ଅର୍ଜୁନ ଏବଂ ମଲାଇକାଙ୍କ ସଂପର୍କକୁ ନେଇ ଖୁସି ନାହାନ୍ତି ସୋନମ


ବଲିଉଡରେ ବର୍ତ୍ତମାନ ଅର୍ଜୁନ କପୁର ଏବଂ ମଲାଇକା ଅରୋରଙ୍କ ପ୍ରେମ ସଂପର୍କକୁ ନେଇ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । ଅନେକ ଦିନ ଯାଏଁ ଉଭୟ ଲୁଚାଲୁଚି ପ୍ରେମ କଲା ପରେ ଏବେ ଉଭୟ ପରସ୍ପର ମଧ୍ୟରେ ଥିବା ସଂପର୍କକୁ ସମସ୍ତଙ୍କ ସାମନାରେ ଆଣିଛନ୍ତି । କିନ୍ତୁ ତାଙ୍କର ଏହି ପ୍ରେମ ସଂପର୍କକୁ ନେଇ ସମସ୍ତେ ଖୁସି ନାହାନ୍ତି । ପୂର୍ବରୁ ସଲମାନ ଏହାକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ ସୋନମ କପୁର ମଧ୍ୟ ଏହି ସଂପର୍କକୁ ନେଇ ଖୁସି ନଥିବାର ଜଣା ପଡିଛି । କାରଣ ସେ ଚାହୁଁଛନ୍ତି ମଲାଇକା ତାଙ୍କ ଭାଇଙ୍କ ଠାରୁ ଦୂରେଇ ରୁହନ୍ତୁ ।
ତେବେ ସୋନମ, ମଲାଇକାଙ୍କ ଉପରେ ଏତେ ମାତ୍ରାରେ ରାଗିବାର ମୁଖ୍ୟ କାରଣ କ’ଣ ଆସନ୍ତୁ ଜାଣିବା । ଏହାର ମୁଖ୍ୟ କାରଣ ଏହା ଯେ, ଉଭୟଙ୍କ ମଧ୍ୟରେ ଥିବା ମତଭେଦ । ଯାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପରସ୍ପରଙ୍କ ସହ କଥା ହେଉନାହାନ୍ତି ।
ଆପଣ ଭାବୁଥିବେ ଏହି ମତଭେଦ ଅର୍ଜୁନଙ୍କୁ ନେଇ ଘଟିଛି କିନ୍ତୁ ତାହା ନୁହେଁ । ଉଭୟଙ୍କ ଝଗଡା ଅନେକ ଦିନ ପୁରୁଣା ଅଟେ । ପ୍ରକାଶ ଥାଉକି ଉଭୟଙ୍କ ମଧ୍ୟରେ ଏକ ପାର୍ଟିରେ ଖୁବ ଜୋରସେ ଝଗଡା ହୋଇଥିଲା, ସେବେ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପରସ୍ପର ଠାରୁ ନିଜକୁ ଦୂରେଇ ରଖୁଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ଝଗଡା ପ୍ରସିଦ୍ଧ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରାଙ୍କ ୫୦ତମ ଜନ୍ମଦିନ ଅବସରରେ ଘଟିଥିଲା ।

ଏହି ପାର୍ଟିରେ ମଲାଇକା ଅରୋରା ଖୁବ ଜୋରସେ ମଦ ପିଇଦେଇ ଥିଲେ । ଏବଂ ସେହି ସମୟରେ ସୋନମ କପୁର ଯେତେବେଳେ ତାଙ୍କୁ ସମ୍ଭାଳିବାକୁ ଚାହିଁଲେ ତେବେ ମଲାଇକା ନିଜ ନିୟନ୍ତ୍ରଣ ହରାଇ ତାଙ୍କୁ ନିଶାଶକ୍ତ ଅବସ୍ଥାରେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ସୋନମ ଖୁବ ଜୋରସେ ରାଗି ଯାଇଥିଲେ ।
କେବଳ ସୋନମ ନୁହଁନ୍ତି ଏହା ବାପା ବୋନି ଏବଂ ଭୁଉଣୀ ଅଂଶୁଲା ମଧ୍ୟ ଏହି ସଂପର୍କକୁ ନେଇ ଖୁସି ନାହାନ୍ତି । ବାପା ଏବଂ ଏହି ଦୁଇ ଭଉଣୀ ଚାହୁଁନାହାନ୍ତି ଯେ, ତାଙ୍କ ଭାଇଙ୍କ ସହ ମଲାଇକା ଅଧିକ ନିକଟତ୍ତର ହୁଅନ୍ତୁ ବୋଲି ।


Share It

Comments are closed.