ନୂତନ ସୋନି ବ୍ରାଭିଆ ଏକ୍ସ୯୦୦୦ଏଚ୍ ସିରିଜର ଶୁଭାରମ୍ଭ


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ୪କେ ଏଚ୍‌ଡିଆର ଫୁଲ୍ ଆରେ୍ ଏଲ୍‌ଇଡି ଡିସପ୍ଲେ ସହିତ ଏହାର ସମ୍ପୂର୍ଣ୍ଣ ନୂତନ ବ୍ରାଭିଆ ଏକ୍ସ୯୦୦୦ଏଚ୍ ଟେଲିଭିଜନ ସିରିଜ୍ ଘୋଷଣା କରୁଛି । ସୋନିର ନୂତନ ୪କେ ଏଚ୍‌ଡିଆର ୯୦୦୦ଏଚ୍ ଟିଭି ସିରିଜ୍ ୧୬୫ ସିଏମ୍‌(୬୫) ଏବଂ ୧୪୦ସିଏମ୍‌(୫୫)ରେ ଉପଲବ୍ଧ ଯେଉଁଥିରେ ପ୍ରତ୍ୟେକ ଦୃଶ୍ୟରେ ଅଧିକ ନିଖୁଣତା ଦେଖିବା ପାଇଁ ଏକ୍ସ୧ଟିଏମ୍ ୪କେ ଏଚ୍‌ଡିଆର ପିକ୍‌ଚର ପ୍ରୋସେସର ରହିଛି । ଫୁଲ୍ ଆରେ୍ ଏଲ୍‌ଇଡି ଡିସପ୍ଲେ ଏବଂ ଏକ୍ସ-ଟେଣ୍ଡେଡ୍ ଡାଇନାମିକ ରେଞ୍ଜ ଦ୍ୱାରା ଚାଳିତ ନୂତନ ଏକ୍ସ୯୦୦୦ଏଚ୍ ଅଧିକ ବାସ୍ତବ ଫରକ ଦେଇଥାଏ । ଏକ୍ସ୯୦୦୦ଏଚ୍ ଅତି ନିମ୍ନ ୭.୨ଏମ୍‌ଏସ୍ ଇନ୍‌ପୁଟ୍ ଲାଗ୍‌ରେ ୧୨୦ଏଫ୍‌ପିଏସ୍‌ରେ ୪କେ ରିଜୋଲ୍ୟୁସନ ପର୍ଯ୍ୟନ୍ତ ଗେମ୍ ପ୍ଲେ ଇମେଜ୍ ଡିସପ୍ଲେ କରି ଏକ ଅତ୍ୟନ୍ତ ସୁଗମ ଗେମିଂ ଅଭିଜ୍ଞତା ପ୍ରଦାନ କରିଥାଏ । ଏହି ରେଡି ଫର୍ ପ୍ଲେଷ୍ଟେସନ୍ ଟିଭି ମଡେଲ୍‌ରେ ମଧ୍ୟ ବ୍ରାଭିଆ ଗେମ୍ ମୋଡ୍ ରହିଛି ଯାହାକି ଉପଭୋକ୍ତାଙ୍କୁ ନିମ୍ନ ଲାଟେନ୍ସିରେ ପିଏସ୍‌୫ କନସୋଲରେ ସ୍ୱୟଂଚାଳିତ ଭାବରେ ଗେମ୍ ଖେଳିବାକୁ ଅନୁମତି ଦେଇଥାଏ ।

୨୫ ଅଗଷ୍ଟ ୨୦୨୦ ପରଠାରୁ ଭାରତରେ ସମସ୍ତ ସୋନି ଷ୍ଟୋରରେ କେଡି-୫୫ଏକ୍ସ୯୦୦୦ଏଚ୍ ଓ କେଡି-୬୫ଏକ୍ସ୯୦୦୦ଏଚ୍ ମୂଲ୍ୟ ୧୦୯,୯୯୦/- ଏବଂ ୧୫୯,୯୯୦ଟଙ୍କାରେ ପାଇପାରିବେ । ଏହା ବ୍ୟତିତ www.ShopatSC.com ପୋର୍ଟାଲ, ମୁଖ୍ୟ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଏବଂ ଇ-କମର୍ସ ସାଇଟ୍‌ରେ ଉପଲବ୍ଧ ହେବ ।


Share It

Comments are closed.