ସୋନିର ନୂତନ ଡବ୍ଲ୍ୟୁୁଏଫ୍‌-ଏଚ୍‌୮୦୦ ୱେୟାର୍ଲେସ୍ ହେଡ୍‌ଫୋନ୍‌


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ଏହାର ପ୍ରକୃତ ୱେୟାର୍‌ଲେସ୍ ହେଡ୍‌ଫୋନ୍ ଡବ୍ଲ୍ୟୁୁଏଫ୍‌-ଏଚ୍‌୮୦୦ର ବଜାର ପ୍ରବେଶ ଘୋଷଣା କରୁଛି । ଡବ୍ଲ୍ୟୁୁଏଫ୍‌-ଏଚ୍‌୮୦୦ର ପ୍ରକୃତ ୱେୟାର୍‌ଲେସ୍ ଡିଜାଇନ୍ ଏକ ଅଭିନବ ସୁବିଧାଜନକ ଏବଂ ନିରାପଦ ଟ୍ରାଇ ହୋଲ୍ଡ ଗଠନ ସହିତ ଆପଣଙ୍କ ଜୀବନ ଆପଣଙ୍କୁ ଯେଉଁଠିକୁ ନେଇ ଯାଉଛି ସେଠାକୁ ମୁକ୍ତ ଭାବରେ ଯିବାକୁ ଦେବା ପାଇଁ ଡିଜାଇନ୍ କରାଯାଇଛି । ୧୬ ଘଂଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ଏବଂ ୭୦ ମିନିଟ୍ ପ୍ଲେ ବ୍ୟାକ୍ ପାଇଁ ୧୦ ମିନିଟ୍ କ୍ୱିକ୍ ଚାର୍ଜ । ଏକ ନିରାପଦ, ଆରାମ ଦାୟକ ଫିଟିଂ ପାଇଁ ଆପଣଙ୍କ କାନର ତିନୋଟି ସ୍ଥାନରେ ସ୍ପର୍ଶ କରିବା ନିମନ୍ତେ ଡିଜାଇନ୍ କରାଯାଇଛି ।

ଡବ୍ଲ୍ୟୁୁଏଫ୍‌-ଏଚ୍‌୮୦୦ ବାସ୍ତବ ୱେୟାର୍‌ଲେସ୍ ହେଡ୍‌ଫୋନ୍‌ସ ୨୪ ସେପ୍ଟେମ୍ବର୍ ୨୦୨୦ ପରଠାରୁ ଫ୍ଲିପ୍‌କାର୍ଟ ଏବଂ ଭାରତରେ ଚୟନିତ ସୋନି ରିଟେଲ୍ ଷ୍ଟୋର୍ (ସୋନି ସେଣ୍ଟର୍ ଏବଂ ସୋନି ଏକ୍ଲୁୁସିଭ୍‌)ରେ ଉପଲବ୍ଧ ହେବ । ଯାହାର ମୂଲ୍ୟ ୧୪,୯୯୦/- ଟଙ୍କା ।


Share It

Comments are closed.