ସୋନି କାରାଓକେ ସହିତ ହାଇପାୱାର ପାର୍ଟି ସ୍ପିକରର ଶୁଭାରମ୍ଭ


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ଏହାର ହାଇପାୱାର୍ ପାର୍ଟି ସ୍ପିକର ଶୃଙ୍ଖଳର ଚାରୋଟି ଉନ୍ମାଦନାକାରୀ ନୂତନ ମଡେଲର ଶୁଭାରମ୍ଭ କରୁଛି । ଏମଏଚ୍‌ସି-ଭି୮୩ଡି, ଏମଏଚ୍‌ସି-ଭି୭୩ଡି, ଏମଏଚ୍‌ସି-ଭି୪୩ଡି ଏବଂ ଏମଏଚ୍‌ସି-ଭି୧୩ର ଶୃଙ୍ଖଳର ୱାନ ବକ୍ସ ପାର୍ଟି ସ୍ପିକର, ଯାହାକି ପାର୍ଟି ପ୍ରିୟ ପରିବାର ଗୁଡ଼ିକର ପସନ୍ଦକୁ ଧ୍ୟାନରେ ରଖି ତିଆରି କରାଯାଇଛି । ବିସ୍ମୟକର ଧ୍ୱନୀ ଏବଂ ଅନୁଭବନାତ୍ମକ ପାର୍ଟି ଲାଇଟ୍‌ରେ ଭରପୂର ଏହି ପାର୍ଟି ସ୍ପିକର ଗୁଡ଼ିକ ଆପଣଙ୍କ ଭିତରେ ଥିବା ପପ୍ ଷ୍ଟାରକୁ ବାହାରକୁ ଆଣିବା ଏବଂ ଗୋଟିଏ ପାର୍ଟିର ପ୍ରତ୍ୟେକ ମୁହୂର୍ତର୍କୁ ସ୍ମରଣକୀୟ କରିବା ପାଇଁ ପ୍ରସ୍ତୁତ ହୋଇଛି । V83D ଏବଂ V73D ରେ ଓମ୍ନିଡିରେନ୍ସନାଲ ପାର୍ଟି ସାଉଣ୍ଡରେ ଧ୍ୱନୀକୁ ଉପରସ୍ତରକୁ ନେବା ପାଇଁ ସାମ୍ନା ଏବଂ ପଛରେ ଚାରୋଟି ଟ୍ୱି୍ୱିଟରର ବୈଶିଷ୍ଟ୍ୟ ରହିଛି ଏବଂ ଅଭୁଲା ପରିବେଶ ସୃଷ୍ଟି କରିବା ପାଇଁ ଓମ୍ନିଡିରେନ୍ସନାଲ ପାର୍ଟି ଲାଇଟ୍ । ୱାନ ବକ୍ସ ପାର୍ଟି ସ୍ପିକର ଗୁଡ଼ିକର ଶୃଙ୍ଖଳ ଭାରତରେ ସମସ୍ତ ସୋନି ରିଟେଲ୍ ଷ୍ଟୋର୍‌, www.ShopatSC.com ପୋର୍ଟାଲ୍‌, ବୃôହ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଏବଂ ଅନ୍ୟ ଇ-କମର୍ସ ୱେବ୍ ସାଇଟ୍‌ରେ ଉପଲବ୍ଧ ହେବ ।


Share It

Comments are closed.