବେସ୍ ଏବଂ ସ୍ପଷ୍ଟ ଧ୍ୱନି ପ୍ରଦାନ କରୁଛି। ମୁଁ ଯେତେବେଳେ ଯାତ୍ରା କରୁଥାଏ କିମ୍ବା ଘରେ ଥାଏ ୟୁଏଲଟି ପାୱାର ସାଉଣ୍ଡ ଉତ୍ପାଦଗୁଡ଼ିକ ପ୍ରତ୍ୟେକ ସ୍ୱରକୁ ତୋଳି ଧରି ମାନରେ ଉନ୍ନତି ଆଣିଥାଏ, ଯେଉଁ ଅନୁଭୂତି ପୂର୍ବରୁ କେବେ ମିଳି ନଥିଲା।”

ନୂଆ ୟୁଏଲଟି ପାୱାର ସାଉଣ୍ଡ ସିରିଜର ଉତ୍ପାଦଗୁଡ଼ିକ ସୋନି ରିଟେଲ ଷ୍ଟୋର ଯଥା ସୋନି ସେଂଟର ଓ ସୋନି ଏକ୍ସକ୍ଲୁସିଭ, ସୋନି ସପିଂ ପୋର୍ଟାଲ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପୋଟର୍ଟାଲଗୁଡ଼ିକରେ ଉପଲବ୍ଧ ହୋଇଛି। ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ୟୁଏଲଟି ଟାୱାର ୯ ଓ ୟୁଏଲଟି ଟାୱାର ୯ଏସି କିଣୁଥିବା ଗ୍ରାହକମାନେ ୧୯,୯୯୦ ଟଙ୍କାର ସୋନି ୱାୟରଲେସ ମାଇକ ମାଗଣ୍ରୋ ପାଇପାରିବେ।

ୟୁଏଲଟି ଟାୱାର ୯ର ଦାମ ୮୪,୯୯୦ ଟଙ୍କା, ୟୁଏଲଟି ଟାୱାର ୯ଏସି ଦାମ ୬୯,୯୯୦ ଟଙ୍କା, ୟୁଏଲଟି ଫିଲ୍ଡ ୫ ଦାମ ୨୪,୯୯୦ ଟଙ୍କା, ୟୁଏଲଟି ଫିଲ୍ଡ ୩ ଦାମ ୧୭,୯୯୦ ଟଙ୍କ ଓ ୟୁଏଲଟିମାଇକ୧ ଦାମ ୧୪,୯୯୦ ଟଙ୍କା ରଖାଯାଇଛି। ଏହି ଉତ୍ପାଦଗୁଡ଼ିକରୁ କିଛି ଉପଳବ୍ଧ ହୋଇଥିବା ବେଳେ ଅନ୍ୟଗୁନିକୁ ୨୦୨୫ ଅଗଷ୍ଟ ୧୨ରୁ ଉପଲବ୍ଧ ହେବ। ସେଗୁଡ଼ିକ କଳା, ଅଫ ହ୍ୱାଇଟ, ଫରେଷ୍ଟ ଗ୍ରେ ଭଳି ରଙ୍ଗରେ ଉପଲବ୍ଧ ହୋଇଛି।


Share It

Comments are closed.