୨୦୨୧ ବୋର୍ଡ ପରୀକ୍ଷା ବାତିଲ ସପକ୍ଷରେ ବାହାରିଲେ ସୋନୁ ସୁଦ


ବଲିଉଡ ଅଭିନେତା ସୋନୁ ସୁଦ ନିକଟରେ ଛାତ୍ରମାନଙ୍କ ସମର୍ଥନରେ ବାହାରିଛନ୍ତି । ଏକ ଭିଡିଓ ସେୟାର କରି ୨୦୨୧ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି ।

କରୋନା ଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସୋନୁ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ପରୀକ୍ଷା ପାଇଁ ଏକ ଭିନ୍ନ ପଦ୍ଧତି ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ଗତ ରବିବାର ଇନଷ୍ଟାଗ୍ରାମରେ ପ୍ରକାଶିତ ଏକ ଭିଡିଓରେ ସୋନୁ କହିଛନ୍ତି- ‘ଆମ ଦେଶର ଛାତ୍ରମାନେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ମୋତେ ଲାଗୁ ନାହିଁ ଯେ ସେମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ଅଛନ୍ତି ।

ସୋନୁ ସୁଦ ଏହି ଭିଡିଓରେ କହିଛନ୍ତି ‘ଯେତେବେଳେ ସାଉଦିରେ ମାତ୍ର ୬୦୦ ମାମଲା ଥିଲା, ପରୀକ୍ଷା ବାତିଲ କରାଯାଇଥିଲା । ମେକ୍ସିକୋରେ ୧୩୦୦ ମାମଲା ରିପୋର୍ଟ ହୋଇଥିବାବେଳେ ତୁରନ୍ତ ପରୀକ୍ଷା ବାତିଲ କରାଯାଇଥିଲା । କୁଏତରେ ୧୫୦୦ ମାମଲା ପରେ ପରୀକ୍ଷା ବାତିଲ କରାଯାଇଥିଲା । ଭାରତରେ ୧.୪୫ ଲକ୍ଷ ମାମଲା ରିପୋର୍ଟ ହୋଇଛି, ତଥାପି ଆମେ ପରୀକ୍ଷା କରାଇବାକୁ ଚିନ୍ତା କରୁଛୁ, ଏହା ଭୁଲ ‘ ।

ତାଙ୍କର କହିବା କଥା ଏଥିପାଇଁ କୌଣସି ବିକଳ୍ପ ପଦ୍ଧତି ଅନୁସନ୍ଧାନ କରାଯିବା ଉଚିତ, ଯେପରିକି ‘ଅଣ୍ଟରନାଲ୍ ଆସେସମେଣ୍ଟ’, ଏପରି ପରିସ୍ଥିତିରେ ଛାତ୍ରମାନଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି- ‘ମୁଁ ପ୍ରତ୍ୟେକ ଛାତ୍ରଙ୍କ ସମର୍ଥନରେ ଛିଡ଼ା ହୋଇଛି, ଯେଉଁମାନେ ଅଫ-ଲାଇନ୍ ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁନ୍ତି’ ।


Share It

Comments are closed.